କମାଲ ଡ୍ରାଇଭର,ବୋଧେ ନାସାରୁ ଡ୍ରାଇଭିଙ୍ଗ ଶିଖିକି ଆସିଛନ୍ତି,ଭିଡ଼ିଓ ଦେଖନ୍ତୁ ସବୁକିଛି ଜାଣିପାରିବେ

ଗାଡ଼ି ଚଳାଇବା ଦେଖିବାକୁ ଯେତିକି ସହଜ ଲାଗିଥାଏ କିନ୍ତୁ ବାସ୍ତବରେ ଏହା ବହୁତ କଠିନ ଅଟେ। ଡ୍ରାଇଭିଂରେ ମହାରଥ ହାସଲ କରିବା ପାଇଁ ନାକେବଳ ସ୍କିଲ ଆବଶ୍ୟକ ବରଂ ଧର୍ଯ୍ୟ ଶକ୍ତି ମଧ୍ୟ ଜରୁରୀ ଅଟେ। କିଛି ଲୋକ ବହୁତ ଭଲ ଭାବରେ କାର ଓ ବାଇକ ଚଳାଇ ପାରୁଥିବା ବେଳେ କିଛିଲୋକ ଏଥିରେ ଫେଲ ମାରିଛନ୍ତି। ଏହାସହ କିଛି ଲୋକ ମଧ୍ୟ ନିଜ ସହିତ ଅନ୍ୟ ଲୋକର ଜୀବନ ବିପଦରେ ପକାଇ ଦେଇଥାନ୍ତି। ରାସ୍ତାରେ ଅବମାନନା ଭାବରେ ଗାଡ଼ି ଚଳାଇଲେ ଆପଣ ଏହାର ପରିଣାମ ତ ଦେଖୁଥିବେ କିନ୍ତୁ ଏହି ଭିଡ଼ିଓରେ ଜଣେ ଡ୍ରାଇଭର ନିଜର ସ୍କିଲ ଦେଖାଇ ଏମିତି କାରନାମା କରିଛି ଯେ, ଦୁର୍ଘଟଣା ହେବାପୂର୍ବରୁ ବର୍ତ୍ତି ଯାଇଛି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Gaddiyan Wale (@gaddiyan_wale)

ଭିଡ଼ିଓରେ ଆପଣ ଦେଖିପାରୁଥିବେ ରାସ୍ତାର ଚାରିପାଖରେ ପାଣି ଜମି ରହିଛି। ଜଣେ ଲରୀ ବାଲା ନିଜର ଗାଡ଼ି ନେଇ ଆସୁଛି ସେତେବେଳେ ଏକ କାର କଡ଼ରୁ ଅଚାନକ ଚାଲି ଆସୁଛି। କାର ଲରୀରେ ଧକା ଦେବା ଆଗରୁ ଲରୀ ଡ୍ରାଇଭର ସାବଧାନତାର ସହିତ ନିଜ ଗାଡ଼ିକୁ ମୋଡ଼ି ଦେଉଛନ୍ତି। ଏମିତି କରିବା ସମୟରେ ତାଙ୍କ ଗାଡ଼ି ଦୁଇଥର ବାଲାନ୍ସ ହରାଉଛି କିନ୍ତୁ ସେ ତାକୁ ସମ୍ଭାଳି ଦେଉଛନ୍ତି। ଲରୀ ଡ୍ରାଇଭର ର ସ୍କିଲ କାରଣରୁ ଦୁର୍ଘଟଣା ହେଉ ହେଉ ଅଟକି ଯାଇଛି ଓ କାହାରି କୌଣସି କ୍ଷତି ମଧ୍ୟ ହୋଇନାହିଁ। ଭିଡ଼ିଓ ଦେଖି ଆପଣଙ୍କୁ ମଧ୍ୟ ମଜା ଆସିଯିବ।

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ବହୁତ ଭାଇରାଲ ହେଉଛି। ଇଂଷ୍ଟାଗ୍ରାମରେ gaadiyan_wale ନାମର ଆକାଉଣ୍ଟରୁ ଏହାକୁ ଶେୟର କରାଯାଇଛି। ଯେକେହିବି ଏହି ଭିଡ଼ିଓକୁ ଦେଖୁଛି ସେ ଲରୀ ଡ୍ରାଇଭରର ଫ୍ୟାନ ହୋଇଯାଉଛି। ଏଥିରେ ଲୋକମାନେ ମଜାଦାର ରିଆକ୍ସନ ଦେବା ସହ ଭିଡ଼ିଓକୁ ଶେୟର ମଧ୍ୟ କରୁଛନ୍ତି। କିଛି ଲୋକ କହୁଛନ୍ତି ଡ୍ରାଇଭର ଜଣକ ନାସା ରୁ ଡ୍ରାଇଭିଂ ଶିକ୍ଷା କରି ଆସିଛନ୍ତି। ସତରେ ଭିଡ଼ିଓଟି ବହୁତ ପ୍ରଶଂସନୀୟ ଅଟେ।

Leave a Reply

Your email address will not be published. Required fields are marked *