ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଯୁକ୍ତ ଦୁଇ ର କଳା,ବିଜ୍ଞାନ,ବାଣିଜ୍ୟ,ସଂସ୍କୃତ ଏବଂ ଧନ୍ଦା ମୂଳକ ପାଠ୍ୟକ୍ରମରେ ନାମ ଲେଖେଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୫ ଲକ୍ଷ ସିଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ରାଜ୍ୟର ୨ ହଜାରରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖିବାର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ନାମ ଲେଖେଇବା ପାଇଁ www.samsodisha.gov.in କୁ ଯାଇ ଆବେଦନ କରିପାରିବେ। ଆସନ୍ତା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ। ସେପ୍ଟେମ୍ବର ମାସ ୧୩ ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ।

ଆସନ୍ତା ସେପ୍ଟେମ୍ବର ମାସ ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା। ସେପ୍ଟେମ୍ବର ୨୭ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ। ଆଉ ସେହିପରି ଭାବରେ ଦ୍ଵିତୀୟ ପର୍ଯ୍ୟାୟ ର ନାମଲେଖା ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୪ ତାରିଖରେ ସ୍ପଟ ଆଡମିଶନର ନାମଲେଖା ପ୍ରକାଶ ପାଇବ।

Google

ଛାତ୍ରଛାତ୍ରୀଙ୍କର ସୁବିଧା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୬୭୭୦ ମଧ୍ୟ ଜାରି କରାଯାଇଛି। ଏଥର ସଂଖ୍ୟାଧିକ ମାତ୍ରାରେ ଛାତ୍ରଛାତ୍ରୀ ମାଟ୍ରିକ ରେ ପାସ କରିଥିବାରୁ ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଖାପାଖି ୫୫ ହଜାର ସିଟ୍ ବୃଦ୍ଧି କରାଇଛନ୍ତି। କଳାରେ ସର୍ବାଧିକ ୩୮ ହଜାର ସିଟ ବଢ଼ିଥିବା ସମୟରେ ବିଜ୍ଞାନରେ ୨୫ ହଜାର ଓ ବାଣିଜ୍ୟରେ ୩୯୦୦ ସିଟ ବୃଦ୍ଧି କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *