ଦେଖନ୍ତୁ ଭିଡ଼ିଓ : ଗ୍ରାହକଙ୍କ ଖାଦ୍ୟ ଚୋରି କରୁଥିବାର ନଜରକୁ ଆସିଲା Uber Eatsର ଡେଲିଭରି ବୟ,ଭିଡିଓ ଭାଇରଲ ହେବାରୁ ହରାଇବାକୁ ପଡିଲା ଚାକିରୀ

ଅନଲାଇନ ସପିଙ୍ଗ ବୃଦ୍ଧି ଟ୍ରେଣ୍ଡ ମଧ୍ୟରେ ଖାଦ୍ୟର ହୋମ ଡେଲିଭରି ଲୋକମାନଙ୍କ ପାଇଁ ବହୁତ ଭଲ ସୁବିଧା ନେଇ ଆସିଛି | ଯେଉଁ ଲୋକମାନେ ଏକୁଟିଆ ରୁହନ୍ତି ଏବଂ ଯେଉଁ ମାନଙ୍କୁ ଖାଇବା ତିଆରି କରି ଆସେନାହିଁ, ସେମାନଙ୍କ ପାଇଁ ଅନଲାଇନ ଫୁଡ ଡେଲିଭରି ବଡ଼ ସାହାରା ଅଟେ | କିନ୍ତୁ ଅନେକଥର ଏହି ଡେଲିଭରି ଦେଉଥିବା ଲୋକମାନଙ୍କର କାର୍ଯ୍ୟକଳାପ ଲୋକମାନଙ୍କୁ ବହୁତ ଚିନ୍ତିତ କରିଥାଏ | Uber Eats ର ଡ୍ରାଇଭରର ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାପରେ ଅନଲାଇନ ଫୁଡ ଅର୍ଡର କରୁଥିବା ଲୋକମାନେ ଚକିତ ହୋଇ ଯାଇଛନ୍ତି | ବାସ୍ତବରେ, ଏହି ଭିଡିଓରେ ଡ୍ରାଇଭରଙ୍କୁ ରାସ୍ତା ଉପରେ ବସି କଷ୍ଟମରଙ୍କ ଅର୍ଡରରୁ ଖାଦ୍ୟ ଚୋରି କରୁଥିବାର ଦେଖାଯାଉଛି |

Uber Eats ର ଡ୍ରାଇଭରର ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ତାକୁ ରାସ୍ତା କଡରେ ବସି ଅର୍ଡରରୁ ଅଳ୍ପ ଅଳ୍ପ ଖାଦ୍ୟ ଚୋରି କରୁଥିବାର ଦେଖାଯାଇପାରେ | ଖାଇବାରୁ କିଛି କାଢିବାପରେ ସେ ତାପରେ ତାକୁ ସେହିପରି ସିଲ କରିଦିଏ ଏବଂ ଡେଲିଭରି କରିବାକୁ ବାହାରିପଡେ | ଭିଡିଓରେ ଦେଖାଯାଇପାରେ ଯେ Uber Eats ର ଡ୍ରାଇଭର ନିଜର ହାତଦ୍ଵାରା ନୁଡ଼ଲସ ବାହାର କରି ଏକ ଅଲଗା ପ୍ଲାଷ୍ଟିକ ପାତ୍ରରେ ରଖୁଛି |

ନୁଡ଼ଲସ ବାହାର କରିବାପରେ ସେ ଚିକେନର କିଛି ପିସ ଏବଂ ଏପରିକି ସୁପ ମଧ୍ୟ ବାହାର କରି ତାକୁ ଡବାରେ ରଖେ, ଯେଉଁଥିରେ ସେ ନୁଡ଼ଲସ ରଖିଛି | ଏହାପରେ ସେ ସବୁ ଅର୍ଡରକୁ ପୁଣିଥରେ ସିଲ କରିଦିଏ ଏବଂ କମ୍ପାନୀ ସାଇକେଲରେ ବାହାରି ଯାଏ | ଏହି ଭିଡିଓ ସାମ୍ନାକୁ ଆସିବାପରେ Uber Eats କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡେଲିଭରି ବୟକୁ ଚାକିରିରୁ ବାହାର କରିଦେଲା ଏବଂ କଷ୍ଟମରଙ୍କ ଠାରୁ କ୍ଷମା ମଧ୍ୟ ମାଗିଲା |

ଦେଖନ୍ତୁ ଭିଡିଓ :-

ତେବେ ଏହା ଏହିପରି ପ୍ରଥମ ଘଟଣା ନୁହେଁ | ଏହା ପୂର୍ବରୁ ମଧ୍ୟ ଫୁଡ ହୋମ ଡେଲିଭରି କରୁଥିବା ଲୋକଙ୍କର ଏପରି ଅନେକ କାର୍ଯ୍ୟକଳାପର ଭିଡିଓ ସାମ୍ନାକୁ ଆସିଛି, ଯାହା କି ସୋସିଆଲ ମିଡିଆରେ ଖୁବ ଭାଇରଲ ମଧ୍ୟ ହୋଇଛି | ତେବେ ଏହି ଭିଡିଓଟି କେଉଁ ସ୍ଥାନର ଅଟେ, ଏହି ବିଷୟରେ କୌଣସି ସୂଚନା ନାହିଁ | ଏହି ଭିଡିଓକୁ ଲୋକମାନେ କେବଳ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ସମସ୍ତେ ଡେଲିଭରି ବୟର ଏହି କାମକୁ ଦେଖି ବହୁତ ରାଗୁଛନ୍ତି |

Leave a Reply

Your email address will not be published. Required fields are marked *