ଟିମ ଇଣ୍ଡିଆ ପାଇଁ ଖରାପ ଖବର : ଇଂଲଣ୍ଡ ଦଳରେ ସାମିଲ ହେଲେ କୋହଲିଙ୍କ ସବୁଠୁ ବଡ଼ ଶତ୍ରୁ

ଟିମ ଇଣ୍ଡିଆକୁ ଅଗଷ୍ଟ 12 ତାରିଖରେ ଇଂଲଣ୍ଡ ବିପକ୍ଷରେ ଐତିହାସିକ ଦ୍ଵିତୀୟ ଟେଷ୍ଟ ଖେଳାଯିବାକୁ ରହିଛି। ନଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ରରେ ସମାପ୍ତ ହୋଇଥିବାରୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ 0-0ରେ ବରାବର ରହିଛି। ଲର୍ଡ଼ସ ରେ ହେବାକୁ ଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତ ଜିତି 1-0 ଆଗରେ ରହିବାକୁ ଚାହିଁବ।

ଟିମ ଇଣ୍ଡିଆ ପାଇଁ ଖରାପ ଖବର:-

ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆଶଙ୍କାର ଘଣ୍ଟି ବାଜି ଯାଇଛି। ଇଂଲଣ୍ଡ ନିଜ ଦଳରେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଅଫ ସ୍ପିନର ମୋଇନ ଅଲ୍ଲୀଙ୍କୁ ସାମିଲ କରିସାରିଛି। କ୍ରିକବଜ ରିପୋର୍ଟ ଅନୁସାରେ, ମୋଇନ ଅଲ୍ଲୀ ମଙ୍ଗଳବାର ଦିନ ଟିମ ସହିତ ଜଏନ କରିବାର ସୂଚନା ଆସୁଛି।

କୋହଲିଙ୍କୁ 8ଥର ଆଉଟ କରିସାରିଛନ୍ତି ମୋଇନ ଅଲ୍ଲୀ:-

ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଟେନସନ ବଢ଼ିବାରେ ଲାଗିଛି କାରଣ ଇଂଲଣ୍ଡ ଦଳ ମୋଇନ ଅଲ୍ଲୀଙ୍କୁ ନିଜର ପ୍ଲେଇଂ 11 ରେ ସ୍ଥାନ ଦେଇପାରେ। ମୋଇନ ନିଜର ଇଣ୍ଟରନାଶନାଲ କ୍ୟାରିଅରରେ କୋହଲିଙ୍କୁ 8ଥର ଆଉଟ କରିସାରିଛନ୍ତି ଏମିତିରେ ସେ କୋହଲିଙ୍କ ଟେନସନ ବଢ଼ାଉଛନ୍ତି।

କୋହଲିଙ୍କୁ ଇଣ୍ଟରନାଶନାଲ କ୍ରିକେଟରେ ସର୍ବାଧିକ ଥର ଆଉଟ କରିଥିବା ସ୍ପିନର:-

ଦ୍ଵିତୀୟ ଟେଷ୍ଟ ପୂର୍ବରୀ ଭାରତ ପାଇଁ ଖରାପ ଖବର ସାମ୍ନାକୁ ଆସିଛି କାରଣ ଇଂଲଣ୍ଡ ମୋଇନ ଅଲ୍ଲୀଙ୍କୁ ଦଳରେ ସାମିଲ କରିପାରେ। ସେ କୋହଲିଙ୍କୁ ଇଣ୍ଟରନାଶନାଲ କ୍ରିକେଟରେ 8ଥର ଆଉଟ କରିସାରିଛନ୍ତି। ଏମିତିରେ ସେ କୋହଲିଙ୍କ ଟେନସନ ବଢ଼ାଉଛନ୍ତି।

କୋହଲିଙ୍କୁ ସର୍ବାଧିକ ଆଉଟ କରିଥିବା ସ୍ପିନର୍ସ:-

9- ଅଦିଲ ରସିଦ

8- ମୋଇନ ଅଲ୍ଲୀ

8- ଗ୍ରେମ ସ୍ୱାନ

7- ଅଦାମ ଜମ୍ପା

7- ନାଥନ ଲିୟନ

ଆସନ୍ତା କାଲି ଦ୍ବିତୀୟ ଟେଷ୍ଟ ମ୍ୟାଚ:-

ଇଂଲଣ୍ଡ କ୍ରିକେଟ ଟିମର ହେଡ଼କୋଚ୍ କ୍ରିସ୍ ସିଲଭରଉଡ଼ କହିଲେ କି, ଆମକୁ ଜଣାଅଛି ମୋଇନ ଅଲ୍ଲୀ ଜଣେ ଭଲ କ୍ରିକେଟର ଅଟନ୍ତି ଓ ସେ ହଣ୍ଡରେଡ଼ ଟୁର୍ଣାମେଣ୍ଟରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ମୁଁ ମଧ୍ୟ ବୁଝୁଛୁ ଏହାଏକ ଅଲଗା ପ୍ଲାଟଫର୍ମ ଅଟେ।

