ନିଶାରେ ୩୦ ଫୁଟ ଉଚ୍ଚ ଟାୱାର ଉପରକୁ ଚଢ଼ିଗଲା ଏହି ବ୍ୟକ୍ତି ଜଣକ,ପୋ-ଲି-ସ ମଧ୍ୟ ବିଚଳିତ,ଜାଣନ୍ତୁ ପୁରା ଘଟଣା

ମହାରାଷ୍ଟ୍ରର ବୁଲଢାନା ଜିଲ୍ଲାରେ ଏକ ନିଶାଶକ୍ତ ବ୍ୟକ୍ତିତ୍ୱ ହରକତ ପୋଲିସର ଚିନ୍ତା ବଢ଼ାଇ ଦେଇଛି। ମଦ ନିଶାରେ ବ୍ୟକ୍ତି ଜଣକ ବିଏସଏନଏଲ ଟାୱାର ଉପରକୁ ଚଢ଼ିଗଲା। 300 ଫୁଟ ଉପରକୁ ଚଢ଼ିବା ପରେ ବ୍ୟକ୍ତି ଜଣକ ଏଭଳି ହରକତ କରିବାକୁ ଲାଗିଲା କି, ସମସ୍ତେ ହଇରାଣ ହୋଇଗଲେ। ସେ ନିଜ ବେକରେ ଇଲେକ୍ଟ୍ରିକ ତାର ବାନ୍ଧିଦେଲା। ଏହାପରେ ଶାର୍ଟ ଓହ୍ଲାଇ ପବନରେ ଉଡାଇବାକୁ ଲାଗିଲା। ପାଖାପାଖି ଚାରିଘଣ୍ଟା ଧରି ଚାଲିଥିବା ଏହି ଡ୍ରାମାକୁ ଦେଖିବାପାଇଁ ସେଠାରେ ବହୁତ ଲୋକ ଜମା ହୋଇଗଲେ।

ବୁଲଢାନା ଜିଲ୍ଲାରେ ବିଗତ ରାତିରେ ବ୍ୟକ୍ତି ଜଣକ ବିଏସଏନଏଲ ଟାୱାର ଉପରକୁ ନିଶାରେ ଚଢ଼ିଗଲା। ଯେତେବେଳେ ଲୋକଟି ଚଢୁଥିଲା ସେତେବେଳେ କେହି ଧ୍ୟାନ ଦେଇନଥିଲେ କିନ୍ତୁ ବ୍ୟକ୍ତି ଯେତେବେଳେ 300 ଫୁଟ ଉପରେ ପହଞ୍ଚିଥିଲା ସେତେବେଳେ ସମସ୍ତଙ୍କ ନଜର ତା’ ଉପରେ ପଡ଼ିଥିଲା। କିଛିଲୋକଙ୍କ ଦ୍ଵାରା ତାକୁ ତଳକୁ ଓହ୍ଲାଇବାକୁ କୁହାଗଲା କିନ୍ତୁ ସେ କାହାରି କଥା ଶୁଣିଲା ନାହିଁ।

ଲୋକଙ୍କ ସୂଚନା ପରେ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିଥିଲା। ପୋଲିସ ଆସିବା ପୂର୍ବରୁ ନିଶାଶକ୍ତ ବ୍ୟକ୍ତି ଟାୱାର ଉପରକୁ ସମ୍ପୂର୍ଣ୍ଣ ଭାବରେ ଚଢିଯାଇଥିଲା। ଅଧିକ ଉଚ୍ଚତା କାରଣରୁ ସେ ସଠିକ ଭାବରେ ନଜର ଆସୁନଥିଲା। ଏହାପରେ ପୋଲିସ ଟାୱାର ଉପରକୁ ଡ୍ରନ ପଠାଇ ବ୍ୟକ୍ତି ଜଣଙ୍କୁ ସୂଚିତ କରିଥିଲା। କିଛି ଲୋକ ବ୍ୟକ୍ତି ଜଣଙ୍କୁ ମିଲିନ୍ଦ ନଗରର ସଞ୍ଜୟ ଯାଦବ ନାମରେ ଚିହ୍ନିଥିଲେ।

ପୋଲିସ ନିଶାଶକ୍ତ ବ୍ୟକ୍ତି ଜଣଙ୍କୁ ଟାୱାର ଉପରୁ ଓହ୍ଲାଇବା ପାଇଁ ବହୁତ ପ୍ରଚେଷ୍ଟା କରିଥିଲା କିନ୍ତୁ ବ୍ୟକ୍ତି ଜଣଙ୍କ ନିଜର ହରକତ ଦ୍ୱାରା ସମସ୍ତଙ୍କୁ ବିଚଳିତ କରି ଦେଇଥିଲା। ସେ ଇଲେକ୍ଟ୍ରିକ ତାର କୁ ନିଜ ବେକରେ ବାନ୍ଧିଥିଲା ଓ ନିଜର ଶାର୍ଟକୁ ଓହ୍ଲାଇ ହାତରେ ଧରିଥିଲା।

ପୋଲିସ କହିଥିଲା କି,ସଞ୍ଜୟ ଯାଦବ ଅଗଷ୍ଟ 9 ତାରିଖ ସନ୍ଧ୍ୟା ସମୟରେ ଟାୱାର ଉପରକୁ ଚଢିଥିଲା। ବହୁତ ପରିଶ୍ରମ ପରେ ତାକୁ ରାତି 9.30 ସମୟରେ ଓହ୍ଲା ଯାଇଥିଲା। ପାଖାପାଖି ସାଢ଼େ ଚାରିଘଣ୍ଟା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ପୋଲିସକୁ ବହୁତ ଚିନ୍ତାରେ ପକାଇଥିଲା। ସମସ୍ତଙ୍କୁ ଡ଼ର ଏହିକଥାର ଥିଲା ଯେ, ନିଶାରେ କୌଣସି ଅଘଟଣ ନଘଟିଯାଉ।

ଟାୱାରରୁ ତଳକୁ ଓହ୍ଲାଇବା ପରେ ପୋଲିସ ସଞ୍ଜୟ ଯାଦବଙ୍କୁ ନିଜ କବଳକୁ ନେଇଯାଇଥିଲେ। ପଚରାଉଚ୍ଚରା ସମୟରେ ସେ କହିଥିଲେ ପରିବାର ଲୋକେ ତାଙ୍କୁ ଚିନ୍ତିତ କରୁଛନ୍ତି, ଏଥିପାଇଁ ସେ ଟାୱାରରେ ଚଢ଼ି ଯାଇଥିଲେ। ପୋଲିସ ତାଙ୍କ ବିପକ୍ଷରେ ମାମଲା ଦର୍ଜ କରିଥିଲା।

Leave a Reply

Your email address will not be published. Required fields are marked *