ବଡ ଖବର : ଅଗଷ୍ଟ ୩୧ ତାରିଖରୁ ବଦଳିଯିବ ସୁନା ସହିତ ଜଡିତ ଏହି ଜରୁରୀ ନିୟମ, ଜାଣନ୍ତୁ କଣ ପରିବର୍ତ୍ତନ ହେବାକୁ ଯାଉଛି

ସୁନାକୁ ପ୍ରାୟ ସବୁ ଲୋକ ଭଲ ପାଇଥାନ୍ତି | ଆଜ୍ଞା ହଁ, ସୁନାର ଅଳଙ୍କାର ପିନ୍ଧିବା ଏବଂ ସୁନାକୁ ନିଜ ପାଖରେ ରଖିବାକୁ ସମସ୍ତେ ଭଲ ପାଆନ୍ତି , କିନ୍ତୁ ଅଧିକାଂଶ ଲୋକ ବୋଧହୁଏ ହଲମାର୍କ ବିଷୟରେ ଜାଣିନଥିବେ | ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ କହିରଖୁଛୁ ଯେ ହଲମାର୍କ ସେହି ଚିହ୍ନ ଅଟେ, ଯାହା କି ଆପଣଙ୍କ ସୁନା ଗହଣାର ଶୁଦ୍ଧତାକୁ ପ୍ରମାଣିତ କରିଥାଏ |

ଏପରି ପରିସ୍ଥିତିରେ ଉଲ୍ଲେଖଯୋଗ୍ୟ ଯେ ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି, ତେବେ ସୁନାର ହଲମାର୍କିଙ୍ଗର ସୂଚନା ରଖିବା ଜରୁରୀ ଅଟେ | ଅଗଷ୍ଟ ୩୧ ତାରିଖ ୨୦୨୧ ଠାରୁ ସୁନା ଜୁଏଲାରୀର କ୍ରୟ ପାଇଁ ହଲମାର୍କିଙ୍ଗକୁ ବାଧ୍ୟତାମୂଳକ କରିଦେଇଛି | କୁହାଯାଉଛି ଯେ ଆପଣ ଅଗଷ୍ଟ ୩୧ ତାରିଖଠାରୁ ବିନା ହଲମାର୍କିଙ୍ଗ ଥିବା ସୁନା କିଣିପାରିବେ ନାହିଁ ଏବଂ ଜୁଏଲର୍ସ ଆପଣଙ୍କୁ ବିକ୍ରି କରିପାରିବେ ନାହିଁ | ସରକାର ଜୁଏଲର୍ସମାନଙ୍କୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି, ଯେପରିକି ସେମାନେ ନିଜ ପାଖରେ ଥିବା ଷ୍ଟକକୁ ହଲମାର୍କ କରାଇବେ |

ଅଗଷ୍ଟ ୩୧ ତାରିଖଠାରୁ ଲାଗୁ ହେବ ଏହି ନିୟମ :-

କୁହାଯାଉଛି ଯେ ସରକାରଙ୍କ ତରଫରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ସେପ୍ଟେମ୍ବର ୧ ତାରିଖ ୨୦୨୧ ପର୍ଯ୍ୟନ୍ତ ପୁରୁଣା ଷ୍ଟକରେ ହଲମାର୍କ ଲଗାଇବାକୁ ନେଇ ଯେକୌଣସି ବ୍ୟବସାୟୀ ଉପରେ କୌଣସି ପେଂଲ୍ଟି ଲାଗିବନାହିଁ ଏବଂ କୌଣସି ମାଲ ମଧ୍ୟ ଜବତ କରାଯିବ ନାହିଁ | ଏପରି ପରିସ୍ଥିତିରେ ଜୁଏଲାରୀ ବ୍ୟବସାୟୀମାନଙ୍କୁ କେବଳ ଥରେ ରେଜିଷ୍ଟ୍ରେସନ ନେବାକୁ ପଡିବ, ଯାହାର କୌଣସି ନବୀକରଣ କରିବାକୁ ପଡ଼ିବନାହିଁ | ସେହିପରି କୁନ୍ଦନ ଏବଂ ପୋଲ୍କିର ଜୁଏଲାରୀ ଏବଂ ଜୁଏଲାରୀ ଘଣ୍ଟାକୁ ହଲମାର୍କର ପରିସରରୁ ବାହାରେ ରଖାଯାଇଛି |

