ହିନ୍ଦୀରେ ପଚାର ..ଅଲମ୍ପିକରେ ସ୍ଵର୍ଣ ବିଜେତା ନୀରଜ ଚୋପ୍ରା ଇଂଲିଶ ଆଙ୍କରଙ୍କୁ ଦେଲେ ଏମିତି ଉତ୍ତର,ଦେଖନ୍ତୁ ଭିଡିଓ …

ନୀରଜ ଚୋପ୍ରା ବର୍ତ୍ତମାନ ସମୟରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଏମିତି କାହିଁକି ବି ହେବନାହିଁ, ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଭାରତକୁ ଏକମାତ୍ର ଗୋଲ୍ଡ ନୀରଜ ଚୋପ୍ରା ଆଣିଦେଇଛନ୍ତି। ୭ ଅଗଷ୍ଟ ୨୦୨୧କୁ ଅଲମ୍ପିକରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତି ନୀରଜ ଚୋପ୍ରା ଇତିହାସ ରଚିଦେଲେ। ଜଣାଇଦେଉଛୁକି, ନୀରଜ ଭାଲା ଫିଙ୍ଗି ଭାରତକୁ ସ୍ଵର୍ଣ ପଦକ ଦେଇଥିଲେ। ସେ ୮୭.୫୮ ମିଟର ଦୂର ଭାଲା ଫିଙ୍ଗି ଏହି ବଡ ଓ ଗୌରବାନ୍ଵିତ କରିବା ଭଳି କରନାମା କରିଥିଲେ।

ଖାସ କଥା ହେଉଛିକି, ନୀରଜ ଚୋପ୍ରା ପ୍ରଥମ ଏମିତି ଭାରତୀୟ ଯିଏ ଭାଲା ଫିଙ୍ଗି ଭାରତ ପାଇଁ ଗୋଲ୍ଡ ମେଡା ଜିତିଛନ୍ତି। ବର୍ତ୍ତମାନ ପର୍ଯ୍ଯନ୍ତ ଏହି କାରନାମା ଭାଲା ଫିଙ୍ଗିବାରେ କୌଣସି ଭାରତୀୟ ଖେଳାଳି କରିପାରି ନାହାନ୍ତି। ୨୩ ବର୍ଷୀୟ ହରିୟାଣାରେ ରହୁଥିବା ନୀରଜ ଚୋପ୍ରା ଏହି କାରନାମା କରି ଏହି ଦଶକକୁ ଶେଷ କରିଦେଲେ।

ନୀରଜ ଚୋପ୍ରାଙ୍କ ଐତିହାସିକ ବିଜୟ ପରେ ତାଙ୍କ ସହ ଜଡିତ କିଛି ଖାସ ସୂଚନା ମଧ୍ୟ ସାମ୍ନାକୁ ଆସୁଅଛି ଓ ତାଙ୍କର କିଛି ପୁରୁଣା ସାକ୍ଷାତକାର ଏବଂ ଭିଡିଓ ମଧ୍ୟ ଖୁବ ଭାଇରାଲ ହେଉଅଛି। ଏମିତି ହିଁ ଏକ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହେଉଥିବାର ଦେଖାଯାଉଛି। ଯାହାକୁ ସ୍ପୋର୍ଟ୍ସ ଏଙ୍କର ଜତିନ ସପୃ ନୀରଜ ଇଂରାଜୀରେ କଥାବାର୍ତ୍ତା ହେଉଥିବାର ଦେଖାଯାଇଥିଲା, ଉତ୍ତରରେ ନୀରଜ ନିଜ ଅନ୍ଦାଜରେ କହିଲେକି,’ହିନ୍ଦୀରେ ପ୍ରଶ୍ନ ପଚାର।’

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁକି, ଏହି ଭିଡିଓ ୨୦୧୯ ମସିହାର ଅଟେ। ଏହି ସମୟରେ ଇଣ୍ଡିଆନ ସ୍ପୋର୍ଟ୍ସ ହନର ଏୱାର୍ଡ ସମାରୋହର ଆୟୋଜନ କରାଯାଇଥିଲା ଓ ଏଥିରେ ଅନେକ ଭାରତୀୟ ଖେଳାଳିଙ୍କ ସହିତ ନୀରଜ ଚୋପ୍ରା ମଧ୍ୟ ଭାଗ ନେଇଥିଲେ। ଏହି ସମାରୋହରେ ପ୍ରସିଦ୍ଧ କମେଣ୍ଟେଟର ଜତିନ ସପୃ ଏକରିଙ୍ଗ କରିଥିଲେ। ଏହି ସମୟରେ ଜତିନ କାଠବାର୍ତ୍ତା କରୁ କରୁ ନୀରଜଙ୍କ ପାଖକୁ ଯାଇ ପ୍ରଶ୍ନ କରିଲେ। ସେତେବେଳେ ନୀରଜ ଜତିନଙ୍କୁ ହିନ୍ଦୀରେ ପ୍ରଶ୍ନ ପଚାରିବାକୁ କହିଥିଲେ।

ନୀରଜଙ୍କ ଏହି କଥା ଶୁଣି ଜତିନ ଇଂରାଜୀରେ ପ୍ରଶ୍ନ କରିଲେ, ଏହାପରେ ବଡ ଭଦ୍ର ଅନ୍ଦାଜରେ ନୀରଜକୁ କହିଲେକି, ହିନ୍ଦୀରେ ପଚାରିନେବୁ।’ ଏହା ପରେ ଆଗକୁ ଜତିନ ହିନ୍ଦୀରେ ନିଜର ଜାଭଲିନର ଯାତ୍ରା ବିଷୟରେ ପ୍ରଶ୍ନ କରିଲେ। ଏହି ଭିଡିଓ ଲୋକଙ୍କୁ ବହୁତ ପସନ୍ଦ ଆସୁଅଛି ଓ ନୀରଜଙ୍କର ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି।

ଭାଜପା ନେତା ତାଜିନ୍ଦର ପାଲ ସିଂ ବଗ୍ଗା ଏହି ଭିଡିଓକୁ ଟୁଇଟରରେ ସେୟାର କରି ଲେଖିଲେକି,’ଦେଶୀ ଛୋରା ନୀରଜ ଚୋପ୍ରା କା ପୁରାନା ଇଣ୍ଟରଭ୍ୟୁ’

ଭିଡିଓରେ ଗଣେଶ ରାଓ ନାମକ ୟୁଜର କମେଣ୍ଟ କରିଲେକି,’କଣ ଉତ୍ତର ଅଛି। ହିନ୍ଦୀରେ କହିବାକୁ ଡରିଲେ ନାହିଁ ଓ ନା ତାଙ୍କୁ ନିଜର କଥା ରଖିବାକୁ ଡର ଲାଗିଲା। ମୁଁ କୌଣସି ଫିଲ୍ମର ହିରୋଙ୍କୁ ଫୋଲୋ କରେନାହିଁ, ସେ ଆମର ଯୁବକମାନଙ୍କର ହିରୋ ହେବା ଉଚିତ।’

ସେହିପରି ଗୋଲ୍ଡି ନାମକ ଜଣେ ୟୁଜର ଲେଖିଲେ,’କୌଣସି ଲାଜ ରହିବା ଉଚିତ ନୁହେଁ। ସମସ୍ତଙ୍କୁ ହିନ୍ଦୀରେ କଥା କହିବା ଉଚିତ। ଆମେ ଦ୍ଵିତୀୟ ଭାଷାକୁ କାହିଁକି ପ୍ରମୋଟ କରୁଅଛୁ।’

Leave a Reply

Your email address will not be published. Required fields are marked *