କୌଣସି ପାସୱାର୍ଡ଼ ବଞ୍ଚାଇ ପାରିବ ନାହିଁ ଆପଣଙ୍କ ଫୋନକୁ,ଆପ୍ଲିକେସନଗୁଡିକୁ ଏହି ଅନୁମତି ଦେବାଦ୍ଵାରା ମଧ୍ୟ ହ୍ୟାକ ହୋଇଯାଏ ଆପଣଙ୍କ ଫୋନ

ଫୋନର ହ୍ୟାକିଙ୍ଗକୁ ରୋକିବାପାଇଁ ଭଲ ପାସୱାର୍ଡ଼ ରଖିବାକୁ ପରାମର୍ଶ ଦିଆଯାଇଥାଏ | ପାସୱାର୍ଡ଼କୁ ଶକ୍ତିଶାଳୀ କରିବାପାଇଁ ସାଇବର ବିଶେଷଜ୍ଞ ଆମକୁ ପାସୱାର୍ଡ଼ରେ ସଂଖ୍ୟା, କ୍ୟାପିଟାଲ-ସ୍ମଲ ଲେଟର ଏବଂ ସ୍ପେଶାଲ କ୍ୟାରେକ୍ଟର ଦେବା ସହିତ ଏହାକୁ ସମୟ ସମୟରେ ବଦଳାଇବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି | କିନ୍ତୁ ଏହି ସବୁ ଉପାୟ ଆପଣଙ୍କର ଫୋନକୁ ହ୍ୟାକ ହେବାରୁ ରୋକିବାରେ ସେତେବେଳେ ଫେଲ ହୋଇଯାଏ, ଯେତେବେଳେ ଆପଣ ନିଜ ଫୋନରେ କୌଣସି ଆପ ଡାଉନଲୋଡ଼ କରି ତାକୁ ମେସେଜ ପଢିବା, ଫଟୋ ଏବଂ ଭିଡିଓ ଆକ୍ସେସ କରିବା, କ୍ୟାମେରା, ମାଇକ ଏବଂ ଲୋକେସନ ସେୟାର କରିବାର ଅନୁମତି ଦେଇଦିଅନ୍ତି |

ଅର୍ଥାତ ଯଦି ଆପଣ ଆପଗୁଡିକୁ ଏହି ଜିନିଷଗୁଡ଼ିକର ବ୍ୟବହାର ପାଇଁ ଅନୁମତି ଦେଇ ଦିଅନ୍ତି, ତେବେ ଆପଣଙ୍କ ପାସୱାର୍ଡ଼ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଆପଣଙ୍କ ଫୋନକୁ ହ୍ୟାକ କରାଯାଇପାରିବ |

ସାଇବର ବିଶେଷଜ୍ଞ ମୟଙ୍କ ଜାୟସୱାଲ ଅମର ଉଜାଲାଙ୍କୁ କହିଛନ୍ତି ଯେ ସାଇବର ଅପରାଧୀମାନେ ଆପଣଙ୍କ ଫୋନର ପାସୱାର୍ଡ଼ ଭାଙ୍ଗି ଆପଣଙ୍କ ମେସେଜ ପଢିବା, ଫଟୋ-ଭିଡିଓ ଦେଖିବା ଏବଂ ଚୋରି କରିବା, ମାଇକ-କ୍ୟାମେରାର ଭୁଲ ବ୍ୟବହାର କରି ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ କାମ କରିଥାନ୍ତି | କିନ୍ତୁ ଯେତେବେଳେ ଆପଣ କୌଣସି ଆପକୁ ଏହି କାମ ପାଇଁ ପୂର୍ବରୁ ଅନୁମତି ଦେଇ ଦେଇଥାନ୍ତି, ସେତେବେଳେ ଆପଣଙ୍କର କୌଣସି ପାସୱାର୍ଡ଼ ସେମାନଙ୍କ ପାଇଁ କୌଣସି ଅର୍ଥ ନଥାଏ | ସେମାନେ ଆପଣଙ୍କ ଅନୁମତି ପାଇ ଆପଣଙ୍କ ଫୋନରେ ଥିବା ସମସ୍ତ ଗୋପନୀୟ ତଥ୍ୟକୁ ପାଇପାରିବେ | ସେମାନଙ୍କୁ ଫୋନର ପାସୱାର୍ଡକୁ ମଧ୍ୟ ଭାଙ୍ଗିବାକୁ ପଡେନାହିଁ |

