ଦେଖନ୍ତୁ ଭିଡ଼ିଓ : ଭାଲୁ ଏବଂ ସିଂହ ହୋଇ କୁକୁରମାନଙ୍କୁ ଡ଼ରାଇବା ପାଇଁ ଆସିଥିଲେ ୨ଜଣ ଲୋକ,କିନ୍ତୁ ନିଜେ ଫସିଗଲେ

ମଣିଷ ଏବଂ ପଶୁର ବନ୍ଧୁତା ମଧ୍ୟ ଅଜବ ଅଟେ | ବେଳେବେଳେ ଦୁହେଁ ପରସ୍ପରର ଅତି ନିକଟତର ହୋଇଥାନ୍ତି ତ ଆଉ କେତେବେଳେ ଦୁହେଁ ଅଜବ ପ୍ରକାରର କାର୍ଯ୍ୟକଳାପ ମଧ୍ୟ କରିଦିଅନ୍ତି | ପ୍ରାୟତଃ ଅନେକଥର ମଣିଷ ପଶୁମାନଙ୍କପାଇଁ ଏତେ ବିରକ୍ତ ହୋଇଯାନ୍ତି ଯେ ସେମାନଙ୍କୁ ହଟାଇବା ପାଇଁ ଅନେକ ପ୍ରକରର ଉପାୟକୁ ଆପଣେଇ ନେଇଥାନ୍ତି | ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଦେଖାଯାଇପାରେ ଯେ ଦୁଇଜଣ ବ୍ୟକ୍ତି କୁକୁରମାନଙ୍କୁ ଡ଼ରାଇବା ପାଇଁ ଏମିତି କିଛି କରିବସନ୍ତି, ଯେଉଁଥିରେ ନିଜେ ବିପଦରେ ପଡିଯାନ୍ତି | ଏହି ଭିଡିଓ ଦେଖି ଆପଣ ମଧ୍ୟ ବୁଝି ଯାଇଥିବେ ଯେ ପ୍ରକୃତରେ ଦୁଇ ବ୍ୟକ୍ତି ଏପରି କଣ କରିଦେଲେ |

ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରଲ ହେଉଛି, ସେଥିରେ ଦେଖାଯାଉଛି ଯେ କୌଣସି ଏକ ସ୍ଥାନରେ ଅନେକଗୁଡ଼ିଏ କୁକୁର ବସିଛନ୍ତି | ଏହି କୁକୁରଗୁଡିକୁ ଡ଼ରାଇବା ପାଇଁ ଦୁଇଜଣ ବ୍ୟକ୍ତି ସିଂହ ଏବଂ ଭାଲୁର ଡ୍ରେସ ପିନ୍ଧି ସେମାନଙ୍କ ପାଖରେ ପହଂଚି ଯାଆନ୍ତି | କିନ୍ତୁ କୁକୁରମାନଙ୍କ ପାଖରେ ପହଞ୍ଚିବା ପରେ ତାଙ୍କ ସହିତ ଯାହା ହେଲା, ତାକୁ ଦେଖି ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ | ଭିଡିଓରେ ଦେଖାଯାଉଛି ଯେ କୁକୁରମାନଙ୍କୁ ନିଜ ଆଡକୁ ଆସୁଥିବାର ଦେଖି ସିଂହ ଡ୍ରେସ ପିନ୍ଧିଥିବା ବ୍ୟକ୍ତି ସେଠାରୁ ପଳାଇ ଯାଉଛି | କିନ୍ତୁ ଭାଲୁ ଡ୍ରେସରେ ଥିବା ବ୍ୟକ୍ତିଙ୍କୁ କୁକୁରମାନେ ଚାରିପଟରୁ ଘେରି ନିଅନ୍ତି |

ଏଠାରେ ଦେଖନ୍ତୁ ଭିଡିଓ :-

ଏହାପରେ କୁକୁରମାନେ ଭାଲୁ ଡ୍ରେସ ପିନ୍ଧିଥିବା ବ୍ୟକ୍ତି ଉପରେ ଏକାବେଳେ ଆକ୍ରମଣ କରନ୍ତି | କୁକୁରମାନଙ୍କ ମଧ୍ୟରେ ଫସି ରହିଥିବା ଏହି ବ୍ୟକ୍ତି ନିଜକୁ ବଞ୍ଚାଇବା ଚକ୍କରରେ ଏପଟ ସେପଟ ହୋଇ ଦୌଡିବାକୁ ଲାଗେ | କିନ୍ତୁ କୁକୁରମାନେ ତାର ପିଛା ଛାଡିବାର ନାଁ ମଧ୍ୟ ନିଅନ୍ତି ନାହିଁ | ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟର ଦୁନିଆରେ ଖୁବ ଭାଇରଲ ହେଉଛି | ଜଣେ ୟୁଜର ଏହି ଭିଡିଓ ଦେଖିବାପରେ ଲେଖିଲା ଯେ ଏହି ବ୍ୟକ୍ତିକୁ ନେବା ବଦଳରେ ଦେବାକୁ ପଡିଗଲା | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ନେକଷ୍ଟ ଟାଇମ ଯେତେବେଳେ ଆପଣଙ୍କ ମୁଣ୍ଡରେ ଏମିତି କାମ କରିବାର ଆଇଡ଼ିଆ ଆସିବ, ସେତେବେଳେ ଟିକେ ଏହି ଦୃଶ୍ୟକୁ ମନେ ପକାଇ ଦେବେ | ଯେମିତି ଆପଣଙ୍କ ସହିତ ମଧ୍ୟ ଏପରି ନ ଘଟେ |

ଏହି ମଜାଳିଆ ଭିଡିଓକୁ ଦେଖିବାପରେ ଅନେକ ଲୋକ ବହୁତ ହସୁଛନ୍ତି | ଫେସବୁକରେ ଏହି ଭିଡିଓକୁ ପଙ୍କଜ ଯାଦବ ଜୁଲାଇ ୨୦ ତାରିଖରେ ସେୟାର କରିଥିଲେ | ସେବେଠାରୁ ଏହି ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗୁଛି | ଖବର ଲେଖାଯିବା ବେଳକୁ ଏହି ଭିଡିଓକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଲାଇକ କରି ସାରିଥିଲେ | ସେହିପରି ଏଥିରେ ୨୦୦୦ ରୁ ଅଧିକ କମେଣ୍ଟ ମଧ୍ୟ କରାଯାଇଛି | ଏହାସହିତ ବର୍ତ୍ତମାନ ସୁଦ୍ଧା ଏହାକୁ ୧୬ ହଜାରରୁ ଅଧିକଥର ସେୟାର କରାଯାଇଛି |

Leave a Reply

Your email address will not be published. Required fields are marked *