‘ବଚପନ କା ପ୍ୟାର’ ଗୀତ ଗାଇଥିବାସହଦେବଙ୍କୁ ମିଳିଲା ୨୩ ଲକ୍ଷ ଟଙ୍କାର କାର,ଇଣ୍ଟରନେଟରେ ସୃଷ୍ଟି ହେଲା ହଲଚଲ,ପଢନ୍ତୁ ପୁରା ଖବର

ଗତ କିଛିଦିନରୁ ସୋସିଆଲ ମିଡିଆରେ ଏକ ଗୀତ ବହୁତ ଶୁଣିବାକୁ ମିଳୁଛି। ଏହା କୌଣସି ବଲିଉଡ କିମ୍ବା ହଲିଉଡ ଗୀତ ନୁହେଁ ବରଂ ବଚପନ କା ପ୍ୟାର। ଆମେ କଥା ହେଉଛୁ ସୁକୁମାରେ ରହୁଥିବା ସହଦେବଙ୍କ ବିଷୟରେ ଯିଏ ଏହି ଗୀତ ସାହାଯ୍ୟରେ ଇଣ୍ଟରନେଟରେ ଧମାଲ କରିଦେଇଛନ୍ତି। ସେ ରାତା ରାତି ସେନ୍ସେସନ ହୋଇଯାଇଛନ୍ତି। ଏମିତିରେ ବର୍ତ୍ତମାନ ଏମଜି ହେକ୍ଟରର ଶୋରୁମ ଖୁସି ହୋଇ ତାଙ୍କୁ ୨୧ ହଜାର ଟଙ୍କାର ଚେକ ଦେଇଛନ୍ତି। ଏମଜି ସହଦେବଙ୍କୁ ତାଙ୍କର ଗୀତ ପାଇଁ ସମ୍ମାନିତ କରିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ସହଦେବଙ୍କୁ ୨୩ ଲକ୍ଷର କାର ଗିଫ୍ଟ କରିବା କଥା ଯେଉଁ କୁହାଯାଉଛି ତାହା ସମ୍ପୂର୍ଣ ଭୁଲ ଅଟେ। ଟିଭି ୯ ଭାରତବର୍ଷ ଯେତେବେଳେ ଏମଜି ସହ ସମ୍ପର୍କ କରିଲା ସେତେବେଳେ ଏମଜି ମୋଟର୍ସର ପ୍ରବକ୍ତା କହିଲେକି, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଅଛି, ଯେଉଁଥିରେ ସହଦେବଙ୍କୁ ଏକ ଗାଡି ଗିଫ୍ଟ କରାଯାଉଥିବା ବିଷୟରେ। ଏମଜି ଏହି କଥାକୁ ଅବମାନନା କରି କହିଲାକି,ଆମେ ସହଦେବଙ୍କୁ କୌଣସି ଗାଡି ଗିଫ୍ଟ ଦେଇନାହୁଁ। ବରଂ ଏକ ଚେକ ଦ୍ଵାରା ତାଙ୍କୁ ସମ୍ମାନିତ କରାଯାଇଛି, ଏମଜି ଆଗକୁ କହିଲାକି, ସୋସିଆଲ ମିଡିଆରେ ଏକ ଛୋଟ କ୍ଲିପକୁ ଭାଇରାଲ କରାଯାଇଛି, ଯାହାକି ବର୍ତ୍ତମାନ ଚାରିଆଡେ ଭାଇରାଲ ହେଉଅଛି।

ବଚପନ କା ପ୍ୟାର ଗୀତକୁ ବର୍ତ୍ତମାନ ଇଣ୍ଟରନେଟରେ ବହୁତ ପସନ୍ଦ କରାଯାଉଛି ଓ ଏହା ଉପରେ ମିମ୍ସ ରୁ ନେଇ ଅନେକ ରିଲ୍ସ ମଧ୍ୟ ତିଆରି କରାଯାଉଛି। ଅନେକ ସେଲିବ୍ରିଟିଜ ସହଦେବଙ୍କ ଗୀତ ଉପରେ ଭିଡିଓ ଓ ରିଲ୍ସ ତିଆରି କରୁଛନ୍ତି। ରେପର ଓ ଗାୟକ ବାଦଶାହ ସହଦେବ ବିରଦୋଙ୍କ ସହିତ ‘ବଚପନ କା ପ୍ୟାର’ ଗୀତ ନେଇ ଆସୁଛନ୍ତି। ଯାହାର ସୁଟିଙ୍ଗ ଶେଷ ହୋଇଯାଇଛି। ଏହି ଗୀତ ୧୧ ଅଗଷ୍ଟରେ ରିଲିଜ ହେବ। ଗୀତରେ ଆସ୍ଥା ଗିଲ ମଧ୍ୟ ଅଛନ୍ତି।

ଏହା ପୂର୍ବରୁ ବଲିଉଡ ସିଙ୍ଗର ବାଦଶାହ ସହଦେବଙ୍କୁ ଭିଡିଓ କଲ କରି କଥା ହୋଇଥିଲେ। ଓ ତାଙ୍କୁ ଭେଟିବା ପାଇଁ ଚଣ୍ଡିଗଡ ଡ଼ାକିଥିଲେ। ସହଦେବଙ୍କ ଗୀତର ପ୍ରଶଂସକ ବଲିଉଡ ତୋ ହୋଇଛି ବର୍ତ୍ତମାନ ସୁବେର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏହି ଗୀତର ପ୍ରଶଂସକ ହୋଇଯାଇଛନ୍ତି। ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବଘେଲ ସହଦେବଙ୍କୁ ସାକ୍ଷାତ କରିଥିଲେ ଓ ଏହି ଗୀତକୁ ଶୁଣେଇବାକୁ କହିଥିଲେ, ଏହ ଭିଡିଓକୁ ମୁଖ୍ୟମନ୍ତ୍ରୀ ବଘେଲ ନିଜେ ସୋସିଆଲ ମିଡିଆରେ ପୋସ୍ତ କରିଥିଲେ। ଭିଡିଓକୁ ସେୟାର କରି ମୁଖ୍ୟମନ୍ତ୍ରୀ ବଘେଲ ଲେଖିଥିଲେକି…ବଚପନ କା ପ୍ୟାର…ୱାଃ!

ଜଣାଇଦେଉଛୁକି, ସହଦେବଙ୍କ ପିତା କୃଶକ ଅଟନ୍ତି, ତାଙ୍କ ଘରେ ମୋବାଇଲ, ଟିଭି କିଛି ନାହିଁ। ଅନ୍ୟର ମୋବାଇଲରେ ଗୀତ ଶୁଣି ସେ ଏହି ଗୀତକୁ ତାଙ୍କ ସ୍କୁଲରେ ଗାଇଥିଲେ। ଯାହା ଆଜି ଏକ ବଡ ପୁରସ୍କାର ଟୁପରେ ସେ ପାଇଛନ୍ତି। ଜୀବନ ବଦଳିବାକୁ ବେଶୀ ସମୟ ଲାଗେ ନାହିଁ। ଜୀବନକୁ ବିଜୟର ଆବଶ୍ୟକ ଅଛି। ନିକଟରେ ନିଜର ଇଣ୍ଟରଭ୍ୟୁ ସମୟରେ ସହଦେବ କହିଥିଲେକି ତାଙ୍କୁ ବଡ ହୋଇ ଏକ ସିଙ୍ଗର ହେବାର ଅଛି।

Leave a Reply

Your email address will not be published. Required fields are marked *