ଆଇପିଏଲ ୨୦୨୧ : ଅଧାରେ ରହି ଯାଇଥିବା ଆଇପିଏଲ ଖେଳିବା ପାଇଁ ଦୁବାଇରେ ପହଞ୍ଚିଲା ଚେନ୍ନାଇ ସୁପର କିଙ୍ଗସ ,ଏମିତି ଅନ୍ଦାଜରେ ଦେଖାଗଲେ ମହେନ୍ଦ୍ର ସିଂ ଧୋନୀ

୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ଦଳମାନେ ଦୁବାଇ ପହଞ୍ଚିବା ଆରମ୍ଭ କଲେଣି|ଶୁକ୍ରବାର ଦିନ ଚେନ୍ନାଇ ସୁପରକିଙ୍ଗର ଦଳ ଧୋନୀଙ୍କ ନେତୃତ୍ୱରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇ ପହଞ୍ଚିଲା|ତିନିଥର ଚାମ୍ପିଅନ ଚେନ୍ନାଇ ଧୋନୀଙ୍କ ଏୟାର ପୋର୍ଟରେ ସୁଟକେସ ନେଇ ବ୍ଲାକ ଏଣ୍ଡ ହ୍ୱଇଟ ଫଟୋ ସେୟାର କରିଛନ୍ତି|ଚେନ୍ନାଇ ଟୁଇଟ କରି କହିଛି ରେଡି ରୁହ ଓ ଫୋକ୍ସ|ଏହାସହ ଧୋନୀ ପରିବାର ସହ ନଜରରେ ଆସିଛନ୍ତି|

ଚେନ୍ନାଇ ଏହା ସହ ସୁରେଶ ରୈନା,ଅମ୍ବାତି ରାୟୁଡୁ,ରଵିନ ଉତ୍ଥାପା, ଋତୁରାଜ ଗାୟକୱଡ,ଦୀପକ ଚହର,କରନ ଶର୍ମା ଓ କେଏମ୍ ଆସିକର ଦୁବାଇ ପାଇଁ ଫ୍ଲାଇଟ ଧରିବା ପାଇଁ ଏୟାର ପୋର୍ଟରେ ୱଟିଙ୍ଗ ଏରିଆର ଫଟୋ ସେୟାର କରିଛନ୍ତି|ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ଗତ ୧୫ ଅଗଷ୍ଟରୁ ସନ୍ୟାସ ନେବାପରେ ଧୋନୀ ଓ ରାଇନା ଆଇପିଏଲରେ ଖେଳୁଛନ୍ତି|ରୈନା ଉତ୍ତର ପ୍ରଦେଶର ସାୟଦ ମୁସ୍ତାକ ଅଲ୍ଲୀ ପାଇଁ ମଧ୍ୟ ଖେଳୁଛନ୍ତି|

ଚେନ୍ନାଇ ଦଳର ୧୯ ସେପ୍ଟେମ୍ବର ଦିନ ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁକାବିଲା ହେବ|ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଦଳ ୟୁଏଇ ଯାଇଛି|ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ହେଵ|ଚେନ୍ନାଇ ଦଳ ଏବେ ୭ ଟି ମ୍ୟାଚରୁ ୧୦ ଅଙ୍କ ନେଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି|

ଆଇପିଏଲର ଚତୁର୍ଥ ସିଜନ ଏବର୍ଷ ମେ ମାସରେ କରୋନା ଭାଇରସ କାରଣରୁ ମଝିରେ ରୋକି ଦିଆଯାଇଥିଲା|ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଦିନରେ ୩୧ ମ୍ୟାଚ ହେବ|ଦୁବାଇରେ ୧୩,ସାରଜାହରେ ୧୦ ଓ ଆବୁଧାବିରେ ୮ ମୁକାବିଲା ହେବ|

ଗ୍ରୁପର ଶେଷ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ୮ ଅକ୍ଟୋବରରେ ହେବ|ଗ୍ରୁପ ପର୍ଯ୍ୟାୟ ପରେ ପ୍ରଥମ କ୍ୱଲିଫାଏ ୧୦ ଅକ୍ଟୋବର ଦିନ ଦୁବାଇରେ,ଏଲିମିନେଟର ଓ କୱଲିଫାଏର-୨ ୧୧ ଓ ୧୩ ଅକ୍ଟୋବର ଦିନ ସାରଜାହରେ ଖେଳାଯିବ|୧୫ ଅକ୍ଟୋବର ଦିନ ଫାଇନାଲ ମ୍ୟାଚ ଦୁବାଇରେ ଖେଳାଯିବ|

Leave a Reply

Your email address will not be published. Required fields are marked *