ଭାରତ ବନାମ ଇଂଲଣ୍ଡ: ଭାରତୀୟ ଦଳ ପାଇଁ ଖୁସି ଖବର, ଦ୍ଵିତୀୟ ଟେଷ୍ଟରୁ ଇଂଲଣ୍ଡର ଏହି ଦୁଇ ଷ୍ଟାର ବୋଲର ହେଲେ ବାହାର

ଟିମ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ପ୍ରଥମ ଟେଷ୍ଟ ଡ୍ର ରହିବାପରେ ବର୍ତ୍ତମାନ ନଜର ଦ୍ଵିତୀୟ ଟେଷ୍ଟ ଉପରେ ରହିଛି। ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଏକ କରାଟ ଝଟକା ଲାଗିଛି। ଖବର ଏହା ଆସୁଛି କି, ବ୍ରଡ୍ ଦ୍ଵିତୀୟ ଟେଷ୍ଟରୁ ସମ୍ପୂର୍ଣ୍ଣ ଭାବରେ ବାଦ ପଡ଼ିଛନ୍ତି ଓ ଜିମି ଆଣ୍ଡରସନଙ୍କ ଖେଳିବା ମଧ୍ୟ ମୁସ୍କିଲ ରହିଛି।

ବ୍ରଡ୍ ଓ ଜେମ୍ସ ଆଣ୍ଡରସନ ଦ୍ଵିତୀୟ ଟେଷ୍ଟରୁ ବାହାର:-

ଅଗଷ୍ଟ 12 ତାରିଖରେ ଖେଳାଯିବାକୁ ଥିବା ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଟିମ ମୈଦାନକୁ ଅଭ୍ୟାସ କରିବା ପାଇଁ ଓହ୍ଲାଇଥିଲେ। ଏହିସମୟରେ ଦଳର ଷ୍ଟାର ବୋଲର ଜିମି ଆଣ୍ଡରସନ ପ୍ରାକ୍ଟିସ କରିନଥିଲେ। ଖବର ଆସୁଛି କି, ଆଣ୍ଡରସନଙ୍କ ମାଂସପେଶୀରେ ଯନ୍ତ୍ରଣା ହେବା କାରଣରୁ ସେ ଦ୍ଵିତୀୟ ଟେଷ୍ଟ ଖେଳିବାରେ ଅସମର୍ଥ ଅଟନ୍ତି। ସେହିପରି ବ୍ରଡ୍ ଙ୍କ ପିଣ୍ଡଳୀ ମାଂସପେଶୀରେ ସମସ୍ୟା ଦେଖାଦେବାରୁ ସେ ମଧ୍ୟ ଖେଳିବା ପାଇଁ ସକ୍ଷମ ନୁହଁନ୍ତି।

ଦୁଇଜଣ ଖେଳାଳିଙ୍କୁ ନେଇ ମତ ଦେଲେ ଜନୀ ବେୟାରଷ୍ଟୋ:-

ଦ୍ଵିତୀୟ ଟେଷ୍ଟର ପୂର୍ବ ସନ୍ଧ୍ୟାରେ ଇଂଲଣ୍ଡର ଉଇକେଟ କିପର ବ୍ୟାଟ୍ସମ୍ୟାନ ଜନୀ ବେୟାରଷ୍ଟୋ କହିଛନ୍ତି, ଇଂଲଣ୍ଡର ଅନୁଭବୀ ବୋଲର ଷ୍ଟୁଆର୍ଟ ବ୍ରଡ୍ ଓ ଜେମ୍ସ ଆଣ୍ଡରସନଙ୍କ ବିନା ଟେଷ୍ଟ ମ୍ୟାଚ ଖେଳିବା ଭଲ ଲାଗୁନାହିଁ। ବେୟାରଷ୍ଟୋ କହିଥିଲେ ତାଙ୍କୁ ଉଭୟଙ୍କର ଇଞ୍ଜୁରୀ ବିଷୟରେ ଅଧିକ ଜଣାନାହିଁ। ବ୍ରଡ୍ ଙ୍କ ମାଂସପେଶୀ ଟାଣି ହୋଇଥିବା ବେଳେ ଆଣ୍ଡରସନ ମଧ୍ୟ ଖେଳିବାକୁ ଅସକ୍ଷମ।

ଏହା ବହୁତ ବଡ଼ କ୍ଷତି: ବେୟାରଷ୍ଟୋ

ଦ୍ଵିତୀୟ ଟେଷ୍ଟର ପୂର୍ବ ସନ୍ଧ୍ୟାରେ ବେୟାରଷ୍ଟୋ ମନ୍ତବ୍ୟ ଦେଇ କହିଥିଲେ, ବାସ୍ତବରେ ଆମକୁ ଅଧିକ କିଛି ଜଣାନାହିଁ। ବ୍ରଡ୍ ସ୍କାନ ପାଇଁ ଯାଇଛନ୍ତି। ବ୍ରଡ୍ ଓ ଆଣ୍ଡରସନଙ୍କ ବିନା ଟେଷ୍ଟ ଏହା ସବୁଠାରୁ ବଡ଼ କ୍ଷତି। ଦୁଇଜଣ ମିଳିତ ଭାବରେ 1000 ରୁ ଅଧିକ ଉଇକେଟ ନେଇସାରିଛନ୍ତି। ବେୟାରଷ୍ଟୋ କହିଥିଲେ, ଇଂଜୁରୀ ଚାଲି ରହିଥାଏ ଓ ଆପଣଙ୍କୁ ଦଳରେ ସଠିକ ସାମଞ୍ଜସ୍ୟ ବନାଇ ରଖିବାକୁ ହେବ କାରଣ ଆମର କ୍ରିକେଟ ଏକ ପେଶା ଅଟେ।

Leave a Reply

Your email address will not be published. Required fields are marked *