ଇଏ କି ଅବହେଳା : କରୋନା ଟୀକା ବଦଳରେ ଲଗାଇଲେ ଲୁଣ ପାଣିର ଇଞ୍ଜେକ୍ସନ, ୮୬୦୦ ଲୋକଙ୍କୁ ଦେଲେ ଧୋକା

କରୋନା ଭାଇରସ ମହାମାରୀ ବିରୋଧରେ ସାରା ଦୁନିଆରେ ମହାଅଭିଯାନ ଜାରି ରହିଛି | ଏହାମଧ୍ୟରେ ଜର୍ମାନୀର ଫ୍ରାଇଜଲ୍ୟାଣ୍ଡରୁ ଏପରି ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି | ଏହି ମାମଲାଟି ରେଡ କ୍ରସ ହସ୍ପିଟାଲର ଅଟେ, ଯେଉଁଠାରେ ୮୬୦୦ ଲୋକଙ୍କର ସ୍ୱାସ୍ଥ୍ୟ ସହିତ ଖେଳି ଜଣେ ନର୍ସ ସେମାନଙ୍କୁ କରୋନା ଟୀକା ନାମରେ ଲୁଣ ପାଣିର ଇଞ୍ଜେକ୍ସନ ଲଗାଇ ଦେଲେ |

ମୁଁ ଏହି ମାମଲାରେ ଦୁଃଖିତ :-

ଯେତେବେଳେ ଏହି ମାମଲାର ସୂଚନା ସେଠିକାର ଲୋକାଲ କାଉନସଲର ସ୍ବେନ ଏମ୍ବ୍ରସି ପାଇଲେ, ସେତେବେଳେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ସେ ଫେସବୁକରେ ଲେଖିଛନ୍ତି, ‘ ନର୍ସଙ୍କ ଏହିଙ୍କ କାର୍ଯ୍ୟକଳାପ ପାଇଁ ମୁଁ ଦୁଃଖିତ |’ ସେହିପରି ଖବର ସାମ୍ନାକୁ ଆସିବାପରେ ହସ୍ପିଟାଲ ପ୍ରଶାସନରେ ଉତ୍ତେଜନା ଦେଖାଦେଇଛି ଏବଂ ବର୍ତ୍ତମାନ ହସ୍ପିଟାଲର କର୍ମଚାରୀମାନେ ସବୁ ଲୋକଙ୍କୁ ଚେତାବନୀ ଦେଇ କହୁଛନ୍ତି ଯେ ସେମାନେ ଶୀଘ୍ର ହସ୍ପିଟାଲ ଆସି ପୁଣିଥରେ କରୋନା ଟୀକାର ଡୋଜ ନିଅନ୍ତୁ |

ଇଞ୍ଜେକ୍ସନରେ ଲୁଣ ପାଣି କିପରି ଆସିଲା ?

କୁହାଯାଉଛି ଯେ ଏହି ନକଲି ଇଞ୍ଜେକ୍ସନ ଜର୍ମାନୀର ଗ୍ରାମୀଣ ଅଂଚଳରେ ଲୋକମାନଙ୍କୁ ଲଗାଯାଇଛି | ନର୍ସ ଇଞ୍ଜେକ୍ସନ ଆସିବାପରେ ତାକୁ ଲୁଣ ପାଣିଦ୍ୱାରା ବଦଳାଇ ଦେଉଥିଲେ | ଏହାପରେ ଏହି ପାଣିକୁ ସିରିଂଜରେ ଭର୍ତ୍ତି କରି ଲୋକଙ୍କୁ ଲଗାଯାଉଥିଲା | ମାର୍ଚ୍ଚ ଏବଂ ଏପ୍ରିଲରେ ଅନେକ ଲୋକଙ୍କୁ ସଲାଇନ ସଲ୍ୟୁସନର ଟୀକା ଲଗାଗଲା | ଏଥିରେ ଅଧିକାଂଶ ବୃଦ୍ଧ ଲୋକ ଥିଲେ | ତେବେ ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରିବା ଆରମ୍ଭ କରିଦେଇଛି |

ଲୁଣ ପାଣିର ଇଞ୍ଜେକ୍ସନ କେତେ ବିପଜ୍ଜନକ ?

ଆମର ସହଯୋଗୀ ୱେବସାଇଟ ଵିୟୋନ ଅନୁଯାୟୀ, ନର୍ସ ଏପରି କାମ କାହିଁକି କଲେ ଏହି କଥାର ଖୁଲାସା ବର୍ତ୍ତମାନ ସୁଦ୍ଧା ହୋଇପାରି ନାହିଁ | କିନ୍ତୁ ଡାକ୍ତରମାନେ କହିଛନ୍ତି ଯେ ସଲାଇନ ସଲ୍ୟୁସନ ସମ୍ପୂର୍ଣ ଭାବେ ସୁରକ୍ଷିତ ଅଟେ | ଏହାଦ୍ୱାରା ଶରୀରରେ କୌଣସି ପ୍ରକାରର କୌଣସି ଅସୁବିଧା ହେବନାହିଁ | କିନ୍ତୁ ପୋଲିସ ଯାଞ୍ଚରେ କୁହାଯାଇଛି ସେମାନଙ୍କୁ ବିପଦର ଆଶଙ୍କା ରହିଛି |

Leave a Reply

Your email address will not be published. Required fields are marked *