ନିଜ ଫୋନରୁ ତୁରନ୍ତ ଡିଲିଟ କରି ଦିଅନ୍ତୁ ଏହି ୫ଟି ଖତରନାକ ଆପ୍ଲିକେସନ,ନଚେତ ଆପଣଙ୍କ ଫେସବୁକ ଆକାଉଣ୍ଟ ହୋଇଯିବ ହ୍ୟାକ

ଫେସବୁକ ୟୁଜର୍ସଙ୍କ ଡାଟା ବିପଦରେ :-

ନିକଟରେ ରିସର୍ଚ୍ଚରମାନେ ଏକ ନୂତନ ଆଣ୍ଡ୍ରଏଡ ଟ୍ରୋଜାନ ଫ୍ଲାଇଟ୍ରାପ ସ୍ପଟ କରିଛନ୍ତି, ଯାହା ମାଧ୍ୟମରେ ୧୪୦ ରୁ ଅଧିକ ଦେଶରୁ ଫେସବୁକ ୟୁଜର୍ସଙ୍କ ଆକାଉଣ୍ଟକୁ ହ୍ୟାକ କରାଯାଉଛି |

ଆପଣ ନିଜେ ହିଁ କରୁଛନ୍ତି ଚୋରିରେ ସାହାଯ୍ୟ :-

Zimperium zLabs ର ମୋବାଇଲ ଥ୍ରେଟ ରିସର୍ଚ୍ଚ ଟିମ ଅନୁଯାୟୀ, ମାର୍ଚ୍ଚ ୨୦୨୧ ଠାରୁ ମାଲୱେର ଗୁଗଲ ପ୍ଲେ ଷ୍ଟୋରର ମ୍ୟାଲେସିୟସ ଆପ, ଥାର୍ଡ଼ ପାର୍ଟି ଆପ ଷ୍ଟୋର ଏବଂ ସାଇଡ ଲୋଡ ଆପ୍ସରୁ ବ୍ୟାପିଛି | ଏହି ମାଲୱେର ବହୁତ ସିମ୍ପଲ ଟ୍ରିକରେ କାମ କରିଥାଏ | ସର୍ବପ୍ରଥମେ ଏହା ପୀଡିତାଙ୍କୁ ମ୍ୟାଲେସିୟସ ଆପରେ ସେମାନଙ୍କର ଫେସବୁକ କ୍ରେଡେନ୍ସିଆଲ ମାଧ୍ୟମରେ ଲଗ୍ଇନ୍ କରାଇ ଥାଏ, ତାପରେ ସେ ୟୁଜର୍ସଙ୍କ ଡାଟାକୁ ଚୋରି କରି ନେଇଥାଏ |

ଏହି ଆପଗୁଡିକୁ ଡାଉନଲୋଡ଼ କରିବାଠାରୁ ଦୁରେଇ ରୁହନ୍ତୁ :-

ରିସର୍ଚ୍ଚରେ ଏହା ମଧ୍ୟ ଖୁଲାସା ହୋଇଛି ଯେ ଫ୍ଲାଇଟ୍ରାପ ଅଲଗା ଅଲଗା ପ୍ରକାରର ମୋବାଇଲ ଆପ୍ସ, ଯେପରିକି ନେଟଫ୍ଲିକ୍ସ କୁପନ କୋଡ଼, ଗୁଗୁଲ ଆଡ଼ୱାର୍ଲଡ କୁପନ କୋଡ଼ ଏବଂ ବେଷ୍ଟ ଫୁଟବଲ ଟିମ ଭୋଟିଂ ଏବଂ ପ୍ଲେୟରର ବ୍ୟବହାର କରିଥାଏ |

ପ୍ରଶ୍ନ ଉତ୍ତରର ଗେମ :-

ଏହି ଆପ୍ସ ଡାଉନଲୋଡ଼ ହେବାପରେ ୟୁଜର୍ସଙ୍କୁ ବୋକା ବନାଇଥାଏ ଏବଂ ଅନେକ ପ୍ରକାରର ପ୍ରଶ୍ନ ପଚାରିଥାଏ | ଏହି ସବୁ ପ୍ରଶ୍ନର ଉତ୍ତର ଦେବାପରେ ଏହା ୟୁଜର୍ସଙ୍କୁ ଫେସବୁକ ଲଗଇନ ପେଜରେ ଡାଇରେକ୍ଟ କରି ଦେଇଥାଏ, ଯେଉଁଥିପାଇଁ ଏହା ଭୋଟ ଦେବାପାଇଁ ଫେସବୁକ ଆକାଉଣ୍ଟରୁ ଲଗଇନ କରିବାପାଇଁ କହିଥାଏ |

କେଉଁଠି ସେଭ ହୋଇଥାଏ ଚୋରି ହୋଇଥିବା ଡାଟା :-

ଆପଣଙ୍କୁ କହିରଖୁଛୁ ଯେ ମାଲୱେର ଯାଭାସ୍କ୍ରିପ୍ଟ ଇଞ୍ଜେକ୍ସନ ବ୍ୟବହାର କରିଥାଏ, ଯାହା ଦ୍ୱାରା ସେ ୟୁଜର୍ସଙ୍କ ଫେସବୁକ ଆଇଡି, ଲୋକେସନ, ଇମେଲ ଆଡ୍ରେସ ଏବଂ IP ଆଡ୍ରେସକୁ ଆକ୍ସେସ କରିନିଅନ୍ତି | ତାପରେ ଚୋରି କରିଥିବା ଡାଟାକୁ Flytrap ର କମାଣ୍ଡ ଏବଂ କଣ୍ଟ୍ରୋଲ ସର୍ଭରରେ ଟ୍ରାନ୍ସଫର କରିଦିଏ |

ଗୁଗୁଲ ନେଇଛି ଆକ୍ସନ :-

Ziperium ଗୁଗୁଲକୁ ତିନୋଟି ଖତରନାକ ଆପ ବିଷୟରେ ଚେତାବନୀ ଦେଇଛି, ଯାହା କି ଗୁଗୁଲ ପ୍ଲେ ଷ୍ଟୋର ମାଧ୍ୟମରେ ଫ୍ଲାଇଟ୍ରାପ ମାଲୱେରକୁ ଟ୍ରାନ୍ସଫର କରୁଥିଲା | ଗୁଗଲ ତାପରେ ରିସର୍ଚ୍ଚ ଏବଂ ଭେରିଫାଇ କରି ମ୍ୟାଲେସିୟସ ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦେଲା |

ଏହି ଆପଗୁଡିକୁ ଗୁଗୁଲ ନିଜ ପ୍ଲାଟଫର୍ମରୁ ହଟାଇଲା :-

ଗୁଗୁଲ ତଳେ ଲେଖାଯାଇଥିବା ଆପ୍ସକୁ ନିଜର ଯାଞ୍ଚରେ ୟୁଜରମାନଙ୍କ ଡାଟା ଚୋରି କରୁଥିବା ଆପକୁ ପାଇଲା, ଯାହାପରେ ସମ୍ବନ୍ଧିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରୁ ବ୍ୟାନ କରିଦେଲା |

– GG Voucher (com.luxcarad.cardid)

– Vote European Football (com.gardenguides.plantingfree)

– GG Coupon Ads (com.free_coupon.gg_free_coupon)

– GG Voucher Ads (com.m_application.app_moi_6)

– GG Voucher (com.free.voucher)

– Chatfuel (com.ynsuper.chatfuel)- Net Coupon (com.free_coupon.net_coupon)

– Net Coupon (com.movie.net_coupon)

– EURO 2021 Official (com.euro2021)

Leave a Reply

Your email address will not be published. Required fields are marked *