ନିଜର ଭାଇଙ୍କ ବନ୍ଧୁଙ୍କୁ ହୃଦୟ ଦେଇ ବସିଥିଲେ ମୁକେଶ ଅମ୍ବାନୀଙ୍କ ଭଉଣୀ,ଜାଣନ୍ତୁ ତାଙ୍କ ଭଉଣୀଙ୍କ ସମ୍ପୂର୍ଣ୍ଣ କାହାଣୀ

ମୁକେଶ ଅମ୍ବାନୀଙ୍କ ଲଭଷ୍ଟୋରୀ ବିଷୟରେ ଆପଣ ସମସ୍ତେ ତ ଜାଣିଛନ୍ତି କେମିତି ସେ ନିତା ଅମ୍ବାନୀଙ୍କୁ ପ୍ରପୋଜ କଲେ ଓ ତାଙ୍କୁ ବିବାହ କରିବାକୁ ମାନଇଥିଲେ। କିନ୍ତୁ କଣ ଆପଣ ତାଙ୍କ ଭଉଣୀ ଦୀପ୍ତି ସଲଗବକରଙ୍କ ଲଭଷ୍ଟୋରୀ ବିଷୟରେ ଜାଣିଛନ୍ତି କି? ଦୀପ୍ତିଙ୍କ ବିବାହ ଗୋଆର ଏକ ବଡ଼ ବିଜନେସମ୍ୟାନଙ୍କ ପରିବାରରେ ହୋଇଛି। ତାଙ୍କର ସ୍ୱାମୀଙ୍କ ନାମ ଦତ୍ତରାଜ ସଲଗବକର ଅଟେ।

ସେ ବି.ଏମ ସଲଗବକର କମ୍ପାନୀର ମାଲିକ ଅଟେ। ଯେଉଁ କମ୍ପାନୀ ଅୟସ ଖନନ, ଲୌକ ଓ ରିଆଲ ଇଷ୍ଟେଟ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜଡିତ ରହିଛି। ସେହିପରି ତାଙ୍କ ପତ୍ନୀ ଦୀପ୍ତି ଜଣେ ଗୃହିଣୀ ଅଟନ୍ତି। ସେ ସର୍ବଦା ଲାଇମ ଲାଇଟରୁ ଦୂରରେ ରୁହନ୍ତି। ଆସନ୍ତୁ ଜାଣିବା ସେ ଦୁହିଁଙ୍କ ପ୍ରେମ କାହାଣୀ ବିଷୟରେ।

ଏହିକଥା 1978 ମସିହାର ଅଟେ।ଯେବେ ଧୀରୁ ଭାଇ ଅମ୍ବାନୀଙ୍କ ପରିବାର ମୁମ୍ବାଇର ଉଷା କିରଣ ବିଲ୍ଡିଂର ଏକ ଫ୍ଲାଟରେ ରହୁଥିଲେ। ସଲଗବକରଙ୍କ ପରିବାର ମଧ୍ୟ 22 ତମ ମହଲାରେ ରହୁଥିଲେ। ଏହିସମୟରେ ଉଭୟ ପରିବାର ମଧ୍ୟରେ ଘନିଷ୍ଠତା ବଢିଥିଲା। ଏହିସମୟରେ ମୁକେଶ ଅମ୍ବାନୀ ଓ ଦତ୍ତରାଜଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଉଭୟ ପରସ୍ପରର ଘରକୁ ଯାଉଥିଲେ ଓ ଦତ୍ତରାଜ ଓ ଦିପ୍ତୀଙ୍କ ଭେଟ ମଧ୍ୟ ହେଉଥିଲା। ପାଖାପାଖି 5 ବର୍ଷର ରିଲେସନସିପ ପରେ ଉଭୟ 1983 ମସିହାରେ ବିବାହ କଲେ।

