ବୈଜ୍ଞାନିକମାନେ ବାହାର କରିଲେ ସୁପର ଭ୍ୟାକସିନ ଫର୍ମୁଲା; କରୋନାର ପ୍ରତ୍ୟେକ ଭ୍ୟାରିଆଣ୍ଟ କୁ କରିହେବ ମୂଳପୁଛ

ଆସିଲା ସୁପର ଭ୍ୟାକସିନ। କରୋନା ଭାଇରସକୁ ମୂଳପୁଛ କରିବା ପାଇଁ ବୈଜ୍ଞାନିକ ମାନେ ବାହାର କରିଲେ ସୁପର ଭ୍ୟାକସିନ। ଏହି ସୁପର ଭ୍ୟାକସିନ ଦ୍ଵାରା କରୋନା ଭାଇରସର ସମସ୍ତ ଭ୍ୟାରିଆଣ୍ଟକୁ ମୂଳପୁଛ କରିବାରେ ସକ୍ଷମ ହେବ। ବୈଜ୍ଞାନିକ ମାନେ ସୁପର ଭ୍ୟାକସିନର ଫର୍ମୁଲା ଖୋଜି ବାହାର କରିଛନ୍ତି।

ୱାଶିଂଟନ ବିଶ୍ଵବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ, ଆମେ କରୋନାକୁ ମାତ ଦେଇଥିବା ଲୋକଙ୍କ ଶରୀରରୁ ଏଭଳି ଆଣ୍ଟିବଡି ବାହାର କରିଛନ୍ତି, ଯାହାଦ୍ଵାରା କରୋନାର ସମସ୍ତ ପ୍ରକାରର ଭ୍ୟାରିଆଣ୍ଟ ସହିତ ଯୁ-ଦ୍ଧ କରିବାକୁ ସକ୍ଷମ। ଏହି ରିସର୍ଚ୍ଚକୁ ସାଇନ୍ସ ଜର୍ଣାଲରେ ପ୍ରକାଶିତ କରାଯାଇଛି। ଏହି ରିସର୍ଚ୍ଚରେ ପାଞ୍ଚଟି ମାନବ ମୋନୋକ୍ଲୋନାଲ ଆଣ୍ଟିବଡି ଉପରେ ଗବେଷଣା କରାଯାଇଛି। ଆଉ ଏହା ଭାରିଆଣ୍ଟ ପାଇଁ ଅଧିକ ପ୍ରବାବଶାଳୀ ବୋଲି ଗବେଷକମାନେ ଦାବି କରିଛନ୍ତି।

ଏହି ରିସର୍ଚ୍ଚ ସମୟରେ ଗବେଷକମାନେ କରୋନା ମହାମାରୀରୁ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରୁ ସ୍ଵତନ୍ତ୍ର ମେମୋରୀ B କୋଷିକା ଉପରେ ପରୀକ୍ଷଣ କରିଛନ୍ତି। ମେମୋରୀ B ହେଉଛି ଏକ ପ୍ରକାରର ଶ୍ୱେତର-କ୍ତ କୋଷିକା। ଏହି କୋଷିକା ଗୁଡ଼ିକ ପୂର୍ବରୁ ଶରୀରରେ ପ୍ରଭାବ ପକାଇଥିବା ଭାଇରସକୁ ଚିହ୍ନଟ କରିବା ସହିତ ଭାଇରସ ବି-ରୁ-ଦ୍ଧରେ ପ୍ରତିକ୍ରିୟା କରନ୍ତି।

ଗବେଷକମାନେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରୁ ୫ ଆଣ୍ଟିବଡି ମଧ୍ୟରୁ S2P6 ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କରିଛନ୍ତି। ଅଧିକ ଗବେଷଣା ପରେ ଜଣାପଡ଼ିଛି ଯେ, ଏହି ମୋନୋକ୍ଲୋନାଲ ଆଣ୍ଟିବଡିରେ ପ୍ରଭାବଶାଳୀ ବିବିଧତା ଥିଲା। ଏହା ସହିତ କରୋନାର ବିଟା ଭାଇରସ ସହିତ ୩ଟି ଭିନ୍ନ ଉପଜାତିକୁ ନିଷ୍କ୍ରିୟ କରିବାରେ ସକ୍ଷମ। ଏହି ଫର୍ମୁଲା ଭବିଷ୍ୟତରେ ଅନ୍ୟ ଭ-ୟଙ୍କର ଭାଇରସ ବି-ରୋ-ଧରେ ଅଧିକ ପ୍ରଭାବଶାଳୀ ହୋଇପାରେ ବୋଲି ଗବେଷକମାନେ ଆଶା ରଖିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *