ରିଅଲ ଲାଇଫରେ ସୁପରମ୍ୟାନ : ୧୨ ମହଲାରୁ ଖସି ପଡିଲା ୨ ବର୍ଷର ଝିଅ, ଡେଲିଭରି ବୟ ବଞ୍ଚାଇଲେ ଝିଅର ଜୀବନ, ଦେଖନ୍ତୁ ଭୟାନକ ଭାଇରାଲ ଭିଡିଓ

ଭିଏତନାମର ଜଣେ ଡେଲିଭରି ବୟ ନିଜର ଚତୁରତା ଓ ସାହସିକତା ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଡେଲିଭରି ବୟ ବଦଳରେ ତାଙ୍କୁ ସୁପରମ୍ୟାନର ଆଖ୍ୟା ଦିଆଯାଇଛି। ବାସ୍ତବରେ, ହାନୋଇର ଏକ ଆପାର୍ଟମେଣ୍ଟର ୧୨ ମହଲାରୁ ଏକ ୨ ବର୍ଷର ଶିଶୁ ବାଲକୋନିରୁ ତଳକୁ ଖସିପଡେ। କିନ୍ତୁ, ଶିଶୁଟି ତଳେ ପଡ଼ିବା ପୂର୍ବରୁ ଡେଲିଭରି ବୟ ଜଣଙ୍କ ଶିଶୁକୁ କ୍ୟାଚ ଧରି ଶିଶୁର ଜୀବନ ବଞ୍ଚାଇଥିଲେ।

ଏହି ଘଟଣାର ସମସ୍ତ ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା। ଯାହାକି, ବର୍ତ୍ତମାନ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡେଲିଭରି ବୟଙ୍କ ନାମ ହେଉଛି ନାଗୁଏନ ନଗୋକ ମନ। ସେ ଏକ ପ୍ୟାକେଜ ଡେଲିଭରି କରିବା ପାଇଁ ରବିବାର ଦିନ ସେହି ଆପାର୍ଟମେଣ୍ଟକୁ ଯାଇଥିଲେ। ସେଠାରେ ପହଞ୍ଚିବା ସମୟରେ ଆପାର୍ଟମେଣ୍ଟର ୧୨ ମହଲାରୁ ଏକ ଛୋଟ ଶିଶୁ ଖସୁଥିବାର ଦେଖିଥିଲେ, ଏହାସହିତ ଆପାର୍ଟମେଣ୍ଟର ସାମ୍ନାରେ ଥିବା ଜଣେ ମହିଳାଙ୍କର ଚିତ୍କାର ମଧ୍ୟ ଶୁଣିଥିଲେ। ଡେଲିଭରି ବୟ ଜଣକ ସମୟ ନଷ୍ଟ ନ କରି ନିଜର ଚତୁରତା ବୁଦ୍ଧି ପାଇଁ ଛୁଆଟିକୁ ତଳେ ପଡିବା ପୂର୍ବରୁ କ୍ୟାଚ ଧରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରେ ଶିଶୁଟିର ହାତ ଓ ଗୋଡ ଭାଙ୍ଗିଥିବା ସମୟରେ ଡେଲିଭରି ବୟଙ୍କୁ ମଧ୍ୟ ଆଘାତ ଲାଗୁଥିଲା। ବର୍ତମାନ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ଏବେ ସୋସିଆଲ ମିଡିଆରେ ହିରୋ ହୋଇଯାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *