ସାପ ଏବଂ ବିଲେଇ ମଧ୍ୟରେ ହେଲା ଜବରଦସ୍ତ ଫାଇଟ, ଭିଡିଓରେ ଦେଖନ୍ତୁ କିଏ ଜିତିଲା ଏବଂ କିଏ ହାରିଲା ?

କୋବ୍ରା କିମ୍ବା କୌଣସି ସାଧାରଣ ସାପକୁ ଦେଖି ମଣିଷ ତ ମଣିଷ, ପଶୁମାନେ ମଧ୍ୟ ଡରି ପଳାଇ ଯାଆନ୍ତି | କିନ୍ତୁ ଅନେକଥର ଏହି ବିଷାକ୍ତ ଜୀବ ଶିକାର କରିବା ଚକ୍କରରେ ଭୁଲ କରିଦିଅନ୍ତି, ଯାହା କି ତା ଉପରେ ଭାରି ପଡ଼ିଯାଏ | ନିକଟରେ ଏପରି ଏକ ଭିଡିଓ ଭାଇରଲ ହେଉଛି | ଯାହାକୁ ଦେଖିବାପରେ ଆପଣ ମଧ୍ୟ ବୁଝିଯିବେ ଯେ ଯଦି ନିଜ ଉପରେ ବିଶ୍ୱାସ ଅଛି ତେବେ ଆମେ ବଡ଼ ବଡ଼ ସମସ୍ୟାକୁ ସମାଧାନ କରିପାରିବା |

ଭିଡିଓରେ ଗୋଟିଏ ସାପ ଶିକାର ଚକ୍କରରେ ଗୋଟିଏ ବିଲେଇ ଉପରେ ଆକ୍ରମଣ କରିଦିଏ | ଯାହାପରେ ବିଲେଇ ନ ଡରି ତା ସହିତ ସାମ୍ନାସାମ୍ନି ଲଢେଇ କରେ | ସେ ସାପର ପ୍ରତ୍ୟେକ ଆକ୍ରମଣର ଜବାବ ଦିଏ ଏବଂ ଶେଷରେ ସାପର ଅବସ୍ଥା ଏପରି ହୋଇଯାଏ ଯେ ତାକୁ ବାଧ୍ୟ ହୋଇ ଜାଗା ଛାଡି ପଳାଇବାକୁ ପଡେ |

ଏଠାରେ ଦେଖନ୍ତୁ ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଘରେ ଗୋଟିଏ ବିଲେଇ ବଡ଼ ପ୍ଲାଷ୍ଟିକ ଟବରେ ଆରାମରେ ବସିଛି ଏବଂ ଠିକ ସେତିକିବେଳେ ସେଠାରେ ଅଚାନକ ଗୋଟିଏ ସାପ ଆସିଯାଏ | ସାପ ତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ଯାହାପରେ ବିଲେଇ କୋବ୍ରାକୁ ଦେଖି ଠିଆ ହୋଇଯାଏ ଏବଂ ନ ଡରି ତାର ମୁକାବିଲା କରେ | କୋବ୍ରା ଅନେକଥର ବିଲେଇ ଉପରେ ଆକ୍ରମଣ କରେ, କିନ୍ତୁ ବିଲେଇ ବହୁତ ହୁସିଆର ଅଟେ ଏବଂ ସେ ତାର ସବୁ ଆକ୍ରମଣକୁ ବିଫଳ କରିଦିଏ | ଯାହାଦ୍ୱାରା କୋବ୍ରା ଡରିଯାଏ ଏବଂ ସେଠାରୁ ପଳାଇ ଠିଆ ହୁଏ |

ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖି ଲୋକମାନେ ବିଲେଇର ସାହସକୁ ବହୁତ ପ୍ରଶଂସା କରୁଛନ୍ତି | ଜଣେ ୟୁଜର କହିଛନ୍ତି ଯେ ବିଲେଇ କୋବ୍ରାକୁ ଭଲ ଶିକ୍ଷା ଦେଲା | ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ବିଲେଇର ରାଗକୁ ଦେଖି ସାପ ପୁରା ଡରିଗଲା |

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏହି ଭିଡିଓକୁ ଭାରତୀୟ ବନସେବାର ଅଧିକାରୀ ସୁଶାନ୍ତ ନନ୍ଦା ନିଜର ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି | ଯାହାକୁ ଖବର ଲେଖାଯିବା ବେଳକୁ ପ୍ରାୟ ୧୪ ହଜାରରୁ ଅଧିକ ଲୋକ ଦେଖି ସାରିଥିଲେ | ଏହାସହିତ ୧୧୦୦ ରୁ ଅଧିକ ଲାଇକ ଏବଂ ୧୫୦ ରୁ ଅଧିକ ରିଟ୍ୱିଟ ମଧ୍ୟ ଏହି ଭିଡିଓକୁ ମିଳିଛି |

Leave a Reply

Your email address will not be published. Required fields are marked *