ଦେଖନ୍ତୁ ଭିଡ଼ିଓ : ଏହି ବୃଦ୍ଧ ଲୋକଙ୍କୁ କମ ଭାବନ୍ତୁ ନାହିଁ ,ନିଜ ସହିତ ହୋଇଥିବା ଖରାପ ବ୍ୟବହାର ପାଇଁ ନେଲେ ଏମିତି କିଛି ପ୍ରତିଶୋଧ

ଆମକୁ ପିଲାବେଳରୁ ଶିକ୍ଷା ଦିଆଯାଇଥାଏ କି,ବୃଦ୍ଧ ଲୋକଙ୍କର ସମ୍ମାନ କରିବା ଆବଶ୍ୟକ, ତାଙ୍କର ସାହାର୍ଯ୍ୟ ପାଇଁ ଆଗକୁ ଆସିବାକୁ ମଧ୍ୟ ହେବ କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯାହାଙ୍କୁ ଏହାର କୌଣସି ଖାତିର ନାହିଁ। ଗରିବ ଓ ବୃଦ୍ଧ ଲୋକଙ୍କୁ ଦେଖି ତାଙ୍କର ମଜା ଉଡାଇବାକୁ ଲାଗିଥାନ୍ତି। ସୋସିଆଲ ମିଡ଼ିଆରେ ଏହିପରି ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁ ଭିଡ଼ିଓରେ କିଛି ଯୁବକ ଜଣେ ବୟସ୍କ ଲୋକଙ୍କର ଟୋପିକୁ ଫୋପାଡ଼ି ମଜା ନେଉଛନ୍ତି। ଏବେ ଏହି ଭିଡ଼ିଓ ବହୁତ ଭାଇରାଲ ହେବାରେ ଲାଗିଛି।

ବୃଦ୍ଧ ବ୍ୟକ୍ତିଙ୍କର ମଜା ଉଡ଼ାଇଲେ ଲୋକେ:-

ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଆଇପିଏସ ଅଫିସର ରୂପିନ ଶର୍ମା ଶେୟର କରିଛନ୍ତି। ଆପଣ ଯେତେବେଳେ ଭିଡ଼ିଓ ଦେଖିବା ଆରମ୍ଭ କରିବେ ସେତେବେଳେ ଆପଣଙ୍କୁ ଲାଗିବ ଯେ, ତିନିଜଣ ଯୁବକ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମଜାକ ଉଡ଼ାଉଛନ୍ତି। ଶେଷରେ ବଲିଉଡ଼ ଫିଲ୍ମ ପରି ଟ୍ଵିଷ୍ଟ ଦେଖିବାକୁ ମିଳିଛି, ବୃଦ୍ଧ ଲୋକଟି ଜଣେ ଆଉଜଣେ ପାଖକୁ ନିଜର ଟୋପି ପାଇଁ ଦୌଡ଼ୁଛି।

ଶେଷରେ ଦେଖିବାକୁ ମିଳିଲା ଟ୍ଵିଷ୍ଟ:-

ଯେତେବେଳେ ଯୁବକ ବୃଦ୍ଧ ଲୋକଙ୍କ ଟୋପି ଫିଙ୍ଗିଦେଲେ ସେତେବେଳେ ବୃଦ୍ଧ ବ୍ୟକ୍ତିଟି ଚୁପଚାପ ବସି ପଡ଼ୁଛି ଓ ନିଜ ପକେଟରୁ ତିନୋଟି ମୋବାଇଲ ଫୋନ ବାହାର କରୁଛି। ସେହି ତିନୋଟି ମୋବାଇଲ ଫୋନ ସେହି ଯୁବକ ଙ୍କର ଯିଏକି ବୃଦ୍ଧ ଲୋକଙ୍କ ସହିତ ମଜା କରୁଥିଲେ। ଟ୍ୱିଟରରେ ଶେୟର କରାଯାଇଥିବା ଏହି ଭିଡ଼ିଓକୁ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି। ଶହ ଶହ ଲୋକ ଏହି ଭିଡ଼ିଓକୁ ଦେଖୁଛନ୍ତି।

Leave a Reply

Your email address will not be published. Required fields are marked *