ଡ଼କ୍ଟରଙ୍କ ଏହି ଭୁଲ ନେଇଗଲା ୩ ବର୍ଷ ବୟସର କବୀରଙ୍କ ଜୀବନ,ଖେଳୁଥିବା ଅବସ୍ଥାରେ ଗିଳି ଦେଇଥିଲା ଚୁମ୍ବକ,ଜାଣନ୍ତୁ ପୁରା ଘଟଣା

ଚୁମ୍ବକ ଗିଲିଦେବା କାରଣରୁ ସାଢ଼େ ତିନିବର୍ଷର ଜଣେ ଛୁଆଟିର ମୃତ୍ୟୁ ହୋଇଗଲା। ପିଲାଟି ଖେଳିବା ସମୟରେ ଭୁଲରେ ଚୁମ୍ବକ ଖାଇଦେଇଥିଲା। ଏହାପରେ ପିଲାଟିର ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ଡ଼କ୍ଟରଙ୍କ ଅବହେଳା କାରଣରୁ ପିଲାଟିର ଜୀବନ ଚାଲିଗଲା। କୁହାଯାଉଛି ଏହି ଚୁମ୍ବକଟି ବିଗତ 11 ଦିନ ହେବ ପିଲାଟିର ପେଟରେ ପଡ଼ିଥିଲା। ଏହି ମାମଲା ମଧ୍ୟପ୍ରଦେଶର ଇଣ୍ଡୋର ଅଞ୍ଚଳର ଅଟେ।

ଖବର ଅନୁସାରେ ଇଣ୍ଡୋରର ସିଲିକନ ସିଟିରେ ଏହି ଛୁଆଟି ରହୁଥିଲା। ଏଠାରେ ରହୁଥିବା ସୁନୀଲ ତିୱାରୀଙ୍କ ସାଢେ ତିନିବର୍ଷର ପୁଅ କବୀର ଖେଳରେ ଖେଳରେ ଜୁଲାଇ 29 ତାରିଖରେ ଚୁମ୍ବକ ଗିଲି ଦେଇଥିଲା। ପରିବାର ଲୋକଙ୍କୁ ଯେତେବେଳେ ଏହିକଥା ଜଣାପଡିଥିଲା ସେତେବେଳେ ସେମାନେ ଚିନ୍ତିତ ହୋଇଗଲେ। ପରିବାର ଲୋକେ ପିଲାଟିକୁ ହସ୍ପିଟାଲ ନେଇଗଲେ ଯେଉଁଠାରେ ପିଲାଟିର ଏକ୍ସରେ କରାଗଲା।

ଏକ୍ସରେ କରିବାପରେ ପିଲାଟି ପେଟରେ ଚୁମ୍ବକ ଦେଖା ଯାଇଥିଲା। ଚୁମ୍ବକ ବାହାର କରିବାପାଇଁ ଘରଲୋକେ ଛୁଆଟିକୁ ଆରିହାନ୍ତ ହସ୍ପିଟାଲ ନେଇଗଲେ। ହସ୍ପିଟାଲ ପ୍ରବନ୍ଧନ ଏଣ୍ଡୋସ୍କୋପି ଦ୍ୱାରା ଚୁମ୍ବକ ବାହାର କରିବାପାଇଁ କହିଥିଲେ। କିନ୍ତୁ ସେଦିନ ଏନେସ୍ଥେସିଆ ଏକ୍ସପର୍ଟ ନଥିବା କାରଣରୁ ତାଙ୍କୁ ଆଗାମୀ ଦିନ ଆସିବାକୁ କୁହାଗଲା। ଆଗାମୀ ଦିନରେ ଯେତେବେଳେ ଛୁଆଟି ପେଟରୁ ଚୁମ୍ବକ ବାହାର କରାଯାଉଥିଲା ସେତେବେଳେ ଛୁଆଟିର ମୃତ୍ୟୁ ହୋଇଗଲା।

କବୀରଙ୍କ ପିତା ସୁନୀଲ ତିୱାରୀ କହିଥିଲେ କି, ଚୁମ୍ବକ ଗିଳିବାପରେ କବୀରଙ୍କୁ କାଶ ଓ ଜ୍ୱର ହୋଇଥିଲା। ଡ଼କ୍ଟର କହିଲେ ଯେତେବେଳେ ସେ ଠିକ ହେବ ସେତେବେଳେ ତା’ପେଟରୁ ଚୁମ୍ବକ ବାହାର କରାଯିବ। ଏହାପରେ ସୋମବାର ଦିନ ପିଲାଟିର ଏଣ୍ଡୋସ୍କୋପି କରାଗଲା ଓ ଏହାପରେ ତାଙ୍କୁ ବେହୋସ କରିବାପାଇଁ ଏନେସ୍ଥିଆ ଦିଆଗଲା।

ଡ଼କ୍ଟର ପିଲାଟି ପେଟରୁ ଚୁମ୍ବକ ବାହାର କଲେ ଓ କହିଲେ ଅଧଘଣ୍ଟା ଭିତରେ ପିଲାର ହୋସ ଆସିଯିବ। କିନ୍ତୁ ଅଢେଇ ଘଣ୍ଟା ପରେ ଡ଼କ୍ଟର କହିଲେ ପିଲାଟିର ମୃତ୍ୟୁ ହୋଇଯାଇଛି। ପରିବାର ଲୋକେ ଆରୋପ ଲଗାଇଲେ କି, ଏନେସ୍ଥିଆର ଓଭରଡୋଜ କାରଣରୁ ପିଲାଟିର ମୃତ୍ୟୁ ହୋଇଗଲା। ଡ଼କ୍ଟର ସୋନାଲ ନିବସରକାରଙ୍କୁ ଏହାର ଦାୟୀ ବୋଲି ପରିବାର ଲୋକ କହିଥିଲେ।

ସେହିପରି ପିଲାଟିର ମୃତ୍ୟୁ ପରେ ପରିବାର ଲୋକେ ତୁରନ୍ତ ପୋଲିସକୁ ଫୋନ କଲେ। ପୋଲିସ ହସ୍ପିଟାଲ ଆସି ମମ୍ଲାର୍ଵ ଯାଞ୍ଚ କରିଥିଲା। କୁହାଯାଉଛି ପରିବାର ଲୋକେ ଚନ୍ଦନନଗର ଥାନାରେ ହସ୍ପିଟାଲ ପ୍ରବନ୍ଧନ ବିପକ୍ଷରେ ଆରୋପ ଆଣିଥିଲେ। ଏହାପରେ ପିଲାଟିର ବଡ଼ିକୁ ପୋଷ୍ଟମର୍ଟମ ପାଇଁ ଏମବାୟ ହସ୍ପିଟାଲ ପଠାଗଲା। ଏମବାୟ ହସ୍ପିଟାଲରେ ଡ଼କ୍ଟର ନଥିବା କାରଣରୁ ପିଲାଟିର ପୋଷ୍ଟମର୍ତ୍ତମ ମଙ୍ଗଳବାର ଦିନ କରାଯିବ, ରିପୋର୍ଟ ଆସିବାପରେ ପୋଲିସ କାର୍ଯ୍ୟବାହୀ କରିବ।

Leave a Reply

Your email address will not be published. Required fields are marked *