PM Kisan: ଚାଷୀଙ୍କ ପାଇଁ ଖୁସି ଖବର ; ଏବେ ପ୍ରତି ବର୍ଷ ୬୦୦୦ ଟଙ୍କା ବଦଳରେ ମିଳିବ ୩୬୦୦୦ ଟଙ୍କା

ପିଏମ କିସାନ ସମ୍ମାନ ନିଧିର ଲାଭାର୍ଥୀ ଚାଷୀଙ୍କ ପାଇଁ ଆସିଲା ଖୁସି ଖବର। ଏବେ ଏହି ଯୋଜନାରେ ଆପଣଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ମିଳିବ। ସବୁଠାରୁ ବଡ଼ କଥା ହେଉଛି ଯେ, ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାରର ଦସ୍ତାବିଜ୍‌ ପୈଠ କରିବାକୁ ପଡ଼ିବ ନାହିଁ। ଏବେ ପିଏମ କିସାନ ସମ୍ମାନ ନିଧିର ଲାଭାର୍ଥୀ ଚାଷୀମାନଙ୍କୁ ପ୍ରତି ବର୍ଷ ୩୬୦୦୦ ଟଙ୍କା ମିଳିବ।

ଆପଣ ପାଇପାରିବେ ୩୬୦୦୦ ଟଙ୍କା:-

ପିଏମ୍‌ କିସାନ ସମ୍ମାନ ନିଧିର ଲାଭାର୍ଥୀ ଚାଷୀମାନଙ୍କୁ ପ୍ରତ୍ୟେକ ମାସରେ ପେନସନ ଦିଆଯାଇଥାଏ। ଏହି ଯୋଜନା ଆଧାରରେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ ଟଙ୍କା (ବାର୍ଷିକ ୩୬୦୦୦ ଟଙ୍କା) ଚାଷୀମାନଙ୍କୁ ପେନସନ ଆକାରରେ ଦିଆଯିବ। ମୋଦି ସରକାର ଚାଷୀମାନଙ୍କର ଆର୍ଥିକ ସୁଧାରିବା ପାଇଁ ଏହି ରାଶି ପ୍ରଦାନ କରୁଛନ୍ତି।

ଏହି ଯୋଜନାର ଲାଭ ନେବା ପାଇଁ ଆପଣଙ୍କୁ କୌଣସି ପ୍ରକାରର ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ଯେପରି କି, ଆଧାର କାର୍ଡ,ବ୍ୟାଙ୍କ ଆକାଉଣ୍ଟ ଆଦି। ଯଦି ଆପଣ ଏହି ଯୋଜନାର ଫାଇଦା ନେଉଛନ୍ତି, ତାହେଲେ ଏଥିପାଇଁ ଆପଣଙ୍କୁ କୌଣସି ବି ଏକ୍ସଟ୍ରା ଡକ୍ୟୁମେଣ୍ଟ ପୈଠ କରିବାକୁ ପଡ଼ିବ ନାହିଁ।

Google

ଏହି ଯୋଜନାର ଫାଇଦା କେମିତି ମିଳିବ:-

୧. ଏହି ଯୋଜନାର ଫାଇଦା ୧୮ ବର୍ଷରୁ ଆରମ୍ଭ କରି ୪୦ ବର୍ଷ ବୟସର କୌଣସି ବି ଚାଷୀ ନେଇପାରିବେ।

୨. ଏଥିପାଇଁ ଅତିବେଶୀରେ ଚାଷୀଙ୍କ ପାଖରେ ୨ ହେକ୍ଟର ଚାଷ ପାଇଁ ଜମି ଥିବା ଦରକାର।

୩. ଅତିକମରେ ୨୦ ବର୍ଷ ପର୍ଯ୍ୟନ୍ତ ୫୫ ଟଙ୍କା ଏବଂ ଅତିବେଶୀରେ ୪୦ ବର୍ଷ ପର୍ଯ୍ୟନ୍ତ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଅଂଶଦାନ କରିବାକୁ ହେବ। ଯାହା କି ଚାଷୀଙ୍କ ବୟସ ଉପରେ ନିର୍ଭର କରୁଛି।

୪. ୧୮ ବର୍ଷ ବୟସରେ ଯୋଡ଼ି ହୋଇଥିବା ଚାଷୀଙ୍କ ପାଇଁ ମାସିକ ୫୫ ଟଙ୍କା ଅଂଶଦାନ ଦେବାକୁ ପଡ଼ିବ।

୫. ୩୦ ବର୍ଷ ବୟସରେ ଏହି ଯୋଜନାରେ ଯୋଡ଼ି ହେଉଥିବା ଚାଷୀଙ୍କ ପାଇଁ ମାସିକ ୧୧୦ ଟଙ୍କା ଅଂଶଦାନ ଦେବାକୁ ପଡ଼ିବ।

୬. ୪୦ ବର୍ଷ ବୟସରେ ଯୋଡ଼ି ହେଉଥିବା ଚାଷୀଙ୍କ ପାଇଁ ମାସିକ ୨୦୦ ଟଙ୍କା ଅଂଶଦାନ ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *