ମାଲିକଙ୍କୁ ରକ୍ଷା କରିବା ପାଇଁ କୁକୁର ବିଷାକ୍ତ ସାପକୁ କଲା ଦୁଇଖଣ୍ଡ, ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା ଭୀଷଣ ଯୁଦ୍ଧ,ଆଉ ତା ପରେ ….

କୁକୁର ଅପେକ୍ଷା କୌଣସି ପ୍ରାଣୀ ଅଧିକ ବିଶ୍ୱସ୍ତ ନୁହଁନ୍ତି। କାରଣ ଗୋଟିଏ କୁକୁର ନିଜ ମାଲିକର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନ ମଧ୍ୟ ଦେଇପାରେ। ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଜୟରାମପୁର ଗ୍ରାମରେ ଦୁଇ କୁକୁର ନିଜ ମାଲିକଙ୍କୁ ବଞ୍ଚାଇବା ପାଇଁ ଜୀବନ ଦେଇଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବିଷାକ୍ତ ସାପ ସହିତ ଯୁଦ୍ଧ କରିଥିବା ଏହି ଦୁଇ କୁକୁର ସାପକୁ ଘର ଭିତରକୁ ଯିବାକୁ ଦେଇ ନଥିଲେ। କିନ୍ତୁ ଦୁଃଖର ବିଷୟ ହେଉଛିଯେ, ଏହି ଭୟାନକ ଯୁଦ୍ଧରେ ସେ ମଧ୍ୟ ଜୀବନ ହରାଇଛନ୍ତି। ସୋସିଆଲ ମିଡିଆରେ ଏହି ଘଟଣା ବିଷୟରେ ପଢିବା ପରେ ଲୋକମାନେ ବିଶ୍ୱସ୍ତତା ପାଇଁ କୁକୁରମାନଙ୍କୁ ଅଭିବାଦନ ଜଣାଉଛନ୍ତି।

ଏହି ଘଟଣାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୱାଚମ୍ୟାନ ଘଟଣା ବିଷୟରେ କଥାବାର୍ତ୍ତା କରି ଜଣାଇଲେକି, ଶେରୁ ଏବଂ କୋକୋ କିପରି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି କଳା ବିଷାକ୍ତ ସାପ ସହିତ ସାହସର ସହିତ ଲଢିଥିଲେ। ସେ କହିଥିଲେଯେ, ସାପ ମୁଖ୍ୟ ଫାଟକରୁ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ତା’ପରେ ଶେରୁ ଏବଂ କୋକୋ ଜୋରରେ ପାଟି କରିବାକୁ ଲାଗିଲେ। ଯେତେବେଳେ ସାପ ଅଟକିଲା ନାହିଁ, ଦୁହେଁ ତା ଉପରେ ଆକ୍ରମଣ କରିଥିଲେ। କୁକୁରମାନେ ସାପକୁ ଦୁଇ ଖଣ୍ଡରେ କାଟି ଦେଇଥିଲେ। କିନ୍ତୁ ଏହି ମଧ୍ୟରେ ସାପ ମଧ୍ୟ ତାଙ୍କୁ ଅନେକ ଥର କାମୁଡ଼ି ଦେଇଥିଲାଯେ, ବିଷ କାରଣରୁ ଦୁହେଁ ମୃତ୍ୟୁ ବରଣ କରିଥିଲେ। ଯୁଦ୍ଧ ଶେଷ ହେବାର କିଛି ମିନିଟ ପରେ ସାପଟି ମରିଗଲା ପରେ ଉଭୟ କୁକୁର ମଧ୍ୟ ମରିଯାଇଥିଲେ।

ଏହି ବିପଜ୍ଜନକ ଯୁଦ୍ଧ ବିଷୟରେ ଜାଣିବା ପରେ ତୁରନ୍ତ କୁକୁରର ମାଲିକ ଗାଁର ଲୋକଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କୁକୁରକୁ ଦୂର କରିବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସାପଟି ଦୁଇ ଖଣ୍ଡ ହେବା ପର୍ଯ୍ୟନ୍ତ ସେ ଅଟକି ନଥିଲେ। ଉଭୟ ଶେରୁ ଏବଂ କୋକୋ ଡା.ରାଜନଙ୍କ କୁକୁର ଏବଂ ପରିବାରର ପ୍ରିୟ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଡାକ୍ତର କହିଛନ୍ତିଯେ, ଶେରୁ ଏବଂ କୋକୋଙ୍କୁ ହରାଇ ଆମେ ବହୁତ ଦୁଃଖିତ। ଆମକୁ ବଞ୍ଚାଇବା ପାଇଁ ସେ ନିଜ ଜୀବନ ମଧ୍ୟ ଦେଇଥିଲେ। ଜୀବନରେ ଆମେ ତାଙ୍କ ଅନୁଭବକୁ କେବେବି ଭୁଲି ପାରିବୁ ନାହିଁ।

Leave a Reply

Your email address will not be published. Required fields are marked *