ଛାଡପତ୍ର ପରେ ଆଇଏଏସ ଟିନା ପ୍ରଥମ ଥର ପାଇଁ ଖୋଲିଲେ ପାଟି,ଟ୍ରୋଲ କରୁଥିବା ଲୋକଙ୍କୁ ଦେଲେ ଉପଯୁକ୍ତ ଜବାବ,ଜାଣନ୍ତୁ କଣ କଣ କହିଲେ !

ସିଭିଲ ସର୍ଭିସ ପରୀକ୍ଷା ୨୦୧୫ ର ଟପର ହୋଇଥିବା ଟିନା ଡାବିଙ୍କ ନାମ ପ୍ରାୟ ସମସ୍ତେ ଜାଣିଥିବେ | ଟିନା ଡାବି ଯେତେ ଅଧିକ ୟୁପିଏସସି ପରୀକ୍ଷା ଉତ୍ତୀର୍ଣ କରି ହେଡଲାଇନରେ ରହିଥିଲେ, ତାଠାରୁ ଅଧିକ ଚର୍ଚ୍ଚାରେ ସେ ସେତେବେଳେ ଆସିଥିଲେ, ଯେତେବେଳେ ସେ ଆଇଏଏସ ଅତହର ଆମିର ଖାନଙ୍କୁ ବିବାହ କରିଥିଲେ | ଆଜ୍ଞା ହଁ, କହିରଖୁଛୁ ଯେ ଟିନା ଡାବି ଆଇଏଏସ ହୋଇ ନିଜ ସାମାଜିକ କାର୍ଯ୍ୟଠାରୁ ଅଧିକ ନିଜର ବ୍ୟକ୍ତିଗତ କଥାକୁ ନେଇ ଆଜିକାଲି ଲାଇମ ଲାଇଟରେ ରୁହନ୍ତି |

କୁହାଯାଉଛି ଯେ ଆଇଏଏସ ଅଫିସର ଏବଂ ୨୦୧୫ରେ UPSC ଟପର ଟିନା ଡାବି ଏବଂ ଆଇଏଏସ ସ୍ୱାମୀ ଅତହର ଆମିର ଖାନଙ୍କ ଚର୍ଚ୍ଚିତ ଲଭ ଷ୍ଟୋରି ଶେଷ ହୋଇଯାଇଛି | ଉଭୟ ଛାଡପତ୍ର ପାଇଁ ଆବେଦନ କରିବାର ୯ ମାସ ପରେ ମଙ୍ଗଳବାର ଦିନ ଜୟପୁର ଫାମିଲି କୋର୍ଟ ଛାଡପତ୍ର ରାୟ ଶୁଣାଇଛନ୍ତି | ସେବେଠାରୁ ସୋସିଆଲ ମିଡିଆରେ ୟୁଜରମାନେ ଦୁହିଁଙ୍କୁ ନେଇ ଅନେକ ପ୍ରକାରର କମେଣ୍ଟସ କରୁଛନ୍ତି | ସେହିପରି ଏହା ମଧ୍ୟରେ ଟିନା ଡାବି ଛାଡପତ୍ର ପରେ ନିଜର ପ୍ରଥମ ପୋଷ୍ଟ କରି ହୃଦୟର କଥା କହିଛନ୍ତି |

ଉଲ୍ଲେଖନୀୟ କଥା ଯେ ଟିନା ଏବଂ ଅତହରଙ୍କ ବିବାହ ଦୁଇ ବର୍ଷ ମଧ୍ୟ ଠିକରେ ଚାଲିପାରିଲା ନାହିଁ | ସେହିପରି ଟିନା ଛାଡପତ୍ର ପରେ ପ୍ରଥମ ଥର ପାଇଁ ପୋଷ୍ଟ ଲେଖିଲେ | ସେ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, “ଲୋକମାନେ ଆପଣଙ୍କ ବିଷୟରେ ବହୁତ କଥା ହେବେ, କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ | ଆପଣ ସେୟା କରନ୍ତୁ, ଯାହା ଆପଣଙ୍କୁ ଭଲ ଲାଗୁଛି, ଯାହା ଶାନ୍ତି ଦେଉଛି, ଲୋକଙ୍କୁ ଖାତିର ନକରି ଖୁସିରେ ରୁହନ୍ତୁ |”

ଆପଣଙ୍କୁ କହିରଖୁଛୁ ଯେ ଟିନା ଡାବି ଏବଂ ଅତହର ଆମୀର ଖାନଙ୍କ ଛାଡପତ୍ର ପରେ ଲୋକମାନେ ସୋସିଆଲ ମିଡିଆରେ ଟିନାଙ୍କୁ ଟ୍ରୋଲ କରିବା ଏବଂ ତାଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ | ବୋଧହୁଏ ସେଥିପାଇଁ ସେ ଏହି ପୋଷ୍ଟ କରି ଲୋକଙ୍କ ପାଟି ବନ୍ଦ କରି ଦେଇଛନ୍ତି |

କୁହାଯାଉଛି ଯେ ବିବାହର ମାତ୍ର ଚାରି ମାସ ପରେ ହିଁ ଦୁହେଁ ଅଲଗା ଅଲଗା ରହିବାର ନିଷ୍ପତ୍ତି ନେଇଥିଲେ | କେବଳ ଏତିକି ନୁହେଁ, ଦୁହେଁ ପରସ୍ପରକୁ ସୋସିଆଲ ମିଡିଆରେ ଅନଫୋଲୋ ମଧ୍ୟ କରି ଦେଇଥିଲେ | କେବଳ ଏତିକି ନୁହେଁ, ଟିନା ଗୋଟିଏ ଇଣ୍ଟରଭିୟୁ ସମୟରେ କହିଥିଲେ ଯେ ସେ ଅତହରଙ୍କ ଇଣ୍ଟେଲିଜେନ୍ସି ଦ୍ୱାରା ବହୁତ ଇମ୍ପ୍ରେସ ଅଟନ୍ତି | ସେ ବହୁତ ଭଲ ଏବଂ ସଚ୍ଚୋଟ ମଣିଷ ଅଟନ୍ତି | ବୋଧହୁଏ ଏହି କାରଣରୁ ମୁଁ ଅତହରଙ୍କୁ ପ୍ରଥମ ଦେଖାରେ ହିଁ ଭଲପାଇ ବସିଥିଲି | କିନ୍ତୁ ତାଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିଲା ନାହିଁ |

Leave a Reply

Your email address will not be published. Required fields are marked *