ଦେଖନ୍ତୁ ଭିଡ଼ିଓ : କିଏ ଏହି ମହିଳା ଯିଏ ବୁର୍ଜ ଖଲିଫାର ଟପରେ ଛିଡା ହୋଇ ଷ୍ଟଣ୍ଟ କରୁଛନ୍ତି ?

ଆମିରେଟ ଏୟାରଲାଇନ ଦ୍ଵାରା ଜାରି କରାଯାଇଥିବା ନୂଆ ବିଜ୍ଞାପନ, ଯେଉଁଥିରେ ଦୁବାଇର ବୁର୍ଜ ଖଲିଫା ଉପରେ ଆମିରେଟର ଜଣେ ମହିଳା ଛିଡା ହୋଇଛନ୍ତି, ତାହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଅଛି। ସଂଯୁକ୍ତ ଆରବ ଆମିରେଟ ଏୟାରଲାଇନର ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଥର ଦେଖାଯାଇସାରିଛି। ନେଟିଜେନ୍ସ ବିଶେଷ ରୂପରେ ଏହି ମହିଳାଙ୍କ ବିଷୟରେ ଜାଣିବାକୁ ଉତ୍ସୁକ ଅଛନ୍ତି, ଯେଉଁଥିରେ ଦୁନିଆର ସବୁଠୁ ଉଚ୍ଚ ବିଲଡିଙ୍ଗ ୮୨୮ ମିଟର ଉଚ୍ଚରେ ଛିଡା ହେବାର ସାହସ କରିଛନ୍ତି।

ଆପଣଙ୍କୁ ଜଣାଇଦେଉଛୁକି ବୁର୍ଜ ଖଲିଫା ବିଲଡିଙ୍ଗ ଉପରେ ଛିଡା ହୋଇଥିବା ମହିଳାଙ୍କ ନାମ ନିକୋଲ ସ୍ମିଥ-ଲୁଡବିକ ଅଟେ। ନିକୋଲ ଏକ ପେଷାରେ ସ୍କାଇଡାଇଭିଙ୍ଗ ପ୍ରଶିକ୍ଷକ ଅଟନ୍ତି ଯାହାକି ବିଜ୍ଞାପନରେ ଆମିରତ କେବିନ କୃ ସଦସ୍ୟ ରୂପରେ ନଜର ଆସୁଛନ୍ତି।

ଇନଷ୍ଟାଗ୍ରାମରେ ନିକୋଲଙ୍କର ୧୭,୦୦୦ରୁ ଅଧିକ ଫଲୋର୍ସ ଅଛନ୍ତି ଓ ସେ ନିଅଜର ବାୟୋରେ ନିଜକୁ “ବିଶ୍ଵ ଯାତ୍ରୀ, ସ୍କାଇଡାଇଭର, ଯୋଗ ପ୍ରଶିକ୍ଷକ, ହାଇକର ଓ ଏଡଭେଞ୍ଚର” ରୂପରେ କହିଛନ୍ତି। ଏହା ନିଜର ବାୟୋରେ ଆମେରିକୀୟ ଲେଖକ ହେଲେନ କେଲରଙ୍କୁ ମଧ୍ୟ କୋଟ କରନ୍ତି,”ଜୀବନ ୟା ତୋ ଏକ ସାହସୀ ସାହସିକ କାର୍ଯ୍ୟ ହେ ୟା କୁଛ ଭି ନେହିଂ ହେ।”

ଜଣାଇଦେଉଛୁକି ସଂଯୁକ୍ତ ଆରବ ଆମିରେଟର ଏୟାରଲାଇନ କମ୍ପାନୀ ଆମିରେଟ ଏୟାରଲାଇନ ନିଜର ଏକ ବିଜ୍ଞାପନକୁ ନେଇ ଚର୍ଚ୍ଚାରେ। କମ୍ପାନୀ ଦୁନିଆର ସବୁଠାରୁ ଉଚ୍ଚ ବିଲଡିଙ୍ଗ ତଥା ପ୍ରସିଦ୍ଧ ବୁର୍ଜ ଖଲିଫାର ଟପରେ ଛିଡା ହୋଇ ବିଜ୍ଞାପନ ସୁଟ କରିଛି।

ବିଜ୍ଞାପନର ଭିଡିଓରେ ଦେଖାଯାଇପାରିବକି ଏୟାରଲାଇନର କୃ ମେମ୍ବରଙ୍କ ଡ୍ରେସରେ ଏକ ମହିଳା ବୁର୍ଜ ଖଲିଫାର ଟପରେ ଛିଡା ହୋଇଛନ୍ତି, ଯିଏକି ନିଜ ହାତରେ କିଛି କାଗଜ ଦେଖାଉଛନ୍ତି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Emirates (@emirates)

ଜଣାଇଦେଉଛୁକି ଦୁନିଆର ସବୁଠାରୁ ଉଚ୍ଚ ବିଲଡିଙ୍ଗ ସୂଚୀରେ ଦୁବାଇର ବୁର୍ଜ ଖଲିଫା ବିଲଡିଙ୍ଗର ନାମ ସାମିଲ ଅଛି। ଏମିତିରେ ଏହାର ଟପରେ ଛିଡା ହେବା ଏକ ସାହାସର କଥା।

ନିକୋଲ ଇନଷ୍ଟାଗ୍ରାମରେ ଆମିରେଟ ଏୟାରଲାଇନର ବିଜ୍ଞାପନର ଭିଡିଓକୁ ସେୟାର କରିଛନ୍ତି। ସେ ଲେଖିଛନ୍ତିକି ଏହା ମୋ ଦ୍ଵାରା କରାଯାଇଥିବା ସବୁଠାରୁ ରୋମାଞ୍ଚକ ଷ୍ଟଣ୍ଟ ମଧ୍ୟରୁ ଗୋଟିଏ। ମୁଁ ଆମିରେଟ ଏୟାରଲାଇନ୍ସର ଅଂଶ ହୋଇ ବହୁତ ଖୁସି ଅଛି।

Leave a Reply

Your email address will not be published. Required fields are marked *