ଆସନ୍ତା ୧୨ ତାରିଖରୁ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ଆରମ୍ଭ, ଯୁକ୍ତ ଦୁଇରେ ବଢିଲା ସିଟ

ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା। ଛାତ୍ରଛାତ୍ରୀ SAMS ପୋର୍ଟାଲରେ ଆବେଦନ କରିବେ। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଆହୁରି କହିଛନ୍ତି ସେ, ଏହିଥର ଆଡମିଶନ ଫିକୁ ମଧ୍ୟ ବୃଦ୍ଧି କରାଯାଇଛି। ସେଲ୍ଫ ଫାଇନାନ୍ସ କୋର୍ସରେ ଫି ବଢ଼ାଯାଇନାହିଁ।

ଏଥର ଯୁକ୍ତ ଦୁଇରେ ସିଟ ସଂଖ୍ୟା ବୃଦ୍ଧି କରାଯାଇଛି। କାଳରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ କରାଯାଇଥିଲା। କିନ୍ତୁ, ୩୮ ହଜାର ସିଟ୍ ବୃଦ୍ଧି କରିବାର ଅନୁମତି ଦିଆଯାଇଛି। ସେହିପରି ବିଜ୍ଞାନରେ ୨୫ ହଜାର ସିଟ୍ ବୃଦ୍ଧି କରିବାକୁ ଆବେଦନ କରିବା ସମୟରେ ସେଥିରୁ ୧୩ ହଜାର ସିଟ୍ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି। ଆଉ ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି କରିବାକୁ ଆବେଦନ କରାଯାଇଥିଲା। କିନ୍ତୁ,୩ ହଜାର ୯୦୦ ସିଟକୁ ଅନୁମତି ଦିଆଯାଇଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ପିଲା ପାସ କରିଥିଲେ। ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ ନ ଥିବାରୁ ସିଟ ବୃଦ୍ଧି କରିବାକୁ ଆବେଦନ କରାଯାଇଥିଲା। ଆଉ ପରେ ସରକାର ଯୁକ୍ତ ଦୁଇ ସିଟ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *