ଦେଖନ୍ତୁ ଭିଡିଓ : ନାଗପଞ୍ଚମୀରେ ସାପ ଦେଖାଯିବାରୁ ଲୋକମାନେ ସାପକୁ ଘେରିଗଲେ ଆଉ ଗାଇବାକୁ ଲାଗିଲେ ‘ହାପି ବାର୍ଥ ଡେ ନାଗୁ ଭାଇ’…

ନାଗପଞ୍ଚମୀରେ ଲୋକମାନେ ସାପମାନଙ୍କୁ ପୂଜା କରିଥାନ୍ତି | କେବଳ ଏତିକି ନୁହେଁ, ଏହି ଦିନ ଭଗବାନ ଶଙ୍କରଙ୍କ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ କ୍ଷୀର ଚଢ଼ାଇଥାନ୍ତି | ଏହାସହିତ ଯଦି ସାପ ଦେଖାଯାଏ, ତେବେ ତାକୁ କ୍ଷୀର ପିଇବାକୁ ଦେବାର ପରମ୍ପରା ମଧ୍ୟ ରହିଛି | ତେବେ ନାଗପଞ୍ଚମୀରେ ଏପରି କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଛି, ଯାହାକୁ ଦେଖିବାପରେ ଆପଣ ହସି ହସି ଗଡ଼ିଯିବେ | ଆଜ୍ଞା ହଁ, ନାଗପଞ୍ଚମୀ ଅବସରରେ କିଛି ଯୁବକମାନଙ୍କୁ ଅଚାନକ ରାସ୍ତା ଉପରେ ସାପ ଦେଖାଗଲା, ତେଣୁ ସମସ୍ତେ ତାକୁ ଘେରିଯାଇ ହାପି ବାର୍ଥ ଡେ ଟୁ ୟୁ ଗୀତ ଗାଇବାକୁ ଲାଗିଲେ |

ନାଗପଞ୍ଚମୀ ଅବସରରେ ଏପରି ପାଳନ କରାଗଲା ବାର୍ଥ ଡେ :-

ଇଣ୍ଟରନେଟରେ ଭାଇରଲ ହେଉଥିବା ଭିଡିଓରେ ଦେଖାଯାଇପାରେ ଯେ ନାଗପଞ୍ଚମୀ ଅବସରରେ ଗୋଟିଏ ସାପ କୌଣସି ଜମିରୁ ଅଚାନକ ବାହାରି ରାସ୍ତା ଉପରକୁ ପଳାଇ ଆସେ | ସାପ ଏହି ସମୟରେ ଫେଣ ମେଲାଇ ବସିପଡ଼େ | ସେଠାରେ ଥିବା କିଛି ଲୋକ ସେହି ସାପକୁ ଘେରି ନିଅନ୍ତି ଏବଂ ତାପରେ ହାପି ବାର୍ଥ ଡେ ଟୁ ୟୁ ନାଗୁ ଭାଇ କହି ଗୀତ ଗାଇବାକୁ ଲାଗନ୍ତି | ଏହି ମଜାଳିଆ ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି | ନାଗ ପଞ୍ଚମୀ ଅବସରରେ ଏହି ଭିଡିଓକୁ ମଧ୍ୟ ଖୁବ ଦେଖାଯାଇଛି |

ଭାଇରଲ ଭିଡିଓ :-

ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ :-

ୟୁଟ୍ୟୁବ, ଇନ୍ସଟାଗ୍ରାମ, ଫେସବୁକ ସହିତ ଅନେକ ସୋସିଆଲ ପ୍ଲାଟଫର୍ମରେ ନାଗ ସାପର ଏହି ଭିଡିଓ ବହୁତ ଭାଇରଲ ହେବାରେ ଲାଗିଛି | ୟୁଟ୍ୟୁବରେ ନେପାଳ ମିମ ଭିଡିଓ ଦ୍ୱାରା ଏହାକୁ ଅପଲୋଡ଼ କରାଯାଇଛି | ଏହି ଭିଡିଓକୁ ହଜାର ହଜାରଥର ଦେଖାଗଲାଣି | ଏହି ଭିଡିଓରେ ଅନେକ ୟୁଜର ମଧ୍ୟ ନିଜର ପ୍ରତିକ୍ରିୟା ଦେଇ କମେଣ୍ଟ କରୁଛନ୍ତି |

Leave a Reply

Your email address will not be published. Required fields are marked *