ଚିନ୍ତା ବଢ଼ାଇଲା ଉହାନ ଲ୍ୟାବର ଏହି ମହିଳା ବାୟୋରଲୋଜିଷ୍ଟଙ୍କ ବୟାନ,ଆସୁଛି ନୂଆ ଭ୍ୟାରିଏଣ୍ଟ…ଜାଣନ୍ତୁ ପୁରା ଖବର

“ବ୍ୟାଟ ଓମାନ” ନାମରେ ପରିଚିତ ଚୀନର ଏହି ମହିଳା ବାୟୋରଲୋଜିଷ୍ଟ ଓ ଉହାନ ଲ୍ୟାବର ପ୍ରମୁଖ ଶି ଝେଙ୍ଗଲି ଭବିଷ୍ୟବାଣୀ କରିଛନ୍ତି କି, କୋଭିଡ଼ର ନୂଆ ଭ୍ୟାରିଏଣ୍ଟ ଏହିପରି ସାମ୍ନାକୁ ଆସିବ। ଏହି ଘୋଷଣା ସେ ସେତେବେଳେ କରିଛନ୍ତି ଯେତେବେଳେ ସାରା ଦୁନିଆ covid-19 ର ଖତରନାକ ଡେ଼ଲ୍ଟା ଭ୍ୟାରିଏଣ୍ଟ ସହିତ ଲଢ଼ୁଛି। ଝେଙ୍ଗଲି କହିଛନ୍ତି, ଏହି ଭାଇରସ ବହୁତ ବଡ଼ ହୋଇଯାଇଛି ଓ ଏହାର ଭ୍ୟାରିଏଣ୍ଟ ଓ ମ୍ୟୁଟେସନ ବଢ଼ୁଛି। ଏହାସବୁ କହିବାପରେ ସେ ଲୋକଙ୍କୁ ଭ୍ୟାକ୍ସିନ ନେବାକୁ ପରାମର୍ଶ ଦେଇଛନ୍ତି।

ସାରା ଉହାନ ନିବାସୀଙ୍କର ହୋଇଛି ଟେଷ୍ଟ:-

ଚୀନ ର ଏହି ଟପ ବାୟୋରଲୋଜିଷ୍ଟଙ୍କ କହିବା ହେଲା, ଆମକୁ ଚିନ୍ତା କରିବା ଉଚିତ ନୁହେଁ। କିନ୍ତୁ ଆମକୁ ଲମ୍ବା ସମୟ ପର୍ଯ୍ୟନ୍ତ ଭାଇରସ ସହିତ ରହିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। ଏହିକଥା ସେ ସେତେବେଳେ କହିଥିଲେ, ଯେତେବେଳେ ପ୍ରବାସୀ ମାନେ ପଜିଟିଭ ଚିହ୍ନଟ ହୋଇଥିଲେ ଓ ସମସ୍ତ 1 କୋଟିରୁ ଅଧିକ ନିବାସୀଙ୍କୁ ଟେଷ୍ଟ କରାଯାଇଥିଲା।

ସାରା ଦୁନିଆରେ କରୋନା ଭାଇରସ ଖେଳାଇଥିବା ଉହାନରେ ବିଗତ କିଛି ମାସରେ କୋଭିଡ଼ର ନୂଆ ମାମଲା ସାମ୍ନାକୁ ଆସିନାହିଁ। କିନ୍ତୁ ଡେ଼ଲ୍ଟା ଭ୍ୟାରିଏଣ୍ଟ ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ନାନଜିଙ୍ଗ ଏହି ଭାଇରସର ଉପରକେନ୍ଦ୍ରରେ ପରିଣତ ହୋଇଛି।

ଭ୍ୟାକ୍ସିନ କମ୍ପାନୀ ମଧ୍ୟ କରିଛନ୍ତି ଏମିତି ଭବିଷ୍ୟବାଣୀ:-

ଚୀନ ର ବାୟୋରଲୋଜିଷ୍ଟଙ୍କ ପୂର୍ବରୁ ବାୟୋଏନଟେକ ର ସିଇଓ ଉଗୁର ସାହିନ ମଧ୍ୟ କହିଥିଲେ କି “ଏହିକଥାର ବହୁତ ସମ୍ଭାବନା ରହିଛି କି, ଆଗାମୀ 6 ରୁ 12 ମାସ ଭିତରେ ଆହୁରି ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିବ”।

Leave a Reply

Your email address will not be published. Required fields are marked *