ଧ୍ୟାନ ଦିଅନ୍ତୁ : କମଜୋର ହାଡ ପଛରେ ଲୁଚି ରହିଛି ଖାଇବା-ପିଇବାର ଏହି ଚାରୋଟି ଜିନିଷ, ଆଜି ସେ ସବୁ ଛାଡି ଦିଅନ୍ତୁ,ମିଳିବ ବହୁତ ଫାଇଦା

ମଣିଷ ଶରୀରର ପ୍ରତ୍ଯେକ ଏକ ଅଙ୍ଗ ମହତ୍ବପୂର୍ଣ ହୋଇଥାଏ। ଯଦି ଆମେ ଶରୀରର ଭଲ କାମ କାର୍ଯ୍ୟ ବିଷୟରେ କହିବୁ, ତେବେ ଏଥିପାଇଁ ଆମର ହାଡ ମଜବୁତ ହେବା ବହୁତ ଆବଶ୍ୟକ ଅଟେ। କିନ୍ତୁ ଆପଣ ଏମିତି ଲୋକଙ୍କୁ ଦେଖିଥିବେ ଯେଉଁମାନେ ପ୍ରାୟତଃ ନିଜର ଶରୀରରେ ବଥା, ହାଡରେ ବଥାକୁ ନେଇ ଅଭିଯୋଗ କରନ୍ତି। ଏହି ସମସ୍ଯା ଯବାନ ଲୋକଙ୍କ ନିକଟରେ ମଧ୍ୟ ଦେଖାଯାଏ। ଏମିତିରେ ଯେଉଁ ଲୋକ ଏହି ସମସ୍ଯା ସହ ଲଢୁଛନ୍ତି, ଏହା ପଛରେ ଖରାପ ଖାଇବା-ପିଇବା ହୋଇପାରେ। ଖାଇବା-ପିଇବାର କିଛି ଏମିତି ଜିନିଷ ଅଛି ଓ ଅଭ୍ଯାସ ଅଛି ଯାହା ହାଡକୁ ସମୟ ପୂର୍ବରୁ କମଜୋର କରିଦିଏ। ଏମିତିରେ ଆମେ କେବଳ ସେହି ଜିନିଷକୁ ସେବନ କରିବା ଉଚିତ, ଯାହା ଅମାର ହାଡକୁ କ୍ୟାଲସିୟମ ଦେଇପାରେ। ତେବେ ଚାଲନ୍ତୁ ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବୁ, ଯାହାର ସେବନ କରିବା ଦ୍ଵାରା ଆପଣଙ୍କ ହାଡ କମଜୋର ହୋଇପାରେ। ସେଥିପାଇଁ ଏହାକୁ ଛାଡିବା ଭଲ ବିକଳ୍ପ ହୋଇପାରେ। ତେବେ ଚାଲନ୍ତୁ ଏହା ବିଷୟରେ।

ଲୁଣର ଅଧିକ ସେବନ:-

ଲୁଣ ଆମର ଖାଇବାରେ ସ୍ଵାଦ ଦେବାରେ ସାହାଯ୍ୟ କରିଥାଏ। କିନ୍ତୁ ଦୁଇ ପ୍ରକାର ଲୋକ ଥାନ୍ତି, ଯେଉଁମାନେ କମ ଲୁଣ ଖାନ୍ତି ଓ ଅନ୍ୟ ଜଣେ ହେଉଛନ୍ତି ଅଧିକ ମାତ୍ରାରେ ଲୁଣ ଖାନ୍ତି। ଏଠାରେ ଏହା ବୁଝିବାକୁ ହେବକି ଲୁଣରେ ଅଧିକ ସୋଡିୟମ ଥାଏ, ଯାହା ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବା ପରେ କ୍ୟାଲସିୟମକୁ ୟୁରିନ ମାଧ୍ୟମରେ ବାହାର କରିଦିଏ, ଯେଉଁ କାରଣରୁ ହାଡ କମଜୋର ହେବାକୁ ଲାଗେ। ସେଥିପାଇଁ ଲୁଣର ଅଧିକ ସେବନ କରନ୍ତୁ ନାହିଁ।

