ଭିନ୍ନ ଏକ ପେଟ୍ରୋଲ ପମ୍ପ ଯେଉଁଠାରେ କେବଳ ମହିଳାଙ୍କୁ ଚାକିରି ମିଳିଥାଏ ,ଜାଣନ୍ତୁ କାରଣ ?

ଦେଶରେ ମହିଳାଙ୍କର ସଂଖ୍ୟା ଅଧା ଅଟେ। ମହିଳାଙ୍କର ଏତେ ବଡ ସଂଖ୍ୟା ବ୍ଯତୀତ ମଧ୍ୟ ଦେଶର ବିକାଶରେ ମହିଳାଙ୍କ ଭାଗୀଦାରୀ ବହୁତ କମ ଅଟେ। ଏହା ଏକ ଚର୍ଚ୍ଚାର ବିଷୟ ଅଟେ। ଆଜି ଆମେ ଆପଣଙ୍କୁ ଦିଲ୍ଲୀର ରହୁଥିବା ଭୁପିନ୍ଦର କୌରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଆଶ୍ଚର୍ଯ୍ୟକର କାମ କରିଛନ୍ତି। ନିଜର ଚିନ୍ତାଧାରା ଦ୍ଵାରା ମହିଳାଙ୍କୁ ମଜବୁତ ଓ ଶସକ୍ତ କରୁଛନ୍ତି। ପୂର୍ବ ଦିଲ୍ଲୀରେ ଏକ ଏମିତି ପେଟ୍ରୋଲ ପମ୍ପ ଚଲାନ୍ତି, ଯାହାର ସଂଚାଳନ ମହିଳାଙ୍କ ହାତରେ ଅଛି। କେସ କାଉଣ୍ଟରରୁ ନେଇ ପେଟ୍ରୋଲ ଦେବା ପର୍ଯ୍ଯନ୍ତ ସମସ୍ତ ଦାୟିତ୍ଵ ମହିଳା ନିଭାଉଛନ୍ତି। ଏନଡିଟିଭି ସହିତ ଖାସ କଥାବାର୍ତ୍ତାରେ ସେ କହିଲେ- ମୁଁ ମହିଳାଙ୍କ ଉତ୍ଥାନ ପାଇଁ ପରିଶ୍ରମ କରୁଅଛି। ମୋର ସ୍ଵପ୍ନ ହେଉଛିକି ଦେଶରେ ମହିଳା ଶସକ୍ତ ଓ ମଜବୁତ ଅଟେ। କଥାବାର୍ତ୍ତରେ ସେ କହିଲେକି ଦେଶର ବିକାଶ ସେତେବେଳେ ହୋଇଥାଏ ଯେତେବେଳେ ମହିଳା ଆର୍ଥିକ, ମାନସିକ ଓ ଶାରୀରିକ ରୂପରେ ମଜବୁତ ହୁଅନ୍ତି।

୬୦ ବର୍ଷର ଭୁପିନ୍ଦର କୌର:-

ଏଚପିସିଏଲ ପେଟ୍ରୋଲ ପମ୍ପର ମାଲିକାଣୀଙ୍କ ନାମ ଭୁପିନ୍ଦର କୌର ଅଟେ। ତାଙ୍କର ବୟସ ବର୍ତ୍ତମାନ ୬୦ ବର୍ଷ ଅଟେ। ବରିଷ୍ଠ ନାଗରିକ ହୋଇ ନିଜର ସମ୍ପୂର୍ଣ ସମୟ ନିଜର ପେଟ୍ରୋଲ ପମ୍ପରେ ବିତାନ୍ତି। ତାଙ୍କର କହିବା କଥାକି ମହିଳାଙ୍କୁ ଆଗକୁ ବଢିବା ଉଚିତ। ମହିଳା ସେତେବେଳେ ଆଗକୁ ବଢିପାରିବେ, ଯେତେବେଳେ ସେ ଆର୍ଥିକ ରୂପରେ ମଜବୁତ ହେବେ। ବର୍ତ୍ତମାନ ସମୟରେ ଏମିତି ବହୁତ ମହିଳା ଅଛନ୍ତି, ଯେଉଁମାନଙ୍କର ସ୍ଵାମୀ ଆୟ କରନ୍ତି ନାହିଁ। ଏମିତିରେ ଘର ଚଳାଇବା ପାଇଁ, ପିଲାର ଦେଖରଖ ପାଇଁ ମହିଳାଙ୍କୁ ପଇସାର ଆବଶ୍ୟକ ହୋଇଥାଏ। ଏହି ସବୁ କଥାକୁ ଧ୍ୟାନରେ ରଖି ମୁଁ ପେଟ୍ରୋଲ ପମ୍ପରେ ମହିଳାଙ୍କୁ ରଖିଛି।

