ଦେଶର ପ୍ରଥମ ମହିଳା ଆଇପିଏସ ଯାହାକୁ ମିଳିଲା “ସ୍ବର୍ଡ ଅଫ ଅନର”, ୟୁପିଏସିରେ ୫ଥର ହୋଇଥିଲେ ଫେଲ

ହାଇଦ୍ରାବାଦ ର ସରଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୋଲିସ ଏକାଡେମୀରେ ଭାରତୀୟ ପୋଲିସ ସେବାର ଅଧିକାରୀ ମାନଙ୍କର ଟ୍ରେନିଂରେ ଏକ ଗୋଲଡେନ ଚାପ୍ଟର ଆଡ଼ ହୋଇଯାଇଛି। କଥା ହେଉଛି ଏସବିପିଏନପିଏ ଇତିହାସରେ ପ୍ରଥମ ଥର କୌଣସି ଆଇପିଏସ ଅଫିସରଙ୍କୁ ସ୍ୱର୍ଡ ଅଫ ଅନର ପ୍ରଦାନ କରାଯାଉଛି। ଆଇପିଏସ ରଞ୍ଜିତା ଶର୍ମା ସେହି ମହିଳା ଅଟନ୍ତି ଯିଏକି ଏହି ଗୌରବ ହାସଲ କରିଛନ୍ତି।

ରଞ୍ଜିତା ଶର୍ମାଙ୍କ ଜନ୍ମ ହରିଆଣାର ଏକ ଛୋଟ ଗ୍ରାମରେ ହୋଇଥିଲା, ପୁଣି ସେ ଯେଉଁଭଳି ଭାବରେ ଆଇପିଏସ ଅଫିସର ହେଲେ ଓ ସ୍ୱର୍ଡ ଅଫ ଅନର ବାଜି ମାରିଲେ ତାହା ପ୍ରଶଂସନୀୟ ଅଟେ। ତାଙ୍କର ଏହି ସମ୍ମାନ ସେହି ଲୋକଙ୍କ ପାଇଁ ପ୍ରେରଣାଦାୟକ ଅଟେ ଯିଏକି ଥରେ ଅସଫଳ ହେବାପରେ ହାର ମାନି ଯାଇଥାନ୍ତି ଓ ପୁଣି ଚେଷ୍ଟା କରନ୍ତି ନାହିଁ।

SVPNPA ପୋଲିସ ଅଧିକାରୀଙ୍କ ପ୍ରଶିକ୍ଷଣର 72 ତମ ଦୀକ୍ଷାନ୍ତ ସମାରୋହ 2021 କିଛି ଦିନ ପୂର୍ବରୁ 6 ଅଗଷ୍ଟରେ ସଂମ୍ପନ୍ନ ହୋଇଥିଲା। ଏହିବର୍ଷ 2017, 2018 ଓ 2019 ବ୍ୟାଚର 144 ଭାରତୀୟ ପୋଲିସ ସେବା ଏବଂ ପଡୋଶୀ ଦେଶର 34 ପୋଲିସ ଅଧିକାରୀ ନିଜର 2 ବର୍ଷର ଟ୍ରେନିଂ ପୂରଣ କରିଥିଲେ। ଏମିତିରେ ଏହି ପୋଷ୍ଟିଂ ଆଉଟ ପ୍ୟାରେଡ଼ 2021 ପଶ୍ଚାତ ନିଜ ନିଜର କ୍ୟାଡ଼ରକୁ ଯାଇ ଟ୍ରେନିଂ ସ୍ଥାନରେ ଆଇପିଏସ ଅଫିସର ଭାବରେ ଜଏନ କରିବେ।

ଆଇପିଏସ ରଞ୍ଜିତା ଶର୍ମା 2019 ବ୍ୟାଚ ରାଜସ୍ଥାନ କ୍ୟାଡ଼ରର ଅଟନ୍ତି। ତାଙ୍କୁ SVPNPA 72 ଆରଆର ପୋଷ୍ଟିଂ ଆଉଟ ପ୍ୟାରେଡ଼ 2021ରେ ଆଇପିଏସ ଆସୋସିଏସନରେ ସ୍ୱର୍ଡ ଅଫ ଅନରରେ ସମ୍ମାନିତ କରାଗଲା। ଏହି ସମ୍ମାନ ଟ୍ରେନିଂ ନେଉଥିବା ସେହି ଆଇପିଏସ ଅଫିସରଙ୍କୁ ମିଳିଥାଏ ଯିଏକି ଫିଜିକାଲ ର ସମସ୍ତ ଲେଭେଲକୁ ଟପ କରିଥାଏ।

ଆଇପିଏସର ଏହି ପ୍ରଶିକ୍ଷଣରେ ମାର୍ଶାଲ ଆର୍ଟ, ଫାୟରିଂ, ପିଟି, ରୁଟ ମାର୍ଚରେ ରାୟାଫଲ ସମେତ 20 କିଲୋ ଓଜନ ଉଠାଇ 40 କିଲୋମିଟର ଦୌଡ଼ିବା, ସ୍ୱିମିଙ୍ଗ, ହର୍ସ ରାଇଡିଂ ଭଳି ଜିନିଷ ସାମିଲ ରହିଥାଏ। ଏଥିରେ ଅଲ ଓଭର ଅଧିକ ନମ୍ବର୍ ଆଣିଥିବା ଆଇପିଏସଙ୍କୁ ବେଷ୍ଟ ଆଉଟଡୋର ପ୍ରୋବେସନ ରୂପରେ ଆଇପିଏସ ଆସୋସିଏସନର ସ୍ୱର୍ଡ ଅଫ ଅନର ପ୍ରାପ୍ତ ହୋଇଥାଏ। SVPNPA ର ଇତିହାସକୁ ଖୋଲିଲେ ଦେଖାଯାଏ ଯେ, ଏବେପର୍ଯ୍ୟନ୍ତ କେବଳ ପୁରୁଷ ହିଁ ଏହି ସ୍ୱର୍ଡ ଅଫ ଅନରଙ୍କୁ ହାସଲ କରିବାକୁ ଆସୁଥିଲେ।

କିନ୍ତୁ ଏହିବର୍ଷ 2021 ରେ ପ୍ରଥମ ଥର କୌଣସି ମହିଳାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଆଇପିଏସ ରଞ୍ଜିତା ଶର୍ମା ହିଁ ସ୍ୱର୍ଡ ଅଫ ଅନର ହାସଲ କରି ପ୍ୟାରେଡ଼କୁ କମାଣ୍ଡ ମଧ୍ୟ କରିଛନ୍ତି।

ହରିଆଣାର ରେବଡ଼ି ଜିଲ୍ଲାର ଗ୍ରାମ ଡହିନା ନିବାସୀ ଆଇପିଏସ ରଞ୍ଜିତା ଶର୍ମାଙ୍କ ଜନ୍ମ ନଭେମ୍ବର 1 ତାରିଖ 1986 ମସିହାରେ ସତୀଶ କୁମାରଙ୍କ ଘରେ ହୋଇଥିଲା। ବର୍ତ୍ତମାନ ତାଙ୍କର ପରିବାର ହରିଆଣାର ଫରିଦାବାଦ ରହୁଛନ୍ତି। ରଞ୍ଜିତାଙ୍କ ଦୁଇଭାଇ ପ୍ରାଇଭେଟ ଚାକିରୀ କରନ୍ତି। ରଞ୍ଜିତା ତାଙ୍କ ଗ୍ରାମର ପ୍ରଥମ ଆଇପିଏସ ଅଟନ୍ତି।

ରଞ୍ଜିତା ଶର୍ମା ୟୁପିଏସି ସିଭିଲ ସେବା ପରୀକ୍ଷା 2018ରେ 130 ରାଙ୍କ ହାସଲ କରିଥିଲେ। ଏହାପରେ ତାଙ୍କୁ ରାଜସ୍ଥାନ କ୍ୟାଡ଼ର ମିଳିଥିଲା। ରାଜସ୍ଥାନରେ ସେ ଲେକସିଟି ଉଦୟପୁରରେ ଏକ ଟ୍ରେନି ଏଏସପି ରୂପରେ ସେବା ଦେଉଥିଲେ। ଏବେ ପାସିଂ ଆଉଟ ପ୍ୟାରେଡ଼ ପଶ୍ଚାତ ପୁଣିଥରେ ତାଙ୍କୁ ରାଜସ୍ଥାନ ଯିବାକୁ ହେବ ଯେଉଁଠାରେ ସେ ରେଗୁଲାର ଏଏସପି ଜଏନ କରିବେ।

ରଞ୍ଜିତା ଶର୍ମାଙ୍କର ୟୁପିଏସି କ୍ଲିୟର କରିବା କାହାଣୀ ବହୁତ ପ୍ରେରଣାଦାୟୀ ଅଟେ। ସେ ଲଗାତାର ପାଞ୍ଚଥର ଅସଫଳତା ସ୍ୱାଦ ଚାଖିଥିଲେ। ସେ 2013,2015 ଓ 2017ରେ ପ୍ରାରମ୍ଭିକ ପରୀକ୍ଷା ମଧ୍ୟ ପାସ କରି ପାରିନଥିଲେ। 2014 ଓ 2016ରେ ସେ ପ୍ରାରମ୍ଭିକ ପରୀକ୍ଷା ପାସ କରିଥିଲେ କିନ୍ତୁ ଇଣ୍ଟରଭୟୁରେ ଅଟକି ଯାଇଥିଲେ। ଏହାପରେ 2018 ମସିହାରେ ସେ ଷଷ୍ଠ ଓ ଶେଷ ପ୍ରୟାସରେ ତିନୋଟି ଚରଣ ପାସ କରି ଆଇପିଏସ ହୋଇଗଲେ।

Leave a Reply

Your email address will not be published. Required fields are marked *