ଜଙ୍ଗଲ ଭିତରେ ଦୁଇଟି ବାଘ ପରସ୍ପର ଭିତରେ କଲେ ଜବରଦସ୍ତ ଲଢେଇ,ଭିଡ଼ିଓ ଦେଖିବାପରେ WWE କୁସ୍ତି ଭୁଲି ଯିବେ,ଦେଖନ୍ତୁ ଭିଡ଼ିଓ

ଆଜି ସାରା ଦୁନିଆ ବିଶ୍ୱ ଲାୟନ ଦିବସ ପାଳନ କରୁଛି। ସିଂହ ଓ ବାଘ ଦୁଇଟି ଏମିତି ସୁନ୍ଦର ପ୍ରାଣୀ ଅଟନ୍ତି ଯାହାର ସୁରକ୍ଷା ପାଇଁ ସର୍ବଦା କଡ଼ା ଷ୍ଟେପ ଗ୍ରହଣ କରାଯାଇଥାଏ। କଣ ଆପଣ କେବେ ସିଂହ ଓ ବାଘ ମଧ୍ୟରେ ଝଗଡ଼ା ଦେଖିଛନ୍ତି?ଏହି ଦିନରେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଦୁଇଟି ବାଘ ମଧ୍ୟରେ ଜଙ୍ଗଲରେ ଘମାସନ ଲଢେଇ ଜାରି ରହିଛି। ଦୁଇଜଣଙ୍କ ଲଢେଇ ଏତେ ଖତରନାକ ଯେ, ଆପଣ ଦେଖିଲେ WWE ଫାଇଟ କଥା ଭୁଲିଯିବେ।

ଅଗଷ୍ଟ 9 ତାରିଖରେ ଟ୍ୱିଟର ୟୁଜର ବିଏସ ସୁରନ ଏକ ଭିଡ଼ିଓ ଟ୍ୱିଟ କରିଥିଲେ, ଯେଉଁ ଭିଡ଼ିଓରେ ଦୁଇଟି ବାଘ ପରସ୍ପର ସହ ଲଢ଼ୁଥିବାର ନଜର ଆସିଥିଲେ। କ୍ୟାପ୍ସନ ଅନୁସାରେ, ଭିଡ଼ିଓଟି 9 ତାରିଖର ଅଟେ। ଭିଡ଼ିଓ କର୍ଣ୍ଣାଟକର ନଗରହୋଲ ନାଶନାଲ ପାର୍କରେ ବନାଯାଇଛି। ଏହା ଦେଖି ଲାଗୁଛି କି, ସଫାରୀରେ ଯାଇଥିବା ପର୍ଯ୍ୟଟକ ଏହାକୁ ବନାଇଛନ୍ତି। ଦୁଇଟି ବାଘ ପ୍ରଥମେ ଜଣେ ଆଉଜଣଙ୍କ ସହିତ ଶାନ୍ତିରେ ଭେଟ ହେଉଛନ୍ତି କିନ୍ତୁ ଅଚାନକ ସେମାନଙ୍କ ମଧ୍ୟରେ ଭୀଷଣ ଲଢେଇ ହେଉଛି। ପରସ୍ପରକୁ ସେମାନେ ପଞ୍ଝା ଦ୍ୱାରା ଆକ୍ରମଣ କରୁଛନ୍ତି ଯିଏ କେହିବି ଏହି ଭିଡ଼ିଓକୁ ଦେଖୁଛି ସେ ହଇରାଣ ହୋଇଯାଉଛି।

ସୂଚନା ଥିବା ଲୋକଙ୍କ କହିବା ହେଲା ଜଙ୍ଗଲର ଏହି ଅଞ୍ଚଳ ସେହି ବାଘଙ୍କ ଅଞ୍ଚଳ ଅଟେ। ଏହି ଅଞ୍ଚଳ ବାଘଙ୍କ ଅଞ୍ଚଳ ହୋଇଥିବାରୁ ଏଠାରେ ଯଦି କୌଣସି ଅନ୍ୟ ବାଘ ପ୍ରବେଶ କରିଥାଏ ତାହେଲେ ଅନ୍ୟ ବାଘ ସେଠାରେ ତାଙ୍କୁ ପ୍ରବେଶ କରିବାକୁ ଦିଅନ୍ତି ନାହିଁ। ସୋସିଆଲ ମିଡ଼ିଆରେ ଏହିପରି ଭିଡ଼ିଓ ଭାଇରାଲ ହେଉଥାଏ। ବିଗତ ବର୍ଷ ଏକ 17 ବର୍ଷୀୟ ବାଘ ଆଉଜଣେ ବାଘ ସହିତ ଲଢେଇ କରି ଗମ୍ଭୀର ଭାବରେ ଘାୟଲ ହୋଇଯାଇଥିଲା। ଏହାପରେ ସେହି ବାଘକୁ ମଧ୍ୟପ୍ରଦେଶର ଭୋପାଲ ସ୍ଥିତ ବନ ବିହାର ନାଶନାଲ ପାର୍କରେ ସିଫ୍ଟ କରି ଦିଆଗଲା।

Leave a Reply

Your email address will not be published. Required fields are marked *