ବିବାହ ପରେ ସଲଗବକରଙ୍କ ପରିବାର ସହିତ ଦୀପ୍ତି ଗୋଆ ସିଫ୍ଟ ହୋଇଗଲେ ଓ ପରିବାରର ଦାୟିତ୍ୱ ସମ୍ଭାଳିଥିଲେ। ଏହିପରି ଭାବରେ ଦୁଇ ବ୍ୟବସାୟୀ ପରିବାର ସମ୍ପର୍କ ବନାଇଲେ। ନିଜେ ଦତ୍ତରାଜ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ, ମୁକେଶ ତାଙ୍କର ଏକ ଭଲ ବନ୍ଧୁ ଓ ସେମାନେ ପରସ୍ପରର ଘରକୁ ଯାଉଥିଲେ। ଏଠାରେ ତାଙ୍କର ଭେଟ ଦୀପ୍ତିଙ୍କ ସହ ହୋଇଥିଲା। ସେ କହିଥିଲେ, ଏହି ସୂଚନା ସେମାନେ ପରସ୍ପର ଘରେ ଜଣାଇବା ପରେ ପରିବାର ଲୋକ ମଧ୍ୟ ରାଜି ହୋଇଯାଇଥିଲେ।

ଦତ୍ତରାଜ ବହୁତ ପାଠ ପଢ଼ିଛନ୍ତି। ସେ ବମ୍ବେ ୟୁନିଭରସିଟିରୁ ପ୍ରଡକ୍ସନ ଇଞ୍ଜିନିୟରିଂରେ ଡ଼ିଗ୍ରୀ ହାସଲ କରିଛନ୍ତି। ଏହାସହ ମଧ୍ୟ ସେ ଆମେରିକାର ପେନୋସିଲଭନିଆ ୟୁନିଭରସିଟିରୁ ଫାଇନାନ୍ସରେ ଏମବିଏ ମଧ୍ୟ କରିଛନ୍ତି। ତାଙ୍କୁ ବୁଲାବୁଲି କରିବାର ଶୋଉକ ରହିଥିବା ବେଳେ ଦୀପ୍ତିଙ୍କୁ ପାଠ ପଢିବାର ଶୋଉକ ରହିଥିଲା।

ସେମାନଙ୍କର ଦୁଇଟି ସନ୍ତାନ ରହିଛନ୍ତି ଜଣଙ୍କ ନାମ ଇଶିତା ସଲଗବକର ଓ ଆଉଜଣେ ବିକ୍ରମ ସଲଗାଵକର। ବିକ୍ରମ ବିଜନେସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ଇଶିତାଙ୍କର କଳା ଓ ପତ୍ରକାରୀତାରେ ବହୁତ ରୁଚି ରହିଛି। ଇଶିତାଙ୍କ ବିବାହ ବ୍ୟବସାୟୀ ନିରବ ମୋଦିଙ୍କ ସାନ ଭାଇ ନିଶାଲ ମୋଦିଙ୍କ ସହିତ ହୋଇଛି।

ଦୀପ୍ତି ନିଜର ପତିଙ୍କ ସହ ଯେଉଁ ଘରେ ରହୁଛନ୍ତି ତାହାର ନାମ ହୀରା ବିହାର ଅଟେ। ଏହି ଘର କୌଣସି ମଲ ଠାରୁ ମଧ୍ୟ କମ ନୁହେଁ। କୁହାଯାଏ ଏହି ଘର ଏତେ ବଡ଼ ଯେ, ଏହାର ମୁଖ୍ୟ ଗେଟରୁ ଘରକୁ ଯିବାକୁ ଏକ ଗାଡ଼ିର ଅଵଶ୍ୟକତା ପଡ଼ିଥାଏ। ଏହାବ୍ୟତୀତ ଗୋଆରେ ତାଙ୍କର ଅନେକ ଘର ରହିଛି ଯାହାକୁ ବିଦେଶୀ ଇଞ୍ଜିନିୟର୍ସଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି।

ଏତିକି ମଧ୍ୟ ନୁହେଁ କୁହାଯାଏ ଯେତେବେଳେ ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା ସେତେବେଳେ ଏହାକୁ ଦୀପ୍ତି ସଲବଗକର ଏହାକୁ ସମାଧାନ କରିଥିଲେ। ମାଆ କୋକିଲାବେନଙ୍କ ସହ ଦୁଇ ଭଉଣୀ ମିଳିତ ଭାବରେ ମୁକେଶ ଓ ଅନୀଲଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ସମାଧାନ କରିଥିଲେ।

Leave a Reply

Your email address will not be published. Required fields are marked *