ଏଟିଏମରେ ଯଦି ଟଙ୍କା ନାହିଁ ତେଵେ ବ୍ୟାଙ୍କ ଉପରେ ବର୍ତ୍ତମାନ ଲାଗିବ ଫାଇନ୍,୧ ଅକ୍ଟୋବରରୁ ଲାଗୁହେବ ଆରଵିଆଇର ଏହି ନୂତନ ନିୟମ

ବହୁବାର ଏଟିଏମରେ ଟଙ୍କା ନଥିବା କାରଣରୁ ଲୋକଙ୍କୁ ସମସ୍ୟା ହୋଇଥାଏ|ଏହି ସମସ୍ୟାକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବଡ ଫଏସଲା ନେଇଛନ୍ତି|ନୂତନ ନିୟମ ଅନୁସାରେ ଯଦି ଏଟିଏମରେ କ୍ୟାସ ଯଦି ନମିଳିଲା ବ୍ୟାଙ୍କକୁ ଏହାର ଫଳ ଭୋଗିବାକୁ ପଡ଼ିବ|

୧ ଅକ୍ଟୋବର ୨୦୨୧ ଠାରୁ ଗୋଟିଏ ମାସରେ ସର୍ବମୋଟ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବ୍ୟାଙ୍କ ଏଟିଏମ୍ ଖାଲି ରହିବା ଫଳରେ ଆରବିଆଇ ବ୍ୟାଙ୍କ ଉପରେ ଜୋରିମାନା ଲଗାଇବା ଆରମ୍ଭ କରିବ|

ଆରବିଆଇ ଗୋଟିଏ ସର୍କୁଲାରରେ କହିଛନ୍ତି ଯେ ଏଟିଏମରେ ସ୍ଥିର ସମୟ ମଧ୍ୟରେ କ୍ୟାଶ ନଭରିଵା ଫଳରେ ବ୍ୟାଙ୍କ ଉପରେ ଫାଇନ ଲାଗିବ|ଆରବିଆଇ ଏହି କଦମ ଏଥିପାଇଁ ଉଠେଇଛି ଫଳରେ ଏଟିଏମ ଜରିଆରେ ପର୍ଯ୍ୟାପ୍ତ କ୍ୟାସର ଉପଲ୍ଵଧତା ସୁନିଶ୍ଚିତ କରାଯାଇପାରିବ|ଆରବିଆଇ ଏହି ଫଏସଲା କେସ୍ଆଉଟ କାରଣରୁ ଏଟିଏମର ଡାଉନଟାଇମ ସମୀକ୍ଷା ପରେ ନେଇଛନ୍ତି|

ଆରବିଆଇ ମୁତାବକ ଯଦି କୈାଣସି ଏଟିଏମରେ ଏକ ମାସରେ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ କ୍ୟାସ ନଥିବ ସେହି ସ୍ଥିତିରେ ବ୍ୟାଙ୍କ ଉପରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିବ|ହ୍ୱଆଇଟ ଲେବଲ ଏଟିଏମର ସ୍ଥିତିରେ ଜୋରିମାନା ଵ୍ୟାଙ୍କ ଉପରେ ଲାଗିବ|ଯଦି ବ୍ୟାଙ୍କ ଏଟିଏମରେ କ୍ୟାସ ଢାଳିବାକୁ କୈାଣସି କମ୍ପାନୀର ସର୍ଭିସ ନେଉଛି ତେଵେ ମଧ୍ୟ ବ୍ୟାଙ୍କକୁ ଜୋରିମାନା ଦେବାକୁ ହେବ|ପରେ ବ୍ୟାଙ୍କ ଯଦିଓ ୱଆଇଟ୍ ଲେବଲ ଏଟିଏମ କମ୍ପାନୀ ଠାରୁ ଜୋରିମାନା ନେଇପାରେ|

Leave a Reply

Your email address will not be published. Required fields are marked *