କାର ଉପରେ ଆକାଶରୁ ଗଳି ପଡିଲା ମାଛ, ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକମାନେ,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ କେବେ କଣ ଭାଇରଲ ହୋଇଯାଏ, ତାହା କେହି ବି କହିପାରିବେ ନାହିଁ | ଆଜିକାଲି ଆମେରିକାର ଵର୍ଜିନିଆର ଅଜବ ପ୍ରକାରର ଫୁଟେଜ ସୋସିଆଲ ମିଡିଆରେ ବହୁତ ଦ୍ରୁତ ଗତିରେ ଭାଇରଲ ହେଉଛି, ଯେଉଁଥିରେ ମାଛକୁ ଆକାଶକୁ ପଡୁଥିବାର ଏବଂ ପାର୍କ କରାଯାଇଥିବା ଗାଡି ସହିତ ପିଟିହେବାର ଦେଖାଯାଇପାରେ |

ଏହି ଭିଡିଓ ଵର୍ଜିନିଆ ବିଚରେ ଗୋଟିଏ ଘରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି | ଏହି ଭିଡିଓ ଲୋକମାନଙ୍କୁ ଭ୍ରମରେ ପକାଇ ଦେଇଛି ଏବଂ ଲୋକମାନେ ଭାବୁଛନ୍ତି ଯେ ଆକାଶରୁ ମାଛ କେମିତି ପଡିପାରେ |

ଏହାକୁ ନେଇ ଘର ମାଲିକ, କାର୍ଲସ ମାଲ୍ଡୋନାଡୋ ସ୍ଥାନୀୟ ମିଡ଼ିଆକୁ କହିଛନ୍ତି ଯେ ପଡୋଶୀମାନେ ତାଙ୍କୁ ମାଛ କାର ସହିତ ବାଡେଇ ହେବାର ସୂଚନା ଦେଇଥିଲେ | କିନ୍ତୁ ଆରମ୍ଭରେ ତାଙ୍କୁ ଏହି କଥା ଉପରେ ବିଶ୍ୱାସ ହେଲାନାହିଁ | ଯେତେବେଳେ ପରିବାର ଲୋକ ଘରେ ଲାଗିଥିବା କ୍ୟାମେରାର ଫୁଟେଜ ଚେକ କଲେ, ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ବାସ୍ତବରେ ଗୋଟିଏ ମାଛ ଆକାଶରୁ ପଡିଯାଇଛି |

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ କାର ଠିଆ ହୋଇଥିଲା ଏବଂ ଗୋଟିଏ ମାଛ ଆକାଶରୁ ସିଧା କାର ଉପରେ ପଡିଗଲା | ସେ ପଡୋଶୀମାନଙ୍କୁ ଦର୍ଶାଇ କହିଛନ୍ତି ଯେ ମାଛଟି ବନ୍ଧୁକ ଗୁଳି ପରି ଲାଗୁଥିଲା |

ସେ କହିଛନ୍ତି ଯେତେବେଳେ ସେ ଯାଞ୍ଚ କରିବାପାଇଁ ଆସିଲେ, ସେତେବେଳେ ମାଛକୁ ଦେଖିଲେ ଏବଂ ସୂଚନା ଦେଲେ | ଆମେ ସେହି ପଡୋଶୀଙ୍କୁ କହିଲୁ ଯେ ହଉ ଠିକ ଅଛି, ଆକାଶରୁ ଗୋଟିଏ ମାଛ ପଡିଯାଇଛି ?

ତେବେ ନିଜ କ୍ୟାମେରା ଫୁଟେଜକୁ ଯାଞ୍ଚ କରିବାପରେ ମାଲ୍ଡୋନାଡୋ ଅନୁଭବ କଲେ ଯେ ତାଙ୍କ ପଡୋଶୀ ଠିକ କହୁଥିଲେ | ଭିଡିଓରେ ଦେଖାଯାଉଛି ଯେ ମାଛଟି ଲନରେ ଠିଆ ହୋଇଥିବା କାର ଉପରେ ପଡିଗଲା | ଏହି ଭିଡିଓକୁ ୟୁଟ୍ୟୁବରେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଥର ଦେଖାଗଲାଣି | ଏହାସହିତ ଶହ ଶହ ଲୋକ ଏହା ଉପରେ କମେଣ୍ଟ କରି ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି |

ଦେଖନ୍ତୁ ଭିଡିଓ :-

Leave a Reply

Your email address will not be published. Required fields are marked *