ନୀରଜ ଚୋପ୍ରାଙ୍କ ପାଇଁ ବହୁତ ବଡ଼ ସେଲିବ୍ରେସନ,ଏହି ନାମର ବ୍ୟକ୍ତିଙ୍କୁ ଏହି ସ୍ଥାନରେ ମାଗଣାରେ ଖାଇବାକୁ ମିଳିବ

ଟୋକିଓ ଅଲମ୍ପିକରେ ଭାରତୀୟ ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଗୋଲଡ଼ ମେଡାଲ ଜିତି ଇତିହାସ ରଚି ସାରିଛନ୍ତି। ସେ ଫାଇନାଲରେ 87.58 ଦୂରତା ଫିଙ୍ଗି ଗୋଲଡ଼ ଦାବି କରିଥିଲେ। ଏହି ଗୋଲଡ଼ ମେଡାଲ ବହୁତ ଖାଆସ ଅଟେ କାରଣ ଭାରତ 13 ବର୍ଷ ପରେ ଅଲମ୍ପିକରେ ଗୋଲଡ଼ ମେଡାଲ ଜିତିଥିଲା।

23 ବର୍ଷର ଏହି ଖେଳାଳିଙ୍କ ଚର୍ଚ୍ଚା ସାରା ଦୁନିଆ କରୁଛି। ଭାରତୀୟ ସରକାର ଠାରୁ ଆରମ୍ଭ କରି ଭାରତୀୟ ସେନା ପର୍ଯ୍ୟନ୍ତ ସମସ୍ତେ ନୀରଜଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ସେହିପରି ଭାରତୀୟ ସାଧାରଣ ଜନତା ମଧ୍ୟ ନୀରଜଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

ଦିଲ୍ଲୀରେ ମାଗଣାରେ ଖାଇବାକୁ ମିଳିବ ଛୋଲେ-ବଟୋରେ:-

କେନ୍ଦ୍ର ଓ ରାଜ୍ୟ ସରକାର, ଖେଳ ସଙ୍ଗଠନ, ବିବିଧ ସଂସ୍ଥା ମାନେ ନୀରଜ ସହିତ ଅନ୍ୟ ଅଲମ୍ପିକ ଖେଳାଳି ମାନଙ୍କ ପାଇଁ ଉପହାର ର ତାଲା ଖୋଲି ଦେଇଛନ୍ତି। ସେହିପରି ଦିଲ୍ଲୀରେ ନୀରଜ ନାମକ ବ୍ୟକ୍ତିଙ୍କୁ ପେଟ ଭରିବାର ମୌକା ମିଳିବ।

ଦିଲ୍ଲୀର ପହଡ଼ଗଞ୍ଜ ସ୍ଥିତ ସୀତାରାମ ଦୀବାନଚାନ୍ଦ ନାମକ ଦୋକାନ ମାଲିକ ନୀରଜ ଚୋପ୍ରାଙ୍କ ଗୋଲଡ଼ ଜିତିବା ଖୁସିରେ ଅଗଷ୍ଟ 13 ତାରିଖ ଦିନ ସେହି ସମସ୍ତ ଲୋକଙ୍କୁ ମାଗଣାରେ ଛୋଲେ-ବଟୋରେ ଖାଇବାକୁ ଦେବାକୁ କହିଛନ୍ତି ଯାହାର ନାମ ନୀରଜ ଅଟେ। ଏହି ଦୋକାନ 2243,ରାଜଗୁରୁ ମାର୍ଗ, ଚୁନା ମଣ୍ଡି, ପହଡ଼ଗଞ୍ଜ ନୂଆଦିଲ୍ଲୀ ରେ ଅବସ୍ଥିତ। ଏହି ଦୋକାନ ସେଠାକାର ବହୁତ ପୁରୁଣା ଓ ଜଣାଶୁଣା ମଧ୍ୟ ଅଟେ।

ନୀରଜ ନାମର ବ୍ୟକ୍ତିଙ୍କୁ ଫ୍ରି ରେ ମିଳିଥିଲା ପେଟ୍ରୋଲ:-

ନୀରଜ ଚୋପ୍ରାଙ୍କ ସ୍ଵର୍ଣ ପଦକ ଜିତିବା ଖୁସିରେ ଗୁଜୁରାଟର ଭରୁଚ ଜିଲ୍ଲାରେ ଏକ ପେଟ୍ରୋଲ ପମ୍ପ ନୀରଜ ନାମକ ବ୍ୟକ୍ତିଙ୍କୁ ଫ୍ରି ଇନ୍ଧନ ଦେବାକୁ ଦାବି କରିଥିଲେ। ଏଥିପାଇଁ ସେମାନେ ପୋଷ୍ଟର ମଧ୍ୟ ଲଗାଇଥିଲେ। ଯେଉଁଥିରେ ଲୋକଙ୍କୁ ନିଜର ପ୍ରମାଣପତ୍ର ଦେଖାଇ ପ୍ରସ୍ତାବର ଲାଭ ଉଠାଇବାକୁ କୁହାଯାଇଥିଲା। ଏହାପରେ ନୀରଜ ନାମ ଥିବା 28 ଜଣ ଲୋକ 501 ଟଙ୍କାର ଫ୍ରି ପେଟ୍ରୋଲ ନିଜ ଗାଡ଼ିରେ ଭରିଥିଲେ।

Leave a Reply

Your email address will not be published. Required fields are marked *