ଦେଖନ୍ତୁ ଭିଡ଼ିଓ : ହିରୋ ଗିରି ଦେଖାଇ କାନ୍ଥ ଭାଙ୍ଗୁଥିଲା ଯୁବକ,ଅଚାନକ ଘଟିଲା ଏମିତି ଘଟଣା,ଭିଡ଼ିଓ ଦେଖିଲେ ଚକିତ ହୋଇଯିବେ

ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥାଏ। କିଛି ଭିଡ଼ିଓକୁ ଦେଖିଲେ ହଇରାଣ ହୋଇ ଯାଇଥାନ୍ତି ତ କିଛି ଭିଡ଼ିଓ ଦେଖିଲେ ଆମେ ଆମର ହସ ଅଟକାଇ ପାରିନଥାନ୍ତି। ଏହିପରି ଏକ ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ନିଜର ହସ ଅଟକାଇ ପାରିବେନାହିଁ।

କୁହାଯାଏ କୌଣସି ପୁରୁଣା ଜିନିଷକୁ ହାଲକା ଭାବରେ ନେବା ଉଚିତ ହୋଇନଥାଏ ବେଳେବେଳେ ଏହି ପୁରୁଣା ଜିନିଷ ଆମକୁ ଏଭଳି ବିପଦରେ ପକାଇଥାଏ କି, ଏହାକୁ ଦେଖିବାପରେ ଆମର ମୁଣ୍ଡ ବୁଲାଇ ଯାଇଥାଏ। ପ୍ରଥମେ ଜଣେ ବ୍ୟକ୍ତି କାନ୍ଥକୁ ଗୋଇଠା ଧକା ମାରିଥିଲା ଓ ଏହାପରେ ଯାହାହେଲା ଆପଣ ବିଶ୍ୱାସ କରି ପାରିବେନାହିଁ।

ଭିଡ଼ିଓରେ ଆପଣ ଦେଖିପାରୁଥିବେ ବ୍ୟକ୍ତି ଜଣକ ଏକ ପୁରୁଣା କାନ୍ଥକୁ ଧକା ମାରି ତଳକୁ ପକାଇବାକୁ ଚେଷ୍ଟା କରୁଛି। ପ୍ରଥମ ଚେଷ୍ଟାରେ ସେ ଫେଲ ମାରୁଛି ଓ ଦ୍ଵିତୀୟ ଚେଷ୍ଟାରେ ସେ ସ୍ୱାଗ ଭାବରେ ଏହାକୁ ପକାଇବାକୁ ଚେଷ୍ଟା କରୁଛି। ଏହି କାନ୍ଥ ତ ପଡ଼ି ଯାଉଛି କିନ୍ତୁ ଏହାସହ କିଛି ଏମିତି ହୋଇଯାଉଛି। କାନ୍ଥ ତ ତଳେ ପଡ଼ିଯାଉଛି କିନ୍ତୁ ପଛ ପଟରୁ ଆଉଏକ କାନ୍ଥ ପଡ଼ୁଛି।

ଦେଖନ୍ତୁ ଭିଡ଼ିଓ:-

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ଦେଖିବାପରେ କିଛି ଲୋକ ହଇରାଣ ତ କିଛି ଲୋକ ନିଜର ହସକୁ ଅଟକାଇ ପାରୁନାହାନ୍ତି। ୟୁଜର ଲେଖିଥିଲେ ଏହି ଯୁବକକୁ ହେଲମେଟ ବଞ୍ଚାଇ ଦେଲା କାରଣ ଯେତିକି ବଡ଼ କାନ୍ଥ ବ୍ୟକ୍ତି ଉପରେ ପଡ଼ିଥିଲେ ଅବସ୍ଥା ବାର ବାଜିଥାନ୍ତା। ଏହି ଭିଡ଼ିଓକୁ Idiots fighting things ନାମକ ପେଜରୁ ଶେୟର କରାଯାଇଥିଲା। ଏହାକୁ ଖବର ଲେଖାଯିବା ଆଗରୁ 11 ହଜାରରୁ ଅଧିକ ଭିୟୁ ମିଳିସାରିଥିଲା।

Leave a Reply

Your email address will not be published. Required fields are marked *