ଭାରତ ଓ ଇଂଲଣ୍ଡ : କେଏଲ ରାହୁଲଙ୍କ ଉପରକୁ ଫିଙ୍ଗିଲେ ବୋତଲ ଠିପି,ଜାଣନ୍ତୁ ଏହି ଲଜ୍ୟାଜନକ ଘଟଣା ବିଷୟରେ

ଲଣ୍ଡନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଚାଲୁଛି। ଏହି ସମୟରେ ଏକ ଲଜ୍ୟାଜନକ ଘଟଣା ଇଂଲଣ୍ଡର ଫ୍ୟାନ୍ସ ମାନଙ୍କ ଠାରୁ ଦେଖିବାକୁ ମିଳିଛି। ପ୍ରଶଂସକ ମାନେ କେଏଲ ରାହୁଲଙ୍କ ଉପରକୁ ଶାମ୍ପେନ କର୍କ/ଠିପି ଫିଙ୍ଗିଥିଲେ।

ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ରାହୁଲ 69ତମ ଓଭରରେ ଥାର୍ଡ଼ ମ୍ୟାନ ରୂପରେ ଫିଲ୍ଡିଂ କରୁଥିଲେ। ଯେବେ ଏହି ଘଟଣା ବିରାଟ କୋହଲିଙ୍କୁ ଜଣାପଡିଥିଲା ସେତେବେଳେ କୋହଲି ଏହାକୁ ନେଇ ସାମ୍ନାରେ ଖେଳୁଥିବା ବ୍ୟାଟ୍ସମ୍ୟାନଙ୍କୁ ଇଶାରା କରିଥିଲେ।

ରାହୁଲ ପ୍ରଥମ ପାଳିରେ 129 ରନର ପାଳି ଖେଳିଥିଲେ। ସେ ଇଂଲଣ୍ଡ ବ୍ୟାଟିଂ ସମୟରେ 69 ଓଭରରେ ଏକ ଜିନିଷ ନେଉଥିବା ସମୟରେ ନଜର ଆସିଥିଲେ ଓ ଏହା ଏକ ଶାମ୍ପେନ କର୍କ/ଠିପି ଥିଲା। ମହମ୍ମଦ ଶାମି ଏହି ଓଭର ପକାଉଥିଲେ, ଏହି ଓଭରର ଚତୁର୍ଥ ବଲରେ ରାହୁଲଙ୍କ ଉପରକୁ ଏହି କର୍କ ଫିଙ୍ଗା ଯାଇଥିଲା।

ଭାରତୀୟ ଅଧିନାୟକ ବିରାଟ କୋହଲି ଏଥିରେ ବହୁତ ନାରାଜ ହୋଇଥିଲେ। ସେ ରାହୁଲଙ୍କୁ ଏହାକୁ ବାହାରକୁ ଫିଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଖେଳ କିଛି ସମୟ ପର୍ଯ୍ୟନ୍ତ ଅଟକିଯାଇଥିଲା କାରଣ ଭାରତୀୟ ଖେଳାଳି ଅମ୍ପାୟାରଙ୍କ ସହିତ ଏହାକୁ ନେଇ କଥା ହେଉଥିଲେ।

ଅଷ୍ଟ୍ରେଲିଆ ଗସ୍ତ ସମୟରେ ମଧ୍ୟ ହୋଇଥିଲା ଏହିପରି କିଛି:-

ଏହିବର୍ଷ ମଧ୍ୟ ଭାରତୀୟ ଟିମକୁ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଏହିପରି ଘୃଣ୍ୟ ଘଟଣାର ସାମ୍ନା କରିବାକୁ ପଡିଥିଲା। ଅଷ୍ଟ୍ରେଲିଆରେ ମହମ୍ମଦ ସିରାଜଙ୍କୁ ଖରାପ ଶବ୍ଦ କୁହାଯାଇଥିଲା। ସେତେବେଳେ ଭାରତୀୟ କ୍ରିକେଟ ଟିମ ଡେଭିଡ ବୁନଙ୍କ ପାଖରେ ଅଭିଯୋଗ ଆଣିଥିଲେ।

ଭାରତୀୟ କିଟ ମୈଦାନ ଭିତରକୁ ପଶିଲେ ଇଂଲିଶ ସମର୍ଥକ:-

ତୃତୀୟ ଦିନର ଦ୍ଵିତୀୟ ପାଳିରେ ଏକ ଇଂଲିଶ ପ୍ରଶଂସକ ଭାରତୀୟ କ୍ରିକେଟ କିଟ ମୈଦାନ ଭିତରକୁ ପଶି ଯାଇଥିଲେ। ତାଙ୍କ ଜର୍ସି ପଛରେ ଜାର୍ଭୋ ଲେଖାଥିଲା। ଯେତେବେଳେ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ ସେ ଏମିତି କଲା ଯେମିତି କ୍ଷେତ୍ରରକ୍ଷଣକୁ ସଠିକ କରୁଛନ୍ତି। ଭାରତୀୟ ଟିମ ଏହାଦେଖି ହଇରାଣ ଥିଲେ ଓ ସିରାଜ ଏହାକୁ ଦେଖି ବହୁତ ଜୋରରେ ହସିଥିଲେ।

Leave a Reply

Your email address will not be published. Required fields are marked *