ଏକ ରୁ ଅଧିକ ବ୍ୟାଙ୍କରେ ଆକାଉଣ୍ଟ ଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ,ଆପଣଙ୍କୁ ସହିବାକୁ ପଡ଼ୁଛି ଏହିସବୁ କ୍ଷତି

ସାଧାରଣ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଯଦି ଆପଣଙ୍କ ପାଖରେ ଏକରୁ ଅଧିକ ଆକାଉଣ୍ଟ ରହିଛି ତାହେଲେ ଆପଣଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିପାରେ। ଏହି ଆର୍ଥିକ କ୍ଷତି ଏହିପରି ହୋଇଥାଏ କି, ଆପଣଙ୍କୁ ଜଣାପଡିନଥାଏ ଓ ଧୀରେଧୀରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇଥାଏ। ଆର୍ଥିକ ବିଶେଷଜ୍ଞଙ୍କ ମାନିବା ହେଉଛି ଯଦି ଦରକାର ହେଉନାହିଁ ତାହେଲେ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖନ୍ତୁ ନାହିଁ। ଅଧିକ ବ୍ୟାଙ୍କ ଆକାଉଣ୍ଟ କାରଣରୁ ଆପଣଙ୍କୁ ବହୁତ ଅଧିକ କ୍ଷତି ସହିବାକୁ ପଡ଼ିଥାଏ। ଏହା ଏମିତି ଏକ ଆର୍ଥିକ କ୍ଷତି ହୋଇଥାଏ ଯାହାର ଆକଳନ ଆପଣ ଜାଣି ପାରନ୍ତି ନାହିଁ।

ପ୍ରତ୍ୟେକ ବ୍ୟାଙ୍କର ଅଲଗା ଅଲଗା ମେଣ୍ଟେନାନ୍ସ ଚାର୍ଜ, ଡେବିଟ ଚାର୍ଜ, SMS ଚାର୍ଜ, ସର୍ଭିସ ଚାର୍ଜ ଓ ମିନିମମ ସର୍ଭିସ ଚାର୍ଜ ରହିଥାଏ। ଆପଣଙ୍କର ମଧ୍ୟ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଥିବ ସେହିପରି ଭାବରେ ଆପଣଙ୍କ ଆକାଉଣ୍ଟରୁ ମଧ୍ୟ ପଇସା କଟୁଥିବ। ଯଦି ଆପଣଙ୍କୁ ନିହାତି ଭାବରେ ଆବଶ୍ୟକ ପଡୁନାହିଁ ତାହେଲେ ଆପଣ ଏକରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରଖନ୍ତୁ ନାହିଁ। ଯଦି ଜରୁରୀ ନୁହେଁ ତାହେଲେ ତତ୍କାଳ ଆପଣ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ।

ସବୁଠାରୁ ଅଧିକ ସମସ୍ୟା ଖାତାରେ ମିନିମମ ବାଲାନ୍ସକୁ ନେଇ ହୋଇଥାଏ। ଭୁଲବଶତଃ ଯଦି ଆପଣ ଏହି ଆକାଉଣ୍ଟ ନଭରି ପାରନ୍ତି ତାହେଲେ ବ୍ୟାଙ୍କ ଏକାସହ ଆପଣଙ୍କ ଖାତାରୁ ବହୁତ ଆମଉଣ୍ଟ କାଟି ଦେଇଥାଏ। ପ୍ରାଇଭେଟ ବ୍ୟାଙ୍କ ଗୁଡିକରେ ଏହି ଚାର୍ଜ ବହୁତ ଅଧିକ ଅଟେ। ଏତିକି ମଧ୍ୟ ନୁହେଁ ଏହାର ପ୍ରଭାବ ଆପଣଙ୍କ ସିଭିଲ ସ୍କୋର ଉପରେ ମଧ୍ୟ ପଡ଼ିଥାଏ। ଆପଣଙ୍କୁ ଜଣାଇଦେଉଛୁ କି, ଆଜିର ତାରିଖରେ ସିଭିଲ ସ୍କୋର ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହାର ଆଧାରରେ ବ୍ୟାଙ୍କ ଲୋକଙ୍କୁ ଲୋନ ଦେଇଥାନ୍ତି। ସିଭିଲ ସ୍କୋର ଖରାପ ହେବାପରେ ନା ଆପଣଙ୍କୁ ବ୍ୟାଙ୍କରୁ ଲୋନ ମିଳିଥାଏ ଯଦି ବା ମିଳିଥାଏ ଏହାର ଚାର୍ଜ ମଧ୍ୟ ବହୁତ ହୋଇଥାଏ।

ଏତିକି ମଧ୍ୟ ନୁହେଁ ଯଦି ଆପଣ ନିଜର ସେଭିଙ୍ଗସ ବ୍ୟାଙ୍କ କିମ୍ବା କରେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ମାସ ମାସ ଧରି ଟ୍ରାଞ୍ଜକ୍ସନ କରୁନାହାନ୍ତି ତାହେଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଥାଏ ଓ ଏହାକୁ ଇନଆପ୍ରୋପ୍ରିଏଟ ଖାତାରେ ବଦଳାଇ ଦିଆଯାଇଥାଏ। ଅଧିକାରୀଙ୍କ କହିବା ହେଲା ଏହି ଇନଆକ୍ଟିଭ ଆକାଉଣ୍ଟ ସହିତ ବହୁତ ଫ୍ରଡ଼ ହେବାର ସମ୍ଭାବନା ମଧ୍ୟ ରହିଥାଏ।

Leave a Reply

Your email address will not be published. Required fields are marked *