ପାଠ ପଢିନଥିବା ମହିଳାଙ୍କୁ ସ୍ଵାଗତ:-

ଭୁପିନ୍ଦର କୌର କୁହନ୍ତିକି ଚାକିରି ପାଇଁ ମହିଳାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥାଏ। ଚାକିରି ପାଇଁ ଡିଗ୍ରୀ, ସିକ୍ଯୁରିଟି ଓ ଅନେକ ପ୍ରକାରର ସାର୍ଟିଫିକେଟ ଦରକାର। ଏମିତିରେ ଆମେ ନିଷ୍ପତ୍ତି ନେଇଛୁକି ବିନା ପଢା ଲେଖାରେ ମହିଳା ମଧ୍ୟ ଆମର ଏହି କାମ କରିପାରିବେ। ଆମକୁ କେବଳ ମହିଳାଙ୍କ କାମରେ ମତଲବ ଅଛି। ତାଙ୍କ ପାଖରେ ଡିଗ୍ରୀ ହେଉ କି ନ ହେଉ, କିଛି ଫରକ ପଡେନି।

ନିଜେ ଟ୍ରେନିଂ ଦିଅନ୍ତି:-

ଭୁପିନ୍ଦର କୌର ପେଟ୍ରୋଲ ପମ୍ପରେ କାମ କରୁଥିବା ମହିଳାଙ୍କୁ ନିଜେ ଟ୍ରେନିଂ ଦିଅନ୍ତି। ୩-୪ ଦିନରେ ଟ୍ରେନିଂ ଦେଇ ତାଙ୍କୁ ନିର୍ଦ୍ଧାରିତ କାମ ଦେଇଦିଆଯାଏ। କିଏ କେସ କାଉଣ୍ଟରରେ ବସେ ତୋ, ଆଉ କିଏ ପେଟ୍ରୋଲ ଭର୍ତ୍ତି କରିଲେ।

ମୁସଲିମ ମହିଳା ଅଧିକ ଆସନ୍ତି:-

ଭୁପିନ୍ଦର କୌର କୁହନ୍ତିକି ତାଙ୍କର ପେଟ୍ରୋଲ ପମ୍ପରେ ଅଧିକ ମୁସଲିମ କାମ କରନ୍ତି। ଏହା ଦେଖି ଆମକୁ ବହୁତ ଭଲ ଲାଗେ। ଆର୍ଥିକ ରୂପରେ ସେ ନିଜକୁ ମଜବୁତ କରୁଛନ୍ତି। ନିଜର ପଇସାରେ ସେ ନିଜ ପିଲାଙ୍କୁ ପଢାଇଥାନ୍ତି।

ଦିଲ୍ଲୀର କାମାକ୍ଷାନଗରରେ ଏହି ପେଟ୍ରୋଲ ପମ୍ପ:-

ଭୁପିନ୍ଦର କୌର ଆଗକୁ କହିଲେକି ଏହି ପେଟ୍ରୋଲ ପମ୍ପ ବହୁତ ସେନ୍ସଟିଭ ଅଞ୍ଚଳରେ ଅବସ୍ଥିତ, କିନ୍ତୁ ଆମେ ଏଠାରେ ସୁରକ୍ଷିତ। ମହିଳାଙ୍କ ସହିତ କୌଣସି ପ୍ରକାର ଅସୁବିଧା ହୁଏନାହିଁ।

ରାତି ଶିଫ୍ଟରେ ମଧ୍ୟ ମହିଳା ସମ୍ଭାଳନ୍ତି:-

ଏହି ପେଟ୍ରୋଲ ପମ୍ପରେ ଦୁଇଟି ଶିଫ୍ଟ ଅଛି। ଦୁଇଟି ଶିଫ୍ଟର ଦାୟିତ୍ଵ ମହିଳାଙ୍କ କାନ୍ଧରେ ଅଛି।

ଦେଶକୁ ଶସକ୍ତ କରିବା ପାଇଁ ମହିଳାଙ୍କୁ ମଜବୁତି ଆବଶ୍ୟକ ଅଟେ, ଏମିତିରେ ଭୁପିନ୍ଦର କୌରଙ୍କ ପରି ମହିଳା ଆମ ସାମ୍ନାରେ ମିଶାଲ ଅଟନ୍ତି। ଏହା କେବଳ ମହିଳାଙ୍କୁ ମଜବୁତ କରିବା ନୁହେଁ ବରଂ ଦେଶକୁ ମଜବୁତ କରୁଅଛି।

Leave a Reply

Your email address will not be published. Required fields are marked *