ଚକଲେଟ:-

ଆଜିକାଲି ଯୁବ ଓ ପିଲା ଅଧିକ ଚକଲେଟର ସେବନ କରନ୍ତି, କିନ୍ତୁ ଆମକୁ ଏହା ବୁଝିବାକୁ ହେବକି ଏହା ଆମର ହାଡକୁ ଭିତରୁ ଫାଙ୍କା କରିଦିଏ। ଚକଲେଟର ସେବନ ଶରୀରରେ ଓକ୍ସଲେଟ ଓ ସୁଗାରର ମାତ୍ରା ବଢାଏ, ଯେଉଁ କାରଣରୁ କ୍ୟାଲସିୟମ ଶରୀରରେ ଅବଶୋଷିତ ହୋଇପାରେ ନାହିନ ଓ ଏହା ହାଡ କମଜୋର ହେବାର କାରଣ ହୋଇଯାଏ।

ମଦ:-

ଅନେକ ଲୋକ କେବେ କେବେ ପାର୍ଟିରେ, ଆଉ କିଛି ଲୋକ ପ୍ରତ୍ଯେକ ଦିନ ମଦ ପିଅନ୍ତି। କିନ୍ତୁ ଆମେ ଏହା ଭୁଲିଯାଉକି ମଦ ଆମ ଶରୀରକୁ କ୍ଷତି ପହଞ୍ଚାଏ। ମଦର ସେବନର ଦ୍ଵାରା ବ୍ୟକ୍ତିଙ୍କ ଶରୀରରେ କ୍ୟାଲସିୟମର ମାତ୍ରା କମ ହେବାକୁ ଲାଗିବ, ଯାହା ହାଡକୁ କମଜୋର କରିବାର କାରଣ ହୋଇଥାଏ।

ଲୋକ୍ଡ ଡ୍ରିଂକସ:-

ଗରମ ଋତୁ ହେଉ କିମ୍ବା ପାର୍ଟି ହେଉ, ଏମିତି ସମୟରେ ଲୋକ କୋଲ୍ଡ ଡ୍ରିଂକ ପିଅନ୍ତି। ତାଙ୍କୁ ଲାଗେକି ଏହା ତାଙ୍କୁ ଥଣ୍ଡା ଦେବ କିନ୍ତୁ ଅସଲରେ ଏହା ଆପଣଙ୍କର ହାଡକୁ କମଜୋର କରିବାରେ କାମ କରେ। ଏଥିରେ ମିଳୁଥିବା ଫସଫରସ ଓ କାର୍ବନ ଡାଇଅକ୍ସାଇଡ ହାଡକୁ ଫାଙ୍କା କରିବାରେ କାମ କରିଥାଏ।

ନୋଟ:-

ପ୍ରିୟା ପାଣ୍ଡେ ଯୋଗ୍ୟ ଓ ଅନୁଭବି ଡାୟଟିଶିୟନ ଅଟନ୍ତି। ସେ କାନପୁରର ସି.ଏସ.ଜେ.ଏମ. ବିଶ୍ୱବିଦ୍ୟାଳୟରେ ମାନବ ପୋଷଣରେ ବି.ଏସ.ସି କରିଥିଲେ। ସେ କାନପୁରର ଆଭା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଆହାର ବିଶେଷଜ୍ଞ ରୂପରେ କାମ କରିଛନ୍ତି। ସେ ଜିଏସବିଏମ ମେଡିକାଲ କଲେଜରେ ପୋଷଣ ବ୍ୟାଖ୍ୟାନ ବିଷୟରେ ପ୍ରତିନିଧି ରୂପରେ ଭାଗ ନେଇଥିଲେ। ଏହି କ୍ଷେତ୍ରରେ ୮ ବର୍ଷର ଲମ୍ବା ଅନୁଭବ ଅଛି।

Leave a Reply

Your email address will not be published. Required fields are marked *