ହୋଟେଲ ସାମ୍ନାରେ ଗାର୍ଲଫ୍ରେଣ୍ଡ ସହିତ ଥିଲା ସ୍ୱାମୀ, ଠିକ ସେତିକିବେଳେ ସେଠାରେ ପହଞ୍ଚିଗଲା ସ୍ତ୍ରୀ, ଆଉ ତାପରେ ..ଜାଣନ୍ତୁ ପୁରା ଘଟଣା

ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ହୋଟେଲ ବାହାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ଗର୍ଲଫ୍ରେଣ୍ଡ ସହିତ କଥାବାର୍ତ୍ତା କରୁଥିବା ସମୟରେ ଧରିପକାଇଲେ | ଏହା ପରେ ଆଉ କ’ଣ ହେବ, ସ୍ତ୍ରୀର ରାଗ ଏତେ ବଢିଗଲା ଯେ ନିଜର ବୁଦ୍ଧିସୁଧୀ ସବୁ ହରାଇ ବସିଲେ | ସ୍ତ୍ରୀ ଗାର୍ଲଫ୍ରେଣ୍ଡକୁ ଧରିଲେ ଏବଂ ମାରପିଟ କରିବା ଆରମ୍ଭ କରିଦେଲେ | ଏହି ସମୟରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ହୋଇଗଲା | ଏହି ହାଇ ଭୋଲଟେଜ ଡ୍ରାମାର କେହି କେହି ଭିଡିଓ ମଧ୍ୟ ତିଆରି କଲେ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

କୁହାଯାଉଛି ଯେ ମହିଳା ସନ୍ଦେହ କରୁଥିଲେ ଯେ ତାଙ୍କ ସ୍ୱାମୀ କାହା ସହିତ କଥା ହେଉଛି, କିନ୍ତୁ ସେ ଏସବୁ ଜିନିଷ ଅଣଦେଖା କରୁଥିଲେ | ଏହା ମଧ୍ୟରେ ତାଙ୍କୁ ସନ୍ଦେହ ହେଲା ଯେ ସ୍ୱାମୀ ଅନ୍ୟ କୌଣସି ଝିଅ ସହିତ ବୁଲୁଛି | ସେ ନିଜ ସ୍ୱାମୀଙ୍କ ଉପରେ ଲୁଚି ଛପି ନଜର ରଖିଲେ | ତାପରେ ଯେତେବେଳେ ସ୍ୱାମୀ ଘରୁ ବାହାରିଲେ, ସେତେବେଳେ ସେ ମଧ୍ୟ ପିଛା କରିବାକୁ ଲାଗିଲେ |

ମହିଳା ନିଜ ସ୍ୱାମୀଙ୍କୁ ପିଛା କରି କରି ଔରଙ୍ଗାବାଦରେ ଥିବା ହୋଟେଲ କାର୍ତ୍ତିକୀ ଛକରେ ପହଞ୍ଚିଗଲେ | ଏଠାରେ ସେ ନିଜ ସ୍ୱାମୀଙ୍କୁ ଗାର୍ଲଫ୍ରେଣ୍ଡ ସହିତ କଥା ହେଉଥିବାର ଦେଖିଦେଲେ | ଏହି ଦୃଶ୍ୟ ଦେଖିବା ମାତ୍ରେ ସେ ରାଗରେ ତାତି ଉଠିଲେ ଏବଂ ସେ ସ୍ୱାମୀଙ୍କ ସାମ୍ନାରେ ହିଁ ଗାର୍ଲଫ୍ରେଣ୍ଡ ଉପରେ ଆକ୍ରମଣ କରିଦେଲେ |

ମହିଳା ଦୌଡ଼ି ଦୌଡ଼ି ସ୍ୱାମୀର ଗାର୍ଲଫ୍ରେଣ୍ଡକୁ ଧରିଲେ | ସେ ଗାଡ଼ିରେ ବସିବାକୁ ଚେଷ୍ଟା କରୁଥିଲା | ସ୍ତ୍ରୀ ସେହି ଝିଅର ଚୁଟିକୁ ଧରି ପିଟିବା ଆରମ୍ଭ କରିଦେଲେ | ଏହି ସମୟରେ ସ୍ୱାମୀ ଲଗାତାର ବୁଝାଇବା ସହିତ ଗାର୍ଲଫ୍ରେଣ୍ଡକୁ ବଞ୍ଚାଇବାପାଇଁ ଚେଷ୍ଟା କରୁଥିବାର ଦେଖାଗଲା |

ରାସ୍ତା ଉପରେ ଏହି ଡ୍ରାମା ବହୁତ ସମୟ ଧରି ଚାଲିଲା | ସ୍ତ୍ରୀ ବାରମ୍ବାର ପୋଲିସକୁ ଡାକିବାକୁ କହୁଥିଲେ | କିନ୍ତୁ ସ୍ୱାମୀ ତାଙ୍କୁ ବୁଝାଉଥିଲେ | ଏହି ପୁରା ମାମଲାକୁ ଘଟଣାସ୍ଥଳରେ ଥିବା ଲୋକମାନେ ଭିଡିଓ କରିନେଲେ, ଯାହା କି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି |

Leave a Reply

Your email address will not be published. Required fields are marked *