ଦେଖନ୍ତୁ ଭିଡ଼ିଓ : କେମିତି ଠେଲାରେ ଖାଇବା ବିକ୍ରି କରୁଛନ୍ତି ୭୫ ବର୍ଷୀୟ ବୃଦ୍ଧା,୮୫ ଲକ୍ଷ ଲୋକ ଦେଖିଲେଣି ଏ ଭିଡ଼ିଓ

ବୟସ କେତେ ଅଧିକ ହେଉ ନା କାହିଁକି ପରିଶ୍ରମ କରି ଦୁଇ ବେଳାର ଖାଦ୍ୟ ଖାଇ ପାରୁଥିଲେ ନିଜକୁ ବହୁତ ଶାନ୍ତି ମିଳିଥାଏ। କିଛି ଏମିତି ହିଁ ଭିଡ଼ିଓ ଇଂଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଇଛି। ନାଗପୁରରେ 75 ବର୍ଷ ବୟସରେ ଜେଜେମାଆ ଏଭଳି କାମ କରିଦେଇଛନ୍ତି ଯାହାକି ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଥିଲା। ଭାବେଶ ରାଜ ନିଜ ଜେଜେମାଆ ଙ୍କ ସହିତ ଏକ ଠେଲା ଲଗାଇଥାନ୍ତି, ଯେଉଁଠାରେ ଗୁଜୁରାତି ଖାଇବା ମିଳିଥାଏ। ଜେଜେମାଆ ନିଜ ହାତରେ ଜଲେବୀ ପାମ୍ପଡ ବନାଇଥାନ୍ତି। ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

ନାଗପୁର ର ଜେଜେମାଆଙ୍କ ହାତରେ ଯାଦୁ:-

ନାଗପୁର ଫୁଡ଼ି ନାମକ ଏକ ଇଂଷ୍ଟାଗ୍ରାମ ପେଜରୁ ଏକ ଭିଡ଼ିଓ ପୋଷ୍ଟ କରାଯାଇଛି। ଏହି ଭିଡ଼ିଓରେ ଦେଖାଯାଉଛି କି, 75 ବର୍ଷୀୟ ଜେଜେମାଆ ପାମ୍ପଡ଼ ବେଲି ଗରମ ତେଲରେ ପକାଉଛନ୍ତି। ତାଙ୍କର ଏହି କୋମଳ ହାତରେ ଖାଇବା ବନାଇବା ଦେଖି ଯେକୌଣସି ବ୍ୟକ୍ତିର ହୃଦୟ ନରମି ଯିବ। ଇଂଷ୍ଟାଗ୍ରାମର ପେଜ ନିଜ କ୍ୟାପ୍ସନରେ ଲେଖିଥିଲେ, 75 ବର୍ଷର ଜେଜେମାଆ ବହୁତ ପରିଶ୍ରମୀ ଓ ତାଙ୍କର ନାତି ଭାବେଶ ରାଜ ତାଙ୍କୁ ଏହିକାମ ରେ ସହାର୍ଯ୍ୟ କରୁଛନ୍ତି। ଜେଜେମାଆ ଓ ନାତିଙ୍କ ଯୋଡ଼ି ଏଠାରେ ଗୁଜୁରାତି ଡିସ ପାଇଁ ବେଶ ପରିଚିତ। ସମସ୍ତ ଆଇଟମ ଏଠାରେ 20 ଟଙ୍କାରେ ମିଳିଥାଏ।

ଭିଡ଼ିଓ ଦେଖି ଭାବୁକ ହୋଇଯାଇଛନ୍ତି ଲୋକେ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by viral_foodie (@nagpurfoodie431)

ନାଗପୁର ରେ ରମାନୁଜ ପାମ୍ପଡ଼ବାଲାଙ୍କ ଦୋକାନ ଧରାକ୍ସର ରୋଡ଼ ରୂପମ କଲେକ୍ସନ ସାମ୍ନାରେ ଉପସ୍ଥିତ। ଏହି ଭିଡିଓକୁ ଦେଖିବାପରେ ନେଟିଜେନ୍ସ ବହୁତ ଅଧିକ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଥିଲେ, “ମୁଁ ଇମୋଶନାଲ ହୋଇଯାଇଛି, ଏହାକୁ ଦେଖି କାନ୍ଦ ଲାଗୁଛି। ଆଉଜଣେ ଲେଖିଥିଲେ, ଏହି ବୟସରେ ତାଙ୍କୁ କାମ କରିବା ଉଚିତ ନୁହେଁ। ଏହି ଭିଡ଼ିଓକୁ 5 ଲକ୍ଷ ଲୋକମାନେ ଲାଇକ କରିଛନ୍ତି ଓ 85 ଲକ୍ଷରୁ ଅଧିକ ଭିୟୁ ମଧ୍ୟ ମିଳିସାରିଛି।

Leave a Reply

Your email address will not be published. Required fields are marked *