କାହିଁକି ଜରୁରୀ ଅଟେ ଏହି ନିୟମ :-

ହଲମାର୍କିଙ୍ଗ ଗ୍ରାହକମାନଙ୍କ ପାଇଁ ବହୁତ ଲାଭକାରୀ ଅଟେ | ଯଦି ଆପଣ ହଲମାର୍କିଙ୍ଗ ଥିବା ଜୁଏଲାରୀ କିଣନ୍ତି, ତେବେ ଯେତେବେଳେ ଆପଣ ଏହାକୁ ବିକ୍ରି କରିବାକୁ ଯିବେ ସେତେବେଳେ କୌଣସି ପ୍ରକାରର ଅବନତି ମୂଲ୍ୟ କଟାଯିବ ନାହିଁ | ଏହାର ଅର୍ଥ ହେଉଛି ଯେ ଆପଣଙ୍କୁ ଆପଣଙ୍କ ସୁନାର ସମ୍ପୂର୍ଣ୍ଣ ମୂଲ୍ୟ ମିଳିବ | ଏହା ବ୍ୟତୀତ ଆପଣ ଯେଉଁ ସୁନା କିଣିବେ, ତାର କ୍ୱାଲିଟି ଗ୍ୟାରେଣ୍ଟି ହେବ | ଏହାଦ୍ୱାରା ଦେଶରେ ବ୍ୟଭିଚାର ସୁନା ବିକ୍ରୟ ବନ୍ଦ ହେବ ଏବଂ ଗ୍ରାହକମାନଙ୍କୁ ଠକାମୀର ଶିକାର ହେବେ ବୋଲି ଭୟ କରିବେନାହିଁ |

ସରକାରଙ୍କ ତରଫରୁ ସେୟାର କରାଗଲା ଗୁରୁତ୍ୱପୂର୍ଣ୍ଣ ସୂଚନା :-

ସେହିପରି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମାମଲାଗୁଡ଼ିକର ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ ଚୋୖବେ କହିଛନ୍ତି ଯେ ସୁନାର ହଲମାର୍କିଙ୍ଗ ପ୍ରଥମ ପର୍ଯ୍ୟାୟରେ ୨୫୬ ଟି ଜିଲ୍ଲାକୁ କଭର କରାଯାଉଛି | ସରକାରଙ୍କ ତରଫରୁ ଏହି ୨୫୬ ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି ଏବଂ ଏହି ଜିଲ୍ଲାଗୁଡିକ ୨୮ ଟି ରାଜ୍ୟର ଅଟେ | ସେ କହିଛନ୍ତି ଯେ ଏହି ନିୟମକୁ ଜୁନ ୨୩ ତାରିଖ ୨୦୨୧ ଠାରୁ ଲାଗୁ କରାଯାଇଛି | ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ନିୟମ ସେହି ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ ହୋଇଛି, ଯେଉଁଠାରେ ଅତିକମରେ ଗୋଟିଏ ଏସେଇଙ୍ଗ ଏବଂ ହଲମାର୍କିଂ ସେଣ୍ଟର ରହିଛି | ନିର୍ଦ୍ଦେଶ ଅନୁଯାୟୀ, ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ଜୁଏଲର୍ସଙ୍କୁ ନିୟମଗୁଡିକ ଅନୁଯାୟୀ କଭର କରାଯାଇ ନାହିଁ |

Leave a Reply

Your email address will not be published. Required fields are marked *