୧୪ କୋଟି ଲଟେରୀ ଜିତିବା ପରେ ସ୍ତ୍ରୀ ଓ ଝିଅକୁ ମା-ରି-ଦେ-ଲେ,ଆଉ ତା ପରେ ନିଜ ଜୀବନ ହାରିଦେଲେ,ଜାଣନ୍ତୁ କଣ ଥିଲା ପ୍ରକୃତ ଘଟଣା

ପ୍ରଥମେ ସ୍ତ୍ରୀ ଏବଂ ଝିଅକୁ ହ-ତ୍ୟା କଲା:-

ଡେଲିମେଲ ରିପୋର୍ଟ ଅନୁଯାୟୀ, ୪୨ ବର୍ଷୀୟ ଜନ୍ ଡୋନାଟୋ ପ୍ରଥମେ ତାଙ୍କ ୩୧ ବର୍ଷର ସ୍ତ୍ରୀ ଟିଫନି ହିଲ ଏବଂ ୨୩ ମାସର ଝିଅ ଲିନଙ୍କୁ ଗୁଳି କରି ହ-ତ୍ୟା କରିଥିଲେ ଏବଂ ପରେ ନିଜେ ମଧ୍ୟ ଆ-ତ୍ମ-ହ-ତ୍ୟା କରିଥିଲେ। ୩୦ ଜୁଲାଇ ଅପରାହ୍ନ ୫ଟାରେ ଏହି ଘଟଣା ଘଟିଥିବା ପୋ-ଲି-ସ କହିଛି।

ଘଟଣା ପରେ ଝିଅଟି ଜୀବନ୍ତ ଥିଲା:-

ଓକଲାହୋମା ଅଧିକାରୀ କହିଛନ୍ତିଯେ, ଗୁଳି ଚଳାଇବା ପରେ ୨୩ ମାସର ଲିନ ଜୀବନ୍ତ ଥିଲେ, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ପରେ ସେ ଡାକ୍ତରଖାନାରେ ମୃ-ତ୍ୟୁ-ବ-ର-ଣ କରିଥିଲେ।

୯ ମାସ ପୂର୍ବରୁ ଲଟେରୀ ଲାଗିଥିଲା:-

ଓକଲାହୋମା ନିବାସୀ ଟିଫନି ହିଲରେ ୯ ମାସ ପୂର୍ବରୁ ୧.୪ ନିୟୁତ ପାଉଣ୍ଡ ବା ପ୍ରାୟ ୧୪.୪ କୋଟି ଟଙ୍କାର ଲଟେରୀ ଲାଗିଥିଲା ଏବଂ କିଛି ଲୋକ କହିଛନ୍ତିଯେ, ଏହି ଦମ୍ପତିଙ୍କ ମଧ୍ୟରେ ୧୪.୪ କୋଟି ଟଙ୍କାର ଲଟେରୀ ବିବାଦର ବିଷୟ ହୋଇଥିଲା।

ଲଟେରୀକୁ ନେଇ ବି-ବା-ଦ:-

ପରିବାରର ଓକିଲ ଥେରେସା ମ୍ୟାଗଜି କହିଛନ୍ତି, ‘ଦମ୍ପତିଙ୍କ ମଧ୍ୟରେ ଲଟେରୀ ଜିତିବା ବିବାଦୀୟ ବିଷୟ ଥିଲା, କିନ୍ତୁ ଏହା ଏତେ ସାଂଘାତିକ ହୋଇପାରେ। ବର୍ତ୍ତମାନ ଏହାର ସତ୍ୟ ଜାଣିବା ପାଇଁ ଆମ ପାଖରେ କୌଣସି ଉପାୟ ରହିବ ନାହିଁ। ଯଦିଓ ମୁଁ ଜାଣେଯେ, ବେଳେବେଳେ ଏହା ସେମାନଙ୍କ ମଧ୍ୟରେ ବି-ବା-ଦ ସୃଷ୍ଟି କରିଥିଲା। ​ସେ କହିଥିଲେଯେ, ଟିଫନି କିଛି ସମୟ ପାଇଁ ତାଙ୍କ ସ୍ୱାମୀଙ୍କୁ ଛାଡିବାକୁ ଚାହୁଁଥିଲେ।

ମହିଳାଙ୍କ ପରିବାର ଚାହୁଁଥିଲେ:-

ବର୍ତ୍ତମାନ ଟିଫାନି ହିଲଙ୍କ ପରିବାର କହିଛନ୍ତିଯେ, ବର୍ତ୍ତମାନ ଆମେ ଚାହୁଁଯେ, ଅନ୍ୟ ଘରୋଇ ହିଂସା ପୀଡିତମାନେ ତାଙ୍କ ଦୁଃଖଦ ମୃ-ତ୍ୟୁ-ରୁ ଶିଖନ୍ତୁ। ବଞ୍ଚିଥିବା ୩ ପିଲାଙ୍କ ପାଇଁ ପରିବାର ଗୋଫଣ୍ଡମେ ଅଭିଯାନ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *