ସପ୍ତମ ବେତନ କମିଶନ: କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ଶୀଘ୍ର ଦେବେ ଏହି ବଡ ଖୁସି ଖବର,ପୁଣି ବଢିବ ଦରମା!

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆଉ ଏକ ଭଲ ଖବର|ମହଙ୍ଗା ଭତ୍ତା ଓ ମହଙ୍ଗା ରାହତରେ ୧୭ ରୁ ୨୮% ବଢିବା ପରେ ଏବେ ଆଉ ଏକ ଭଲ ଖବର|କେନ୍ଦ୍ର ସରକାର ପୂର୍ବରୁ ମହଙ୍ଗା ଭତ୍ତା ୧୧% ବଢେଇ ସାରିଛନ୍ତି|ଏଵେ ଖବର ରହିଛି ଯେ ସରକାର ଶୀଘ୍ର ଜୁନର ଡିଏ ମଧ୍ୟ ଜାରି କରିବେ|ଏମିତି ହୁଏ ଯଦି ମୋଟ ମହଙ୍ଗା ଭତ୍ତା ୨୮% ଜାଗାରେ ୩୧% ହେବ|ମାନେ ସାଲାରୀ ବଢିବା ନିଶ୍ଚିତ|

କେନ୍ଦ୍ର ସରକାର ଜୁନ ୨୦୨୧ର ମହଙ୍ଗା ଭତ୍ତା ଏବେ ସ୍ଥିର କରିନାହାନ୍ତି|ଯଦି ସବୁକିଛି ଠିକଠାକ ରହେ ତଵେ ୩% ମହଙ୍ଗା ଭତ୍ତା ବଢ଼ିପାରେ|ଆଇସିପିଆଇ ଆକଳନ ଅନୁସାରେ ୩% ବଢିବା ନିଶ୍ଚିତ|ଯଦିଓ ସ୍ଥିର ନାହିଁ ଏହା କେବେଠାରୁ ଲାଗୁ ହେବ|କର୍ମଚାରୀ ସଂଗଠନ ଅନୁସାରେ ସରକାର ଶୀଘ୍ର ଘୋଷଣା କରିପାରନ୍ତି|ଜୈସିଏମ ସେକ୍ରେଟାରୀ ଶିବ ଗୋପାଳ ମିଶ୍ରଙ୍କ କହିବାନୁଯାୟୀ ଏହା ଶିଘ୍ର ଘୋଷଣା ହେବ|

ଆପଣଙ୍କୁ କହିରଖେ ଯେ ଜାନୁଆରୀ ଜାନୁଆରୀ ୨୦୨୦ରେ ଡିଏ ୪% ବୃଦ୍ଧି ହୋଇଥିଲା|ଜୁନ ୨୦୨୦ ରେ ୩% ବୃଦ୍ଧି ଓ ସହ ଜାନୁଆରୀ ୨୦୨୧ରେ ୪% ବଢିଲା|୧୧% ବଢିବା ପରେ ଏଵେ ଡିଏ ଓ ଡିଆରରେ ୨୭-୨୮% ବଢିଛି|ଏଵେ ୩% ବଢିଲେ ୩୧% ହେବ|

ନୁଆ ମହଙ୍ଗା ଭତ୍ତା(୩୧%)-୧୭୬୩୯ ଟଙ୍କା ପ୍ରତି ମାସ

ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୧୭%)-୯୬୭୩ ଟଙ୍କା ପ୍ରତି ମାସ

ମହଙ୍ଗା ଭତ୍ତା ବୃଦ୍ଧି:୭୯୬୬ ଟଙ୍କା ମାସିକ

ବାର୍ଷିକ ଦରମା ବୃଦ୍ଧି:୭୯୬୬×୧୨=୯୫୫୯୨ ଟଙ୍କା

୨୮% ମହଙ୍ଗା ଭତ୍ତାରେ ଗଣନା:

କର୍ମଚାରୀ ମୂଳ ବେତନ:୧୮୦୦୦

ନୂତନ ମହଙ୍ଗା ଭତ୍ତା:୫୦୩୦ ମାସ ପ୍ରତି

ଏପର୍ଯ୍ୟନ୍ତ ମହଙ୍ଗା ଭତ୍ତା:୩୦୬୦ ମାସ ପ୍ରତି

ବୃଦ୍ଧି ମହଙ୍ଗା ଭତ୍ତା:୧୯୮୦

ବାର୍ଷିକ ବେତନ ମାସିକ:୧୯୮୦×୧୨=୨୩୭୬୦

କରୋନା ମହାମାରୀ କାରଣରୁ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଓ ଡିଆରର ଅତିରିକ୍ତ କିସ୍ତି ରୋକିଥିଲେ|ଏହି କିସ୍ତି ଜାନୁଆରୀ, ଜୁଲାଇ ୨୦୨୦ ଓ ୧ ଜାନୁଆରୀରେ ଲଗାଇଲେ|ନୂତନ ସ୍ଲାବ ଆଧାରରେ ସେପ୍ଟେମ୍ବର ମାସରେ ଦିଆଯିବ|ସେପ୍ଟେମ୍ବର ଦରମାରେ ଡିଏ ୨୮% ହେଵ|

ଡିଏ ବଢିବା ସହ କେନ୍ଦ୍ର କର୍ମଚାରୀଙ୍କ ଏଚ୍ଆରଏରେ ବୃଦ୍ଧି ପାଇଛି|ଏହା ବଢି ୨୭% କରିଛନ୍ତି|ଏଚ୍ଆରଏରେ ଅଲଗା ଅଲଗା କାଟାଗୋରୀରେ ୧-୩% ବଢ଼ିଛି|ଏଵେ ତାଙ୍କୁ ସହର ଅନୁସାରେ ୨୭%,୧୮%,୯% ଘରଭଡା ମିଳିବ|ଏବେ ତିନି କ୍ଲାସ ପାଇଁ ୨୪%,୧୬%,୮% ରହିଛି|

2 Comments on “ସପ୍ତମ ବେତନ କମିଶନ: କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ଶୀଘ୍ର ଦେବେ ଏହି ବଡ ଖୁସି ଖବର,ପୁଣି ବଢିବ ଦରମା!”

  1. PENSION OF BANK RETIREES HAS NOT BEEN REVISED FOR 4 DECADES. PENSIONS OF CENTRAL GOVT OR STATE GOVT RETIREES ARE REVISED WITH REVISION OF PAY BY RECOMMENDATION OF PAY COMMISSION BUT REVISION OF PENSION OF BANK RETIREES ARE MADE IN THE SAME MANNER ; hIGH COURT A ND APEX COURT HAVE ORDERED FOR REVISION BUT THE ORDER HAS NOT BEEN IMPLEMENTED. AS IBA PLAYS A MISCHEVIOUS ROLE. WHILE REVISION OF PAY OR PENSION OF BANKERS DO NOT AFFECT EXPENDITURE OF GOVT . GOVT FAVOURS JUSTIFICATION OF REVISION OF PENSION OF BANKERS

Leave a Reply

Your email address will not be published. Required fields are marked *