ମହିଳାଙ୍କର ଆଉ ଏକ ଦାଦାଗିରି : କାହିଁକି ମାସ୍କ ପିନ୍ଧିନ ବୋଲି ପଚାରିବାରୁ ଆରମ୍ଭ କରିଦେଲେ ଚା-ପୁ-ଡ଼ା ଓ ବି-ଧା ମା-ରି-ବା,ଦେଖନ୍ତୁ ଭିଡ଼ିଓ

ଦିଲ୍ଲୀର ପିରାମଢ଼ି ମେଟ୍ରୋ ଷ୍ଟେସନ ପାଖରେ ଜଣେ ମହିଳା କରୋନାର ନିୟମର ଉଲ୍ଲଙ୍ଘନ କରିବା ପରେ ଚାଲାଣ କାଟୁଥିବା ଟିମ ସହିତ ମାରପିଟ କଲେ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଓ ମହିଳାଙ୍କ ଗୁଣ୍ଡାଗିରି ର ଏହି ଭିଡ଼ିଓ ଦେଖିବାକୁ ମିଳୁଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ଦୁଇ ମହିଳାଙ୍କୁ ମାରପିଟ ଅଭିଯୋଗରେ ଗିରଫ କରିଥିଲେ।

ମାସ୍କ ନପିନ୍ଧିବାରୁ ଚାଲାଣ ଲାଗିଥିଲା:-

ଏହି ଘଟଣା ଦିଲ୍ଲୀର ପିରାମଢ଼ି ମେଟ୍ରୋ ଷ୍ଟେସନ ପାଖରେ ହୋଇଥିଲା। ଯେତେବେଳେ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଫେସ ମାସ୍କ ନପିନ୍ଧିଥିବାରୁ ଚାଲାଣ ଭରିବାକୁ କୁହାଗଲା। ଏହାପରେ ମହିଳା ଚାଲାଣ କାଟୁଥିବା ଟିମ ସହିତ ମାରପିଟ ଆରମ୍ଭ କରିଥିଲେ। ଭିଡ଼ିଓରେ ମୌଖିକ ରୂପରେ ମଧ୍ୟ ମହିଳା ମାନେ ଗାଳି ଦେଉଥିବାର ପ୍ରମାଣ ରହିଛି।

ଅ-ଭି-ଯୋ-ଗ ପରେ ପୋ-ଲି-ସ କରିଲା କାର୍ଯ୍ୟବାହୀ:-

ପୋଲିସ ଦ୍ୱାରା କୁହାଯାଇଥିଲା କି, ଆନନ୍ଦ ଅଗଷ୍ଟ 6 ତାରିଖରେ ଅଭିଯୋଗ ଆଣିଥିଲେ ଓ ନିଜର ଅଭିଯୋଗରେ ସେ କହିଥିଲେ “ସେ, ଜଣେ ଶିକ୍ଷକ ଏବଂ ନାଗରିକ ରକ୍ଷା କର୍ମଚାରୀଙ୍କ ସହିତ ପିରାମଢ଼ି ଷ୍ଟେସନ ଠାରେ କୋଭିଡ଼ ଡ୍ୟୁଟିରେ ଉପସ୍ଥିତ ଥିଲେ। ସେ ଯେତେବେଳେ ଜଣେ ମହିଳାଙ୍କୁ ମାସ୍କ ନପିନ୍ଧିଥିବାରୁ ଚାଲାଣ କାଟିବାକୁ କହିଲେ ସେତେବେଳେ ସେମାନେ ଟିମ ଉପରେ ଆକ୍ରମଣ କରିଥିଲେ।

ଆ-ରୋ-ପୀ ମହିଳାଙ୍କୁ ଗି-ର-ଫ କରାଗଲା:-

ପୋଲିସ ଅଧିକାରୀ ପରବିନ୍ଦର ସିଂହ କହିଥିଲେ, ଅଭିଯୋଗ ଆଧାରରେ ଭାରତୀୟ ଦଣ୍ଡ ସଂହିତା ଓ କୋଭିଡ଼ ନିୟମ ମୁତାବିକ ମାମଲା ଦର୍ଜ କରାଯାଇ ଦୁଇ ମହିଳାଙ୍କୁ ଗିରଫ କରାଯାଇଛି। ପୋଲିସ ଏହାପରେ କହିଥିଲେ ରାଷ୍ଟ୍ରୀୟ ରାଜଧାନୀରେ ମାସ୍କ ନପିନ୍ଧିବା ଦ୍ୱାରା 2000 ଟଙ୍କା ଫାଇନ ଦେବାକୁ ପଡ଼ିଥାଏ।

Leave a Reply

Your email address will not be published. Required fields are marked *