୫୦ ଫୁଟ ଗଭୀର କୂଅ ଭିତରେ ପଡ଼ିଗଲେ ଜଣେ ମହିଳା,ଏମିତି ହେବାରେ କରାଗଲା ତାଙ୍କୁ ଉଦ୍ଧାର,ଦେଖନ୍ତୁ ଭିଡ଼ିଓ

କେରଳର ବାୟନାଡ଼ାରେ ମଙ୍ଗଳବାର ଦିନ 50 ଫୁଟ ଗଭୀର କୂଅ ଭିତରେ ମହିଳା ପଡ଼ିଗଲେ। ଏହାପରେ ତାଙ୍କୁ ଉଦ୍ଧାର କରାଯିବାର ଏକ ଭିଡ଼ିଓ କ୍ୟାମେରାରେ କଏଦ କରାଗଲା। ଏହିକଥାର ସୂଚନା ସ୍ଥାନୀୟ ଲୋକ ଜାଣିବାପରେ ଦମକଳ ବିଭାଗକୁ ଫୋନ କରି ସୂଚିତ କରି ଦିଆଗଲା।

ଦମକଳ ବିଭାଗ ପହଞ୍ଚିବା ପରେ ସ୍ଥାନୀୟ ଲୋକ ସମାନଙ୍କ ସହିତ ମିଶି ଉଧାର କାମରେ ହାତ ଦେଇଥିଲେ। ଶେଷରେ ମହିଳାଙ୍କୁ କୂଅରୁ ବାହାର କରାଗଲା।

50 ଫୁଟ ଗଭୀର କୂଅ ଭିତରକୁ ପଡ଼ିଗଲେ ମହିଳା:-

ଉଦ୍ଧାର ସମୟର ଏକ ଭିଡ଼ିଓ ନ୍ୟୁଜ ଏଜେନ୍ସି ଏଏନଆଇ ଦ୍ୱାରା ଶେୟର କରାଯାଇଥିଲା। ଏହି ଭିଡ଼ିଓରେ ଅଧିକାରୀ ଓ ସ୍ଥାନୀୟ ଲୋକମାନେ ଏକ ରସି ଓ ଜାଲ କୂଅ ଭିତରକୁ ପକାଇବାର ଦେଖାଯାଇଥିଲା। ମହିଳା ଏହାପରେ କୂଅ ଭିତରେ ଜାଲକୁ ଧରି ପକାଇଥିଲେ।

ଏହାପରେ ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସେମାନେ ଦେଖଲେ ବିନା କୌଣସି ସାହାର୍ଯ୍ୟ ଦ୍ୱାରା ମହିଳା ଜଣକ ନିଜ ଗୋଡ଼ରେ ଛିଡ଼ା ହୋଇଗଲେ ଓ ଲୋକମାନେ ଭାବୁଥିଲେ ମହିଳା ଜଣକ ଆହତ ହୋଇନାହାଁନ୍ତି ତ !

ସୋସିଆଲ ମିଡ଼ିଆରେ ହେବାରେ ଲାଗିଛି ତାଙ୍କର ପ୍ରଶଂସା:-

ଏଏନଆଇ ନ୍ୟୁଜ ଏଜେନ୍ସି ଦ୍ୱାରା ଭିଡ଼ିଓ ଶେୟର କରାଯାଇ କ୍ୟାପ୍ସନରେ ଲେଖା ଯାଇଥିଲା ଦମକଳ ବିଭାଗ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ମହିଳାଙ୍କୁ 50 ଫୁଟ ଗଭୀର କୂଅ ଭିତରୁ ଉଦ୍ଧାର କରାଗଲା। ଭିଡ଼ିଓ ଶେୟର କରା ଯିବାପରେ ଏହା ବହୁତ ଭାଇରାଲ ହୋଇଥିଲା।

କେତେ ଲୋକ ମହିଳାଙ୍କ ଜୀବନ ବଞ୍ଚିବାକୁ ନେଇ ସ୍ଥାନୀୟ ଲୋକଙ୍କ ପ୍ରଶଂସା ମଧ୍ୟ କଲେ। ଅଧିକାରୀ ଓ ସ୍ଥାନୀୟ ଲୋକମାନେ ବହୁତ ଶାନଦାର କାମ କଲେ। କିଛି ସମୟ ଭିତରେ ମହିଳାଙ୍କୁ ବଞ୍ଚା ଯାଇଥିଲା।

Leave a Reply

Your email address will not be published. Required fields are marked *