“କୂଳକର୍ଣ୍ଣୀ ପରିବାର “ଅଟେ ଦେଶର ସବୁଠାରୁ ଲମ୍ବା ପରିବାର,ନିଜର ଲମ୍ବ ୭ ଫୁଟରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଝିଅର ୬ ଫୁଟ ୪ ଇଞ୍ଚ,ଜାଣନ୍ତୁ ତାଙ୍କ ପରିବାର ବିଷୟରେ

ଆଜିର ସମୟ ଦେଖେଇବା ସମୟ|ମାନେ ଯିଏ ବାହାବା ଦେଖାଏ ତାର ଲାଭ ହୁଏ|ହଁ ଆଜ୍ଞା ବିଜ୍ଞାପନର ଏହି ସମୟରେ ଖାଦ୍ୟ ପାନୀୟ ସହ ଜଡ଼ିତ ଜିନିଷ ମଧ୍ୟ ବିଜ୍ଞାପନ ଫଳରେ ବିକ୍ରି ହେଉଛି|ପୁଣି ଏହାର ଲାଭ କ୍ଷତି କ’ଣ?ଏହା କାହାକୁ ଜଣାନାହିଁ|ପୁଣି ବହୁତ ଜିନିଷ ବ୍ୟବହାର ହେଉଛି|ଆଜିର ସମୟରେ ଆମେ ଏମିତି ବହୁତ ଜିନିଷ ଦେଖୁଛୁ|ଯାହା ଛୁଆର ହାଇଟ ବଢାଇବା ନାମରେ ବିକ୍ରି ହେଉଛି କିନ୍ତୁ ତାର ବାସ୍ତଵିକ ଲାଭ କ’ଣ?

ଏହା ମଧ୍ୟ ସେହି ବସ୍ତୁର ଉପଯୋଗ କରୁଥିବା ଲୋକ ମଧ୍ୟ ବତେଇ ପାରୁନଥିବ|ଯଦି ଦୁଇ ଶତକ ପୂର୍ବର କଥା କହିବା ଯଦି ଛୋଟବେଳେ ଲମ୍ବା ବଢ଼ାଇବାକୁ କେତେବେଳେ ଲୋକେ ଗଛରେ ଲଟକୁଥିଲେ ତ କେତେବେଳେ ବାସ୍କେଟବଲ ଖେଳୁଥିଲେ|ଏହି ସବୁ ସତ୍ୱେ ଲୋକଙ୍କ ଉଚ୍ଚତା ବଢୁନଥିଲା|ଏହି ସବୁର ପଛରେ କାରଣ ଏହା ଯେ ହାଇଟ ବଢିବା ଏକ ଜେନେଟିକ ପ୍ରୋସେସ|

ଆଜି ଯେତେବେଳେ ହାଇଟର ଆସୁଛି ତ ଆପଣଙ୍କୁ କହିରଖେ ଯେ ଭାରତରେ ଏମିତି ଏକ ପରିବାର ରହିଛି ଯିଏ ସବୁଠାରୁ ଉଚ୍ଚ ହାଇଟ ରେକର୍ଡ କରିଛନ୍ତି|ହଁ ଆଜ୍ଞା ପୁଣେର କୂଳକର୍ଣ୍ଣୀ ପରିବାର ଯାହାକୁ ଭାରତର ଲମ୍ବା ପରିବାର ମଧ୍ୟ କୁହାଯାଏ|ଲମ୍ବା ଏଥିପାଇଁ କାରଣ ଏହି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ହାଇଟ ପ୍ରାୟତଃ ୬ ଫୁଟରୁ ଉର୍ଦ୍ଧ୍ବ|

ଭାରତରେ ଯେଉଁଠାରେ ହାରାହାରି ଲୋକଙ୍କ ଲମ୍ବା ୫ ଫୁଟ ପର୍ଯ୍ୟନ୍ତ ହୋଇଥାଏ ପୁଣେର କୂଳକର୍ଣ୍ଣୀ ପରିବାରର ହାରାହାରି ଉଚ୍ଚତା ୬ ଫୁଟରୁ ଉର୍ଦ୍ଧ୍ବ|ଏଥିରେ ୪ ଜଣ ସଦସ୍ୟ ଅଛନ୍ତି|ମାତା ପିତା ଓ ଦୁଇ ଝିଅଙ୍କ ଉଚ୍ଚତା ମିଶେଇ ମୋଟ ୨୬ ଫୁଟ|

ପୁଣେର କୂଳକର୍ଣ୍ଣୀ ପରିବାରର ମୁଖିଆ ଶରଦ କୂଳକର୍ଣ୍ଣୀ ଅଟନ୍ତି|ଶରତଙ୍କ ଲମ୍ବା ୭ ଫୁଟ ୧.୫ ଇଞ୍ଚ, ତାଙ୍କ ପତ୍ନୀ ସଞ୍ଜୋତଙ୍କ ଉଚ୍ଚତା ୬ ଫୁଟ ୨.୬ ଇଞ୍ଚ|ଶରତ ଓ ସଞ୍ଜୋତ ଭାରତର ସବୁଠାରୁ ଲମ୍ବା କପଲ ହେବାର ରେକର୍ଡ କରିଛନ୍ତି|ତାଙ୍କ ନାମ ଲିମକା ବୁକ ଅଫ ରେକର୍ଡରେ ସାମିଲ ରହିଛି|

ତାଙ୍କ ଦୁଇ ଝିଅଙ୍କ ଉଚ୍ଚତା ମଧ୍ୟ କମ ନାହିଁ|ବଡ ଝିଅ ମୁରୁଗାର ଉଚ୍ଚତା ୬ ଫୁଟ ୧ ଇଞ୍ଚ ଥିଲାବେଳେ ସାନ ଝିଅ ୬ ଫୁଟ ୪ ଇଞ୍ଚ ଉଚ୍ଚତା ରହିଛି|ଛୋଟ ଝିଅ ସାନ୍ୟାର ଉଚ୍ଚତା ୧୬ ବର୍ଷରେ ୬ ଫୁଟ ୪ ଇଞ୍ଚ ହୋଇଥିଲା ଓ ମୁରୁଗାର ଉଚ୍ଚତା ୧୮ ବର୍ଷରେ ୬ ଫୁଟ ହୋଇଥିଲା|

କହିରଖେ ଯେ ଏହି ପରିବାରର ସଦସ୍ୟଙ୍କ ଉଚ୍ଚତା ଏତେ ଯେ ହଜାର ହଜାର ଭିଡରେ ମଧ୍ୟ ଅଲଗା ଦେଖାଯାଆନ୍ତି|ମିଷ୍ଟର କୂଳକର୍ଣ୍ଣୀ ସାର୍ବଜନୀନ ବାହାନର କମ ଉପଯୋଗ କରନ୍ତି|ଏଥିପାଇଁ ସେ ସ୍କୁଟର ବ୍ୟବହାର କରନ୍ତି|

କୂଳକର୍ଣ୍ଣୀ ପରିବାରର ଏପର୍ଯ୍ୟନ୍ତ ନିଜର ସଂଯୁକ୍ତ ଉଚ୍ଚତାର ନୂଆ ରେକର୍ଡ ସ୍ଥାପନ କରିଛନ୍ତି|ମା ବାପା ଓ ଝିଅଙ୍କ ଉଚ୍ଚତା ମିଶି ୨୬ ଫୁଟ ଅଟେ|ଯଦିଓ ବର୍ତ୍ତମାନରେ ଗିନିଜ ବୁକ ଅଫ ୱର୍ଲ୍ଡ ରେକର୍ଡରେ ବିଶ୍ୱର ସବୁଠାରୁ ଉଚ୍ଚ ଶ୍ରେଣୀ ନାହିଁ|

Leave a Reply

Your email address will not be published. Required fields are marked *