ଲାଇଭ ମ୍ୟାଚ ସମୟରେ ଅଚାନକ ପଡିଆରେ ପଶିଗଲା ଦୁଇ ବର୍ଷର ପିଲା, ଧରିବା ପାଇଁ ଦୌଡିଥିବା ମା ଖସି ଯାଇ ପଡିଗଲେ ଏବଂ ତାପରେ .. ଦେଖନ୍ତୁ ଭିଡିଓ

ପିଲାମାନଙ୍କୁ ସମ୍ଭାଳିବା ବହୁତ ବଡ଼ କଷ୍ଟକର କାମ ଅଟେ ଏବଂ ତାହା ପୁଣି ସେତେବେଳେ, ଯେତେବେଳେ ଆପଣଙ୍କ ପିଲା ବହୁତ ଛୋଟ ଥିବ | କାରଣ ଛୋଟ ପିଲାମାନେ ଦୋଉଡିଯାଇ ଯେକୌଣସି ସ୍ଥାନରେ ମଧ୍ୟ ପହଞ୍ଚିଯାନ୍ତି ଏବଂ କିଛି ବି ଉଠାଇ ନିଜ ପାଟିରେ ପୁରାଇ ଦିଅନ୍ତି | ଏପରି କିଛି ହେଲା ଜଣେ ମହିଳାଙ୍କ ସହିତ, ଯେତେବେଳେ ତାଙ୍କର ଦୁଇବର୍ଷର ପିଲା ଲାଇଭ ମ୍ୟାଚ ସମୟରେ ଦୌଡ଼ି ଦୌଡ଼ି ପଡିଆରେ ପହଞ୍ଚିଗଲା | ଫୁଟବଲ ମ୍ୟାଚ ସମୟରେ ପଡିଆରେ ଏପରି ଅଜବ ଦୃଶ୍ୟ ବୋଧହୁଏ ଆପଣ ଆଗରୁ କେବେ ଦେଖିନଥିବେ | ଯାହାକୁ ଦେଖିବାପରେ ଲୋକମାନେ ନିଜର ହସକୁ କଣ୍ଟ୍ରୋଲ କରିପାରୁ ନାହାନ୍ତି | ଦେଖୁ ଦେଖୁ ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଗଲା |

ବାସ୍ତବରେ, ଏହି ଭିଡିଓରେ ଦେଖାଯାଉଛି ଯେ ଦୁଇବର୍ଷର ପିଲା ନିଜ ମାକୁ ଫୁଟବଲ ପଡ଼ିଆର ପୁରା ଚକ୍କର ଲଗାଇ ଦେଲା | ଏଫସି ସିନ୍ସିନାଟି ଏବଂ ଅର୍ଲାଣ୍ଡୋ ସିଟି ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ ସମୟରେ ହଠାତ ଏକ ଛୋଟ ପିଲା ପଡ଼ିଆରେ ଦୌଡିବାକୁ ଲାଗିଲା | ସବୁ ଫୁଟବଲର ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି | ଏହି ଭିଡିଓଟି ସେତେବେଳେ ଅଧିକ ଫନି ହୋଇଯାଏ, ଯେତେବେଳେ ପିଲାଟିର ମା ତାଙ୍କୁ ଧରିବା ପାଇଁ ତା ପଛରେ ଦୌଡିଲେ | ସେ ପିଲାଟିକୁ ଧରିବା ମାତ୍ରେ ନିଜେ ମଧ୍ୟ ପଡିଆରେ ଜୋରରେ ପଡିଯାନ୍ତି | କିନ୍ତୁ, ସେ ସଙ୍ଗେ ସଙ୍ଗେ ଉଠି ପଡନ୍ତି ଏବଂ ପିଲାକୁ ନେଇ ଫେରି ଆସନ୍ତି |

ମେଜର ଲିଗ ଫୁଟବଲର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଥିବା ଏହି ଭିଡ଼ିଓର କ୍ୟାପସନ ମଧ୍ୟ ବହୁତ ମଜାଳିଆ ଅଟେ | କ୍ୟାପସନରେ ଲେଖା ହୋଇଛି ଯେ ପଡିଆରେ ପଡାଉଠା କରୁଥିବା ଏହି ମା ଏବଂ ପିଲା ପାଇଁ ଆଜିର ଦିନ ବହୁତ ସ୍ମରଣୀୟ ରହିଲା |

ଦେଖନ୍ତୁ ଭିଡିଓ :-

ଏହାବ୍ୟତୀତ ଫଟୋଗ୍ରାଫର ସ୍ୟାମ ଗ୍ରୀନ ମଧ୍ୟ ମା ଏବଂ ପୁଅର ବଡ଼ ଚମତ୍କାର ଫଟୋ ମଧ୍ୟ ସେୟାର କରିଛନ୍ତି | ଯେଉଁଥିରେ ସେମାନଙ୍କ ମୁହଁ ମଧ୍ୟ ସ୍ପଷ୍ଟ ଦେଖାଯାଉଛି | ସେହି ଫଟୋରେ ମା ନିଜର ପୁଅକୁ କୋଳରେ ଉଠାଇ ପଡ଼ିଆରୁ ବାହାରକୁ ନେଇ ଯାଉଥିବାର ଦେଖାଯାଉଛି | ମା ଏବଂ ପିଲାର ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରଲ ହେଉଛି | ଏହାସହିତ ଲୋକମାନେ ମଧ୍ୟ ଏହି ଫଟୋ ଏବଂ ଭିଡିଓ ଦେଖି ଅନେକ ପ୍ରକାରର କମେଣ୍ଟ ଦେଉଛନ୍ତି |

Leave a Reply

Your email address will not be published. Required fields are marked *