ଚେନ୍ନାଇ ଟେଷ୍ଟରେ ନେଇଥିଲେ 8ଟି ଉଇକେଟ:-

ମୋଇନ ଏହିବର୍ଷ ଫେବୃଆରୀ ମାସରେ ଚେନ୍ନାଇରେ ହୋଇଥିବା ଟେଷ୍ଟ ମ୍ୟାଚରେ 8ଟି ଉଇକେଟ ନେଇଥିଲେ। କିନ୍ତୁ ଇଂଲଣ୍ଡ ଓ ୱେଲସ କ୍ରିକେଟ ବୋର୍ଡର ରୋଟେସନ ନୀତି କାରଣରୁ ତାଙ୍କୁ ଘରକୁ ଫେରିବାକୁ ପଡ଼ିଥିଲା। ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟରେ ଡ୍ର ରେ ସମାପ୍ତ ହୋଇଛି।

ଦ୍ଵିତୀୟ ଟେଷ୍ଟରେ ଖୁସି ହେବେନାହିଁ କୋହଲି:-

ଇଂଲଣ୍ଡ ବିପକ୍ଷ ଲର୍ଡ଼ସ ମୈଦାନରେ ଜିତିବା ଭାରତ ପାଇଁ ସହଜ ହେବନାହିଁ। ବିଗତ ଥର ଅଗଷ୍ଟ 2018 ମସିହାରେ ଭାରତ ଓ ଇଂଲଣ୍ଡ ଯେତେବେଳେ ଭେଟ ହୋଇଥିଲେ ସେତେବେଳେ ଇଂଲଣ୍ଡ ବାଜି ମାରିଥିଲା। ଲର୍ଡ଼ସ ଏହି ରେକର୍ଡ଼ରେ କୋହଲି ବିଲକୁଲ ଖୁସି ନଥିଲେ।

ଟିମ ଇଣ୍ଡିଆ ଟଳି ପଡ଼ିଲା:-

ଅଗଷ୍ଟ 2018 ରେ ଭାରତୀୟ ଖେଳାଳି ଇଂଲଣ୍ଡର ଲର୍ଡ୍ସ ମୈଦାନରେ ରନ ବନାଇବା ତ ଦୂରର କଥା ତିଷ୍ଠି ମଧ୍ୟ ପାରିନଥିଲେ। ଭାରତୀୟ ଟିମ ପ୍ରଥମ ପାଳିରେ 35.2 ଓ ଦ୍ଵିତୀୟ ପାଳିରେ 47 ଓଭରରେ ଅଲଆଉଟ ହୋଇଯାଇଥିଲା। ଭାରତ ପ୍ରଥମ ପାଳିରେ 107 ଓ ଦ୍ଵିତୀୟ ପାଳିରେ 130 ରନ କରି ଆଉଟ ହୋଇଯାଇଥିଲା। ଇଂଲଣ୍ଡ ଏହି ମ୍ୟାଚ ବହୁତ ସହଜରେ ଜିତି ନେଇଥିଲା।

ଲର୍ଡ୍ସ ମୈଦାନରେ ଇଂଲଣ୍ଡ ଟିମ ଭାରତ ଉପରେ ଭାରି ପଡ଼ିଛି। ଲର୍ଡ୍ସ ମୈଦାନରେ ଇଂଲଣ୍ଡ ଭାରତ ବିପକ୍ଷରେ 18ଟି ଟେଷ୍ଟ ଖେଳିଛି। ଏମାନଙ୍କ ମଧ୍ୟରୁ 12ଟିରେ ବିଜୟ, 2ଟି ପରାଜୟ ଓ ଚାରୋଟି ଡ୍ର ରହିଛି। ଲର୍ଡ୍ସରେ ଟସ ଜିତୁଥିବା ଟିମର ସଫଳତା ରେଟ 55% ଅଟେ। କିନ୍ତୁ ଭାରତ ଏଠାରେ ଟସ ଜିତି ମ୍ୟାଚ କେବେ ଜିତି ପାରିନାହିଁ।

ଘାସ ବାଲା ପିଚରେ ଦୁଇଟି ସ୍ପିନର୍ସଙ୍କ ସହ ଓହ୍ଳାଉଥିଲା ଭାରତ:-

2018 ମସିହା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭାରତୀୟ ଦଳ ରବିଚନ୍ଦ୍ରନ ଅଶ୍ୱିନ ଓ କୂଲଦୀପ ଯାଦବଙ୍କୁ ମୌକା ଦେଇଥିଲା କିନ୍ତୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ସେମାନଙ୍କ ବିରୁଦ୍ଧରେ ବହୁତ ରନ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *