ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇର କଳା ଓ ଧନ୍ଦା ମୂଳକ ରେଜଲ୍ଟ। ଏହି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। କିନ୍ତୁ, କେତେବେଳେ ରେଜଲ୍ଟ ବାହାରିବ ସେହି ସମ୍ପର୍କରେ ଆଜି ସ୍ପଷ୍ଟ ଭାବରେ ସୂଚନା ଦିଆଯିବ।

orrissaresullts.nic.in ରେ ଯୁକ୍ତ ଦୁଇ ରେଜଲ୍ଟ ଉପଲବ୍ଧ କରାଯିବ। ଛାତ୍ରଛାତ୍ରୀ ଏହି ୱେବସାଇଟରେ ନିଜର ରେଜଲ୍ଟ ଚେକ କରିପାରିବେ।

ଗତକାଲି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜୁଲାଇ ମାସ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଆଉ ସେହି ସମୟରେ ୧୫ ଦିନ ମଧ୍ୟରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଥିଲା।

Google

ଚଳିତ ବର୍ଷ କଳାରେ ପାସ ହାର ୯୦% ଉପରେ ରହିବ ବୋଲି ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କିନ୍ତୁ, ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ କଣ ପଦକ୍ଷେପ ନିଆଯିବ। ତାହା ସ୍ପଷ୍ଟ କରାଯାଇନାହିଁ। ଅଫଲାଇନ ମାଧ୍ୟମରେ ପରୀକ୍ଷା କରାଯିବ ନା ନାହିଁ ସେ ସମ୍ପର୍କରେ ଆଗାମୀ ଦିନରେ ଜଣାପଡ଼ିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟରେ ୯୪.୯୬% ଛାତ୍ରଛାତ୍ରୀ ପାସ କରିଛନ୍ତି। ବିଜ୍ଞାନରେ ରେଗୁଲାର ପାସ ହାର ୯୯.୮୮% ରହିଛି। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ଜଣ ଛାତ୍ରଛାତ୍ରୀ ପାସ କରିଥିବା ସମୟରେ ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଜଣ ଛାତ୍ରଛାତ୍ରୀ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଆଉ ସେହିପରି ବିଜ୍ଞାନରେ ଏକ୍ସ ରେଗୁଲାରରେ ପାସ ହାର ୭୧.୨୭% ରହିଛି।

ବାଣିଜ୍ୟରେ ରେଗୁଲାର ଛାତ୍ରଛାତ୍ରୀଙ୍କର ପାସ ହାର ୯୯.୯୫% ରହିଛି। ଏଥିରେ ପ୍ରଥମ ଶ୍ରେଣୀରେ ୮ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ପାସ କରିଥିବା ସମୟରେ ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୬୯୨ ଜଣ ଛାତ୍ରଛାତ୍ରୀ ଓ ତୃତୀୟ ଶ୍ରେଣୀରେ ୯ ହଜାର ୦୬୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବାଣିଜ୍ୟରେ ଏକ୍ସ ରେଗୁଲାର ପାସ ହାର ସଂଖ୍ୟା ୫୪.୭୮% ରହିଛି।

Leave a Reply

Your email address will not be published. Required fields are marked *