କଣ ପାଇଁ ପରିଶ୍ରାକୁ ଏକତ୍ର କରୁଛି ଚାଇନା ? ପରିସ୍ରା ସଂଗ୍ରହ ପାଇଁ ସ୍କୁଲମାନଙ୍କରେ ରଖାଯାଇଥାଏ ବାଲଟି

୧। ବସନ୍ତ ଋତୁରେ ଖାଆନ୍ତି ଭର୍ଜିନ ଅଣ୍ଡା:-

ଭର୍ଜିନ ଅଣ୍ଡା ନାମକ ଏହି ଡିଶ ଚୀନର ଯୋଜିୟାଙ୍ଗ ପ୍ରାନ୍ତରେ ବହୁତ ପ୍ରସିଦ୍ଧ ଅଟେ। ବସନ୍ତ ଋତୁ ଆରମ୍ଭ ହେବା ମାତ୍ରେ ସେଠାରେ ରହୁଥିବା ଲୋକ ଏହାକୁ ବଡ ଇଚ୍ଛା ସହକାରେ ଖାଇବାକୁ ପସନ୍ଦ କରନ୍ତି।

୨। ପରିଶ୍ରାରେ ବୁଡାଇ ରଖନ୍ତି ଅଣ୍ଡା:-

ଏହି ଡିଶର ଖାସ କଥା ହେଉଛିକି ଏହାକୁ ପ୍ରସ୍ତୁତ କରିବା ପାଇଁ ଅବିବାହିତ ପୁରୁଷମାନଙ୍କର ପରିଶ୍ରାକୁ ବ୍ୟବହାର କରାଯାଏ। ଶୁଣିବାରେ ସାମାନ୍ୟ ଅଜୀବ ଲାଗୁଥିବା, କିନ୍ତୁ ଏହା ସତ ଅଟେ। ବ୍ୟଞ୍ଜନରେ ବ୍ୟବହାର ହେଉଥିବା ଅଣ୍ଡାକୁ ପରିଶ୍ରାରେ ବୁଡାଇ ରଖାଯାଏ, ସେଥିପାଇଁ ଏହି ଅଣ୍ଡାକୁ ‘ଭର୍ଜିନ’ କୁହାଯାଏ।

୩। କେମିତି ପ୍ରସ୍ତୁତ ହୁଏ ଭର୍ଜିନ ଅଣ୍ଡା:-

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ଭର୍ଜିନ ଅଣ୍ଡାକୁ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଅଣ୍ଡାକୁ ଅବିବାହିତ ପୁରୁଷଙ୍କର ପରିଶ୍ରାରେ ବୁଡାଇ ରଖାଯାଏ, ଏହା ପରେ ଅଣ୍ଡାର ଚୋପା ଛଡାଇ ପୁଣି ଫୁଟୁଥିବା ପରିଶ୍ରାରେ ପୁଣି ଆଉ ଠାରେ ଫୁଟାଯାଏ। ଯାହାଦ୍ୱାରା ଅଣ୍ଡାରେ ପରିଶ୍ରାର ସ୍ଵାଦ ଆସିପାରିବ।

୪। ସ୍କୁଲରେ ରଖାଯାଇଥାଏ ବାଲଟି:-

ଏହି ଡିଶକୁ ପ୍ରସ୍ତୁତ କରିବା ପାଇଁ ବହୁତ ପୂର୍ବରୁ ଆରମ୍ଭ କରିବାକୁ ହୁଏ। କାରଣ ଏଥିପାଇଁ ପରିଶ୍ରାର ଆବଶ୍ୟକ ପଡେ। ପରିଶ୍ରା ଏକାଠି କରିବା ପାଇଁ ସ୍କୁଲରେ ବାଲଟି ରଖାଯାଏ। ଯେଉଁଥିରେ ପିଲା ପରିଶ୍ରା କରନ୍ତି। ପୁଣି ଏହି ପରିଶ୍ରାକୁ ବଡ ବଡ ସ୍ଥାନରେ ଭର୍ତ୍ତି କରାଯାଇ, ଯେଉଁଥିରେ ଅଣ୍ଡାକୁ ଧୀର ଆଞ୍ଚରେ ପ୍ରସ୍ତୁତ କରାଯାଏ।

୫। ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ:-

ଯେତେବେଳେ ଏହି ଅଣ୍ଡା ପରିଶ୍ରାରେ ଭଲ ଭାବରେ ସିଝିଯାଏ ସେତେବେଳେ ଅଣ୍ଡାକୁ ଭଙ୍ଗା ଯାଏ ଓ ଖାଆନ୍ତି। ଲୋକ ଏହି ଡିଶକୁ ବହୁତ ମଜା ସହକାରେ ଖାଆନ୍ତି। ତାଙ୍କ ଅନୁସାରେ ଏହି ଡିଶ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଏହି ଡିଶର ସ୍ଥାନୀୟ ନାମ ତୌଙ୍ଗଜୀ ଡେନ ଅଟେ। ଯେତେବେଳେକି କିଛି ଲୋକ ଏହାକୁ ବୟ ଏଗ ନାମରେ ଜାଣିଛନ୍ତି।

Leave a Reply

Your email address will not be published.