ବାଲକୋନିରୁ ଗୋଡ଼ ଖସିଯିବାରୁ ପଞ୍ଚମ ମହଲାରୁ ଖସି ପଡ଼ିଲେ ମହିଳା,ଏହିପରି ବଞ୍ଚିଗଲା ତାଙ୍କର ଜୀବନ,ଦେଖନ୍ତୁ ଭିଡ଼ିଓ

ଏକ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କିଏ ଅବା କରିବ ତା’ର ସର୍ବନାଶ। ଏହିକଥା ପୁଣି ଥରେ ସତ୍ୟ ସାବ୍ୟସ୍ତ ହୋଇ ସାମ୍ନାକୁ ଆସିଛି। ପୁନେ ରୁ ଏହିପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଝିଅଟି ବାଳ ଶୁଖାଇବା ସମୟରେ ପଞ୍ଚମ ମହଲାରୁ ତଳକୁ ଖସି ପଡ଼ୁଛି। ସୌଭାଗ୍ୟର କଥା ଏହାକି ଯେ, ଝିଅଟିର ମୁଣ୍ଡର ବାଳ ଗ୍ରିଲ ରେ ଲାଗିଯିବାରୁ ସେ ଅଟକିଗଲା ଘର ଲୋକେ ଫାୟାର ବ୍ରିଗ୍ରେଡ ବାଲାଙ୍କୁ ସୂଚନା ଦେବାରୁ ପ୍ରାୟ ଦୁଇ ଘଣ୍ଟାର କଡ଼ା ପରିଶ୍ରମ ପରେ ଝିଅଟିକୁ ବଞ୍ଚାଗଲା।

ଏବେ ସୋସିଆଲ ମିଡ଼ିଆରେ ଏହି ରେସକ୍ୟୁ ଅପରେସନର ଭିଡ଼ିଓ ବହୁତ ଭାଇରାଲ ହେଉଛି। ଭିଡ଼ିଓରେ ଦେଖାଯାଇ ପାରୁଛି କି, ପୁନେ ଫାୟାର ବ୍ରିଗ୍ରେଡ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଝିଅଟିକୁ ବଞ୍ଚାଇଲେ। ପ୍ରଥମେ ରେସକ୍ୟୁ ଟିମ ତାଙ୍କୁ ବଞ୍ଚାଇବାକୁ ସିଡ଼ି ଓ ଦଉଡି ଲଗାଇଲେ ଓ ଏହାପରେ ତାଙ୍କୁ ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇଦେଲେ। କେହିଜଣେ ବହୁତ ପାଖରୁ ଝିଅଟିର ଭିଡ଼ିଓ ବନାଇଦେଲେ। ଝିଅଟି ଅଟକି ଯିବାରୁ ଲୋକମାନେ ଅଗ୍ନିଶମ ଓ ପୋଲିସଙ୍କୁ ଏହାର ଖବର ଦେଇଥିଲେ।

ଏଠାରେ ଦେଖନ୍ତୁ ଭିଡ଼ିଓ:-

ଅଗ୍ନିଶମ ବିଭାଗ ଅଧିକାରୀ କୋଠା ଉପରକୁ ର୍କ ଲମ୍ବା ଦଉଡି ପକାଇଥିଲେ ଓ ଏହାପରେ ସିଡ଼ି ମଧ୍ୟ ଲଗାଇଥିଲେ। ଯେତେବେଳେ ଅଧିକାରୀ ଝିଅଟି ପାଖରେ ପହଞ୍ଚିଲେ ଓ ତାଙ୍କୁ ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇଲେ ତ ସମସ୍ତେ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ। ଏହି ଭିଡ଼ିଓକୁ ଦେଖିବାପରେ ୟୁଜର୍ସ ମାନେ କହୁଛନ୍ତି ଏହା ହେଉଛି ଭାଗ୍ୟ। ଆଉଜଣେ ୟୁଜର୍ସ ଲେଖିଥିଲେ ସତରେ ଝିଅଟି ବହୁତ ଭାଗ୍ୟଶାଳୀ ନଚେତ ଏହି କ୍ଷେତ୍ରରେ ଜୀବନ ଯିବା ସୁନିଶ୍ଚିତ। ୟୁଟ୍ୟୁବ ରେ ଏହି ଭିଡ଼ିଓକୁ Ashish rai ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା।

ଏହାବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ଅଲଗା ଅଲଗା ପ୍ଲାଟଫର୍ମରେ ଏହାକୁ ଶେୟର କରିଥିଲେ। ଏହି ଭିଡ଼ିଓକୁ ଦେଖିବାପରେ ସୋସିଆଲ ମିଡ଼ିଆର ଜଣେ ୟୁଜର କହୁଛନ୍ତି ଆମକୁ ସର୍ବଦା ସାବଧାନ ରହିବା ଆବଶ୍ୟକ ନଚେତ କୌଣସି ମୁହୂର୍ତ୍ତରେ ଆମ ସହ ଅଘଟଣ ଘଟିପାରେ। ସୋସିଆଲ ମିଡ଼ିଆରେ ପ୍ରତିଦିନ ଏହିପରି ଭିଡ଼ିଓ ଭାଇରାଲ ହୋଇ ରହିଥାଏ। ଏଥିପାଇଁ ଆମକୁ ସର୍ବଦା ସତର୍କତାର ସହିତ ରହିବା ଉଚିତ।

Leave a Reply

Your email address will not be published. Required fields are marked *