“ବଚପନ କା ପ୍ୟାର” ଗୀତ ଗାଇଥିବା ପିଲାଟି ପରେ ପରେ ଏବେ ଏହି “ରିପୋର୍ଟିଂ ବାଲା” ପିଲା ମଧ୍ୟ ହେଇଗଲା ଷ୍ଟାର,ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଜଣାଇଲେ ବଧାଇ,ଦେଖନ୍ତୁ ଭିଡ଼ିଓ

ବଚପନ କା ପ୍ୟାର ଗୀତରେ ଭାଇରାଲ ହୋଇଥିବା ପିଲାଟି ପରେ ଏବେ ଆଉଜଣେ ପିଲାଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ପିଲାଟି କୌଣସି ନାଚ କିମ୍ବା ଗୀତ ପାଇଁ ଭାଇରାଲ ହୋଇନାହିଁ ବରଂ ନିଜର ଏକ ସ୍କିଲ ପାଇଁ ଭାଇରାଲ ହୋଇଛି। ଏହି ପିଲାଟି କିଛି ଅଲଗା କରିଛି। ମଣିପୁର ରେ ରହୁଥିବା ଏହି ପିଲାଟି ନିଜର ଶାନଦାର ରିପୋର୍ଟିଂ ପାଇଁ ଭାଇରାଲ ହୋଇଛି। ପିଲାଟି ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କୁ ନେଇ ଏଭଳି ରିପୋର୍ଟିଂ କରିଥିଲା କି, ନିଜେ ମୁଖ୍ୟମନ୍ତ୍ରୀ ଏହି ଭିଡ଼ିଓ ଦେଖିବାପରେ ଏହାକୁ ଟ୍ୱିଟରରେ ଶେୟର କରି ପ୍ରଶଂସା କରିଛନ୍ତି। ଏହାସହ ସିଏମ ଭିଡ଼ିଓଟିକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ମଧ୍ୟ ଟ୍ୟାଗ କରିଥିଲେ କାରଣ ପ୍ରଧାନମନ୍ତ୍ରୀଙ୍କ ନଜର ମଧ୍ୟ ସେହି ପିଲାଟିର ଟ୍ୟାଲେଣ୍ଟ ଉପରେ ଯେମିତି ପଡ଼ିବ।

ସପ୍ତମ ଶ୍ରେଣୀର ଏହି ଛୁଆଟି ନିଜ ଘରର ଛାତ ଉପରେ ରିପୋର୍ଟିଂ କରି ମୁଖ୍ୟମନ୍ତ୍ରୀଙ୍କ ଆଗମନ ବିଷୟରେ ଲୋକଙ୍କୁ ଜଣାଉଥିଲା। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ତିନୋଟି ଜିଲ୍ଲା ଓ ବାକି କ୍ଷେତ୍ରରେ ଅକ୍ସିଜେନ କ୍ଷେତ୍ରର ଉଦ୍ଘାଟନ କରିବାର ଥିଲା। କାରଣ ରାଜ୍ୟର ଅକ୍ସିଜେନ ଇନ୍ଫ୍ରାଷ୍ଟ୍ରକ୍ଚର ଯେପରି ଆହୁରି ମଜବୁତ ହୋଇପାରିବ। ଏହାପରେ ପିଲାଟି ସେନାପତି ହସ୍ପିଟାଲକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ସୂଚନା ରିପୋର୍ଟିଂ ମାଧ୍ୟମରେ ଶୁଟ କରାଇଥିଲା।

ଛାତ ଉପରେ ଛିଡ଼ା ହୋଇଥିବା ପିଲାଟି ପ୍ରଥମେ ମୈଦାନ ଦେଖାଇଥିଲା ଯେଉଁଠାରେ ସିଏମ ଙ୍କ ଗାଡି ଛିଡ଼ା ହୋଇଥିଲା ଏହାସହ ଏହାମଧ୍ୟ ଜଣାଇଥିଲା କି, କେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ଓହ୍ଲାଇବ। ପିଲାଟି କହୁଥିଲା ଏହି ଅକ୍ସିଜେନ ପ୍ଲାଣ୍ଟ ଦ୍ୱାରା ଆମକୁ କରୋନା ବିପକ୍ଷରେ ବହୁତ ସହାୟତା ମିଳିବ ଓ ଯେମିତି ମୁଖ୍ୟମନ୍ତ୍ରୀ ଆସୁଛନ୍ତି ଠିକ ସେତେବେଳେ ପିଲାଟି ଅସଲ ରିପୋର୍ଟର ହେବାକୁ ଚେଷ୍ଟା କରୁଛି। ପିଲାଟି କହୁଛି ଦେଖନ୍ତୁ ଆମ ମୁଖ୍ୟମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ଓ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ସ୍ୱାଗତ ଯେ, ସେ ଏଠାରେ ଅକ୍ସିଜେନ ପ୍ଲାଣ୍ଟ ବନାଇଲେ ଓ ତାଙ୍କୁ ଆଗକୁ ଏଠାକୁ ଆସିବା ପାଇଁ ମଧ୍ୟ ଆମେ ନିବେଦନ କରୁଛୁ।

Leave a Reply

Your email address will not be published. Required fields are marked *