ସେହିପରି ଯଦି ଆପଣଙ୍କ ସ୍ମାର୍ଟ ଫୋନରେ ପେଗାସସ କିମ୍ବା ଏହିପରି ଅନ୍ୟ କୌଣସି ହ୍ୟାକିଙ୍ଗ ସଫ୍ଟଓୟାର ପୂର୍ବରୁ ଅଛି, ତେବେ ସେମାନେ ଆପଣଙ୍କର ପ୍ରତ୍ୟେକ ବଟନକୁ ଦବେଇବା ପର୍ଯ୍ୟନ୍ତର ସବୁ ଗତିବିଧି ଉପରେ ନଜର ରଖିଥାନ୍ତି | ଏପରି ପରିସ୍ଥିତିରେ ଯେତେବେଳେ ଆପଣ ପାସୱାର୍ଡ଼ ବଟନକୁ ମଧ୍ୟ ଦାଵାଇଥାନ୍ତି, ସେତେବେଳେ ସେମାନେ ଏହାକୁ ମଧ୍ୟ ପଢ଼ିନିଅନ୍ତି ଏବଂ ଏହିପରି ଭାବରେ ସେମାନଙ୍କୁ ପାସୱାର୍ଡ଼ ଭାଂଗିବାପାଇଁ ମଧ୍ୟ କିଛି ବି ଆବଶ୍ୟକ ପଡେନାହିଁ | ଏପରି ହ୍ୟାକିଙ୍ଗ କରି ଆପଣଙ୍କ ସ୍ମାର୍ଟ ଫୋନକୁ ବ୍ୟବହାର କରି ଯେକୌଣସି ଅପରାଧୀ ଆପଣଙ୍କର ସବୁ ତଥ୍ୟ ଚୋରି କରିପାରେ, ସେମାନେ ଆପଣଙ୍କୁ ସାମାଜିକ ଭାବରେ କ୍ଷତି ପହଞ୍ଚାଇ ପାରନ୍ତି ଏବଂ ଗୋଟିଏ ମୁହୂର୍ତ୍ତରେ ହିଁ ଆପଣଙ୍କର ବ୍ୟାଙ୍କ ଖାତାରୁ ଆପଣଙ୍କର ସବୁ ଟଙ୍କା ନେଇ ଯାଇପାରନ୍ତି |

ଏଥିରୁ ବଞ୍ଚିବାକୁ ହେଲେ କଣ କରିବାକୁ ପଡିବ :-

କରୋନା ସମୟରେ ସବୁ କାମରେ ଅନଲାଇନର ବ୍ୟବହାର ବଢିଯାଇଛି | କିନ୍ତୁ ଏହାସହିତ ସାଇବର ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି | ଏପରି ପରିସ୍ଥିତିରେ ଫୋନକୁ ସୁରକ୍ଷିତ ରଖିପାରିବା ବହୁତ ବଡ଼ ଚ୍ୟାଲେଞ୍ଜ ପାଲଟିଯାଇଛି | ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଆପଣ କୌଣସି ଆବଶ୍ୟକତା ବିନା କୌଣସି ଫୋନକୁ ନିଜ ଫୋନରେ ଡାଉନଲୋଡ଼ କରନ୍ତୁ ନାହିଁ | ଯେଉଁ ଆପ ଆପଣଙ୍କର ଦରକାର ନାହିଁ ସେହି ଆପକୁ ନିଜ ଫୋନରୁ ହଟାଇ ଦିଅନ୍ତୁ, ଅର୍ଥାତ ଡିଲିଟ କରି ଦିଅନ୍ତୁ |

ଶକ୍ତିଶାଳୀ ପାସୱାର୍ଡ଼ ରଖନ୍ତୁ, ଯାହାଦ୍ୱାରା ସାଧାରଣ ହ୍ୟାକର ବିପଦ, ଅନଲାଇନ ଫ୍ରଡରୁ ରକ୍ଷା ପାଇପାରିବେ | ଯେପର୍ଯ୍ୟନ୍ତ ଆପଣ ବିଶ୍ୱାସ ନ କରିଛନ୍ତି ଯେ କୌଣସି ଲିଙ୍କ ଆପଣଙ୍କ କମ୍ପାନୀ କିମ୍ବା ଆପଣଙ୍କ ବିଶ୍ଵସ୍ଥ ସାଇଡରୁ ଆସିଛି, ତାକୁ ଖୋଲନ୍ତୁ ନାହିଁ | ଅନଲାଇନ ଗତିବିଧି ଆଧାରରେ ସମୟ ସମୟରେ ପାସୱାର୍ଡ଼ ବଦଳାଇବା ଉଚିତ | କେବଳ ଗୋଟିଏ ପାସୱାର୍ଡ଼ ସବୁଥିରେ ବ୍ୟବହାର କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *