ଦେଖନ୍ତୁ ଭିଡ଼ିଓ : ଅଲମ୍ପିକରେ ଗୋଲଡ଼ ମେଡାଲ ବିଜୟୀ ନୀରଜ ଚୋପ୍ରା ଦେଶୀ ଅନ୍ଦାଜରେ କଲେ ଜବରଦସ୍ତ ଡ୍ୟାନ୍ସ,ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା

ଟୋକିଓ ଅଲମ୍ପିକରେ ଜାଭେଲିନ ଫିଙ୍ଗାରେ ଗୋଲଡ଼ ମେଡାଲ ଜିତିଥିବା ନେବ୍ରଜ ଚୋପ୍ରା ଏହିଦିନ ବହୁତ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ବର୍ତ୍ତମାନର ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହାସହ ତାଙ୍କର ପୁରୁଣା ଭିଡ଼ିଓ ମଧ୍ୟ ବହୁତ ଦେଖାଯାଉଛି। ନୀରଜ ଚୋପ୍ରା ଅଲମ୍ପିକରେ ଗୋଲଡ଼ ଜିତି ଦେଶର ମାନ ବଢ଼ାଇଛନ୍ତି। ଏବେ ଦେଶର ତାଙ୍କ ଉପରେ ଜମି ରହିଛି। ଇଣ୍ଟରନେଟରେ ନୀରଜ ଚୋପ୍ରାଙ୍କର ଏକ ଭିଡ଼ିଓ ବହୁତ ଭାଇରାଲ ହେଉଛି।

ବରଯାତ୍ରୀରେ ନୀରଜ ଚୋପ୍ରା ଏହିପରି ନାଚିଲେ:-

ନୀରଜ ଚୋପ୍ରାଙ୍କ ପୁରୁଣା ଭିଡ଼ିଓରେ ସେ ଏକ ବରଯାତ୍ରୀରେ ଡ଼୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଧଳା ଶର୍ଟ ଓ କଳା ଜିନ୍ସରେ ସେ ଡ଼୍ୟାନ୍ସ କରୁଥିବା ସମୟରେ ବହୁତ ସ୍ମାର୍ଟ ଲାଗୁଛନ୍ତି। ଟ୍ୱିଟରରେ ଗୋବିନ୍ଦା ନାମକ ଏକ ୟୁଜର ତାଙ୍କ ଭିଡ଼ିଓ ଶେୟର କରିଛନ୍ତି। ଭିଡ଼ିଓ ଶେୟର କରି ସେ ଲେଖିଲେ ନୀରଜ ଭାଇ ହରିଆଣାର ଦେଶୀ ଟୋକା।

ଲୋକମାନେ କହିଲେ ଦେଶୀ ଟୋକା ନୀରଜ ଚୋପ୍ରା:-

ସୋସିଆଲ ମିଡିଆରେ ଆଉଜଣେ ୟୁଜର ଭିଡ଼ିଓ ଶେୟର କରି ଲେଖିଥିଲେ, ନୀରଜ ଚୋପ୍ରା ଦେଶୀ ଟୋକା ଅଟନ୍ତି। ସୋସିଆଲ ମିଡ଼ିଆରେ ଆହୁରି ଏମିତି ଭିଡ଼ିଓ ନୀରଜଙ୍କର ଭାଇରାଲ ହେଉଛି। ପ୍ରସିଦ୍ଧ ହୋଷ୍ଟ ଯତୀନ ଶାପ୍ରୁଙ୍କ ସହିତ ଏକ ଇଣ୍ଟରଭୟୁ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

Leave a Reply

Your email address will not be published. Required